-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
20-May-2022
ନାକଟିଦେଉଳ- (କନ୍ଦର୍ପ ବେହେରା )ନାକଟିଦେଉଳ ବ୍ଲକ୍ ହାଟପଦା ଠାରେ କୁମ୍ବକାର ସମାଜର ଏକ ବ୍ଲକ୍ ସ୍ତରୀୟ ସାଧାରଣ ସଭା ସଭାପତି ବାଙ୍ଗରୁ ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କୁମ୍ଭକାର ସମାଜର ବିଭିନ୍ନ ପ୍ରକାର ସମସ୍ୟା ଅବସର କାଳୀନ ଭତା , ପିଲାଙ୍କ ପାଇଁ ଷ୍ଟାଇପେନ୍ ଉପରେ ଆଲୋଚନା କରାଯାଇ ଆଗାମୀ ଦିନରେ ସରକାରଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯିବାକୁ ନିଷ୍ପତି ନିଆଯାଇଥିଲା । ସଂଗଠନକୁ ସୁଦୃଢ କରିବା ସହ ସମାଜର ନୀତିନିୟମ ଉପରେ ଆଲୋଚନା କରାଯାଇଥିଲା । ଏହି ସଭାରେ ଜିଲ୍ଲା ସଭାପତି ହରିହର ରଣା , ଉପସଭାପତି ପୀତବାସ ରଣା , ସଂପାଦକ ରମେଶ ରଣା ତଥା ପୂର୍ବତନ ଜିଲ୍ଲା ସଭାପତି ମୋହନ ରଣା ପ୍ରମୁଖ ଯୋଗଦେଇଥିଲେ । ନାକଟିଦେଉଳ ବ୍ଲକ୍ ର ନୂତନ କର୍ମକର୍ତା ନିର୍ବାଚନ କରାଯାଇଥିଲା । ନାକଟିଦେଉଳ ବ୍ଲକ୍ ସଭାପତି ଭାବରେ ନାରଦ ରଣା , ଉପସଭାପତି ବିନୋଦ ରଣା , ସଂପାଦକ ପ୍ରମୋଦ ରଣା , କୋଷାଧ୍ୟକ୍ଷ ପ୍ରସନ୍ନ ରଣା ମନୋନୀତ ହୋଇଥିଲେ । ଏଥିରେ ରେଢାଖୋଲ ବ୍ଲକ୍ ର ବରିଷ୍ଠ କର୍ମୀ ପୁରନ୍ଦର ରଣା , ପୂର୍ଣଚନ୍ଦ୍ର ରଣା , ମାଗୁଣି ରଣା ତଥା , ରିଆମାଳ ଦେବଗଡ ଆଦି ସ୍ଥାନରୁ କର୍ମକର୍ତା ଯୋଗଦେଇଥିଲେ ।