-+91-9937148622 |

prerana_bgr@rediffmail.com |

  Saturday 9th December 2023 |

| | | |

R.N.I. Regd No. ODIODI/2010/46693

Breaking News

ଡାବୁଗାଁ ବ୍ଲକରେ ଶିକ୍ଷକ ମାନଙ୍କୁ ଟାବଲେଟ ବଣ୍ଟନ   (09-Dec-2023)       ||      ଡାବୁଗାଁ ରେ ଭୀମଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (09-Dec-2023)       ||      ଭାନପୁର ରେ ଏଚ୍.ଡି.ଏଫ୍. ସି ବ୍ୟାଙ୍କ୍ ର ୠଣ ମେଳା ଅନୁଷ୍ଠିତ   (09-Dec-2023)       ||      ଯୁବକଙ୍କ ସଂଗଠନ ବିରୋଧୀ ମନ୍ତବ୍ୟ: ମାହେଶ୍ୱରୀ ସଂଗଠନ ତରଫରୁ ଥାନାରେ ଅଭିଯୋଗ    (08-Dec-2023)       ||      ତୁରେକେଲା ରେ ଯୁବ ଓଡ଼ିଶା ନବୀନ ଓଡ଼ିଶା (ନୂଆଁ ଓ) ଆନୁକୁଲ୍ୟରେ ସଚେତନତା କାର୍ଯ୍ୟକ୍ରମ   (08-Dec-2023)       ||      ବୌଦ୍ଧ ଆଦର୍ଶ ଡ଼ିଗ୍ରୀ ମହାବିଦ୍ୟାଳୟରେ ନୁଆଁ -ଓ, ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ତରଫରୁ ସାଂସ୍କୃତିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ   (08-Dec-2023)       ||      ୨୪ ପ୍ରହରୀ ନାମଯଜ୍ଞ ରେ ଯୋଗଦେଲେ ବିଧାୟକ   (08-Dec-2023)       ||      ଲୋଇସିଂହା ମହାବିଦ୍ୟାଳୟ ରେ ନୂଆ-ଓ କାର୍ଯ୍ୟକ୍ରମ ତରଫରୁ ସାମାଜିକ ସଚେତନତା ମୂଳକ କାର୍ଯ୍ୟକ୍ରମ ଆରମ୍ଭ   (08-Dec-2023)       ||       ଦେଇଥିଲେ ମନ୍ତ୍ରୀ,  ଖାଇଦେଲେ ଯନ୍ତ୍ରୀ:   ଲରିଆବାହାଲ ସେମେଲ ବନ୍ଧ ମାଟି କାମରେ ମହାଦୁର୍ନୀତି ଅଭିଯୋଗ   (08-Dec-2023)       ||      ସତ୍ୟବାଦୀ କଲେଜରେ ସାଂସ୍କୃତିକ ଓ ସାହିତ୍ୟିକ ଉତ୍ସବ   (08-Dec-2023)       ||      ନାକ୍ଟିଦେଉଳ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ଆର୍ଥିକ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ   (08-Dec-2023)       ||      ବାଟଗାଁର ଯୁବକକୁ ଗାଡି ଚଢାଇ ହତ୍ୟା ଅଭିଯୋଗରେ ସାହେବୀ ସରପଞ୍ଚଙ୍କ ସମେତ ୩ ଗିରଫ , କୋର୍ଟ ଚାଲାଣ    (08-Dec-2023)       ||      ସୁବଳୟା ସରସ୍ବତୀ ମନ୍ଦିରରେ ବାର୍ଷିକ ଉତ୍ସବ   (08-Dec-2023)       ||      ଉଗ୍ର ଆଂଚଳିକ ବୈଷମ୍ୟର ଶୀକାର, ସରକାରଙ୍କ ୧୯ଟି ସିଙ୍ଗଲ ୱିଣ୍ଡୋ ପ୍ରକଳ୍ପ ମଂଜୁରୀରୁ ବାଦ୍ ପଡିଲା ବଲାଙ୍ଗୀର, ନାଗରିକ କମିଟିର ତୀବ୍ର ପ୍ରତିକ୍ରିୟା    (08-Dec-2023)       ||      ନର୍ଲା ପ୍ରେସ ଆସୋସିଏସନ ର ଏକ ସାଧାରଣ ବୈଠକ ଅନୁଷ୍ଠିତ l   (08-Dec-2023)       ||      ତୃତୀୟ ଦିନରେ ମଦଭାଟିରେ ଆୟକର ଚଢାଉ... ୧୫୬ ବସ୍ତା ନୋଟରୁ ଗଣାଯାଇଛି ୬ଟି, ୭ମେସିନରେ ଚାଲିଛି ଗଣତି   (08-Dec-2023)       ||      ବଲାଙ୍ଗିର : ୧୦ ରୁ ସର୍ବଭାରତୀୟ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ     (08-Dec-2023)       ||      ପାଟଣାଗଡରେ ବ୍ଲକ୍ ସ୍ତରୀୟ ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା ଶିବିର। ବିଧାୟକ ଙ୍କ ଦ୍ଵାରା ବିଜୁ କନ୍ୟା ରତ୍ନ ଯୋଜନାର ଶୁଭାରମ୍ଭ।   (08-Dec-2023)       ||      ମଦବ୍ୟବସାୟୀଙ୍କ ଘରେ ଆୟକର ଚଢାଉ... ସୁଦପଡା ଭାଟିରୁ ପ୍ରାୟ ୨୦୦କୋଟି ଓ ଟିଟିଲାଗଡରୁ ୨୦କୋଟି ଟଙ୍କା ଜବତ   (08-Dec-2023)       ||      ବିଳାସପୁର-କିରକିଚିପାଲି ରାସ୍ତା ପାଲଟିଛି ମରଣଯନ୍ତା, ମାସେ ମଧ୍ୟରେ ରାସ୍ତା ନହେଲେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେବେ ଗ୍ରାମବାସୀ    (08-Dec-2023)       ||     

HOME   ଜିଲ୍ଲା

କଟକ ଚଣ୍ଡୀ ମନ୍ଦିରର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ୭୦ କୋଟି ଟଙ୍କା ଖର୍ଚ୍ଚ ହେବ, ଏକ ବର୍ଷରେ କାମ ସରିବ. ସଫଳ ରୂପାୟନ ପାଇଁ କଟକ ବାସୀଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ

20-May-2022



କଟକ (ପ୍ରେରଣା ଖବର): କଟକର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀ । ହଜ଼ାର ହଜ଼ାର ଭକ୍ତଙ୍କ  ଆସ୍ଥା ଓ ବିଶ୍ୱାସର  ପୀଠ l ଏହି ପୀଠର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗତକାଲି ଅନୁମୋଦନ କରିଛନ୍ତି । ଏଥିପାଇଁ ଖର୍ଚ୍ଚ ହେବ ୭୦ କୋଟି ଟଙ୍କା । ଭକ୍ତ ମାନଙ୍କ ପାଇଁ ବିଭନ୍ନ ସୁବିଧା ସୁଯୋଗ ସହିତ ଏକ ସୁନ୍ଦର ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯିବ। କାମ  ଏକ ବର୍ଷରେ  ଶେଷ  ହେବ l 5T initiative ଅଧୀନରେ integrated development of heritage, monuments and tourist destination  ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଇଛି l କଟକ  ସହରର   ସାମଗ୍ରିକ ବିକାଶରେ ଚଣ୍ଡୀ  ମନ୍ଦିର ର କୟାକଳ୍ପ  ଗୁରୁତ୍ୱ ପୂର୍ଣ୍ଣ ଭୂମିକା  ଗ୍ରହଣ  କରିବ  ବୋଲି ବର୍ଣ୍ଣନା କରି  ମୁଖ୍ୟମନ୍ତ୍ରୀ ଏ ଦିଗରେ  କଟକ ବାସୀଙ୍କ ସକ୍ରିୟ ସହଯୋଗ  କାମନା  କରିଥିଲ l

 ପୂର୍ତ୍ତ ବିଭାଗ  ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଏହି ଯୋଜନା ଵିଷୟରେ  ଏକ presentation  କରାଯାଇଥିଲା l OBCC ଦ୍ବାରା ପ୍ରସ୍ତୁତ ଏହି ଯୋଜନା ଅନୁଯାୟୀ ମନ୍ଦିର ପରିସରକୁ ଅଧିକ ଆକର୍ଷଣୀୟ କରାଯିବ । ମନ୍ଦିର ଚତୁଃପାର୍ଶ୍ବରେ ପଥର ପାଚେରୀ ନିର୍ମାଣ ସହିତ ଚାରି ଦିଗରେ ଚାରି ଗୋଟି ଦ୍ବାର ନିର୍ମାଣ କରାଯିବ । ଏହାସହିତ ମନ୍ଦିର ପରିସରରେ ନୂଆ ଜଗମୋହନ, ଯଜ୍ଞ ମଣ୍ଡପ, ଚଣ୍ଡୀପାଠ ମଣ୍ଡପ, ମୁଣ୍ଡନ ମଣ୍ଡପ, ହନୁମାନ ମନ୍ଦିର ଏବଂ ନୂଆ ରୋଷଘର ମଧ୍ୟ ନିର୍ମାଣ କରାଯିବ। ମନ୍ଦିର ପରିସରରେ ଖଣ୍ଡାଲାଇଟସ୍‌ ପଥର ବିଛାଯିବା ସହିତ ଆଲୋକୀକରଣ କରାଯିବ ଏବଂ CCTV ମଧ୍ୟ ଲଗାଯିବ। ବାଟମଙ୍ଗଳା ମନ୍ଦିର ମଧ୍ୟ ପୁନଃ ନିର୍ମାଣ କରାଯିବ।

ଯାତ୍ରୀମାନେ ଯେପରି ସୁବିଧାରେ ଓ ଶୃଙ୍ଖଳିତ ଭାବରେ ମାଙ୍କ ଦର୍ଶନ କରିପାରିବେ, ସେଥିପାଇଁ ପୋଲିସ କଣ୍ଟ୍ରୋଲ ରୁମ୍‌, cloak room, ପ୍ରସାଦ ସେବନ ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳ, ବ୍ୟାଖାନ କେନ୍ଦ୍ର ଆଦି ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯିବ ।

ଏହାସହିତ ଯାତ୍ରୀମାନଙ୍କ ରହିବା ପାଇଁ ଯାତ୍ରୀ ନିବାସ। ବିସ୍ଥାପିତ ଦୋକାନୀ ମାନଙ୍କ ପାଇଁ ୧୮ଟି ଦୋକାନ, ମନ୍ଦିର ପରିସରରେ ସେବାୟତ ମାନଙ୍କ ପାଇଁ ବିଶ୍ରାମ ଗୃହ, ଅଫିସ ଗୃହ ଆଦି ନିର୍ମାଣ କରାଯିବ। ପାର୍କିଂ ସହିତ ଖୋଲାସ୍ଥାନ ଓ landscaping ମଧ୍ୟ ବିକାଶ କରାଯିବ ।

   OBCC  ଜରିଆରେ ଯୋଜନା କାର୍ଯ୍ୟକାରୀ ହେବ । ଏହି ଯୋଜନାରେ ପାରିପାର୍ଶ୍ବିକ ଅଞ୍ଚଳର ବିକାଶ ସହ ମନ୍ଦିର ନିକଟରେ ଭାରୀଯାନ ନିୟନ୍ତ୍ରଣ, ଯାତ୍ରୀଙ୍କ ପାଇଁ ବିଭିନ୍ନ ମୌଳିକ ସୁବିଧା, ଜଳ ନିଷ୍କାସନ ଆଦି ବିଭିନ୍ନ ସମସ୍ୟାର ସମାଧାନ ସହ କଟକ ଚଣ୍ଡୀ ମନ୍ଦିରକୁ ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ଗୁରୁତ୍ବ ଆରୋପ କରାଯାଇଛି ।

  ଚଣ୍ଡୀ ମନ୍ଦିରଟି ରାସ୍ତାର ଅତ୍ୟନ୍ତ ନିକଟରେ ଥିବାରୁ ଭାରିଯାନ ଚଳାଚଳ, ଯାତ୍ରୀ ମାନଙକ ନିରାପତ୍ତା ଉପରେ ବିପଦ ସୃଷ୍ଟି କରୁଛି। ତେଣୁ ଚଣ୍ଡୀ ମନ୍ଦିର ସମ୍ମୁଖ ରାସ୍ତାକୁ divert କରାଯିବ। ଜଳ ନିଷ୍କାସନକୁ ଦୃଷ୍ଟିର ରଖି ମନ୍ଦିର ଚଟାଣକୁ ଉଚ୍ଚା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

   କଟକ ଚଣ୍ଡୀ ମନ୍ଦିର ରାଜ୍ୟର ଏକ ପ୍ରାଚୀନ ଶକ୍ତିପୀଠ। ବର୍ଷ ସାରା ହଜାର ହଜାର ଭକ୍ତ ମାଙ୍କ ଦର୍ଶନ ପାଇଁ ପ୍ରତିଦନ ଏଠାକୁ ଆସିଥାନ୍ତି । ଦୁର୍ଗାପୂଜା ସମୟରେ ମାଙ୍କ ଷୋଡଶ ଦିନାତ୍ମକ ପୂଜାରେ ମାଙ୍କ ବିଭିନ୍ନ ବେଶ ତେଖିବା ପାଇଁ ଏଠାରେ ପ୍ରବଳ ଜନସମାବେଶ ହୋଇଥାଏ ।

  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ମାଙ୍କ ପୀଠକୁ ଯାଇ ବିକାଶ ସଂପର୍କରେ ସ୍ଥାନୀୟ ଜନସାଧାରଣ ଓ ସେବାୟତ ମାନଙ୍କ ସହିତ ଆଲୋଚନା କରିଥିଲେ ।

  ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ ଶାସନ  ସଚିବ ଙ୍କ ସମତେ ବରିଷ୍ଠ ଅଧିକାରୀ  ଗଣ  ଓ  RDC,କଟକ  ଜିଲ୍ଲା ପ୍ରଶାସନର  ଅଧିକାରୀ  ମାନେ ଉପସ୍ଥିତ  ଥିଲେ l

ମୁଖ୍ୟମନ୍ତ୍ରୀ ଙ୍କ ସଚିବ  ଶ୍ରୀ ଭି କେ ପାଣ୍ଡିଆନ  ଆଲୋଚନା ସଂଯୋଜନା କରିଥିଲେ.ବୈଠକ ରେ ଯୋଗ ଦେଇଥିବା ମନ୍ଦିର trust board ସଦସ୍ୟ  ଓ ସେବାୟତ ଙ୍କ ପ୍ରତିନଧି ମାନେ ଯୋଜନାର  ଉଚ୍ଚ ପ୍ରଶଂସା  କରିବା  ସହ  ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ.


News Comment




Photo in News

Advertisment
Lastest News
  ଜିଲ୍ଲା  
ଡାବୁଗାଁ ବ୍ଲକରେ ଶିକ୍ଷକ ମାନଙ୍କୁ ଟାବଲେଟ ବଣ୍ଟନ   09-Dec-2023
  ଜିଲ୍ଲା  
ଡାବୁଗାଁ ରେ ଭୀମଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   09-Dec-2023
  ଜିଲ୍ଲା  
ଭାନପୁର ରେ ଏଚ୍.ଡି.ଏଫ୍. ସି ବ୍ୟାଙ୍କ୍ ର ୠଣ ମେଳା ଅନୁଷ୍ଠିତ   09-Dec-2023
  ଜିଲ୍ଲା  
ଯୁବକଙ୍କ ସଂଗଠନ ବିରୋଧୀ ମନ୍ତବ୍ୟ: ମାହେଶ୍ୱରୀ ସଂଗଠନ ତରଫରୁ ଥାନାରେ ଅଭିଯୋଗ   08-Dec-2023
  ଜିଲ୍ଲା  
ତୁରେକେଲା ରେ ଯୁବ ଓଡ଼ିଶା ନବୀନ ଓଡ଼ିଶା (ନୂଆଁ ଓ) ଆନୁକୁଲ୍ୟରେ ସଚେତନତା କାର୍ଯ୍ୟକ୍ରମ   08-Dec-2023
  ଜିଲ୍ଲା  
ବୌଦ୍ଧ ଆଦର୍ଶ ଡ଼ିଗ୍ରୀ ମହାବିଦ୍ୟାଳୟରେ ନୁଆଁ -ଓ, ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ତରଫରୁ ସାଂସ୍କୃତିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ   08-Dec-2023
  ଜିଲ୍ଲା  
୨୪ ପ୍ରହରୀ ନାମଯଜ୍ଞ ରେ ଯୋଗଦେଲେ ବିଧାୟକ   08-Dec-2023
  ଜିଲ୍ଲା  
ଲୋଇସିଂହା ମହାବିଦ୍ୟାଳୟ ରେ ନୂଆ-ଓ କାର୍ଯ୍ୟକ୍ରମ ତରଫରୁ ସାମାଜିକ ସଚେତନତା ମୂଳକ କାର୍ଯ୍ୟକ୍ରମ ଆରମ୍ଭ   08-Dec-2023
  ରାଜ୍ୟ  
 ଦେଇଥିଲେ ମନ୍ତ୍ରୀ,  ଖାଇଦେଲେ ଯନ୍ତ୍ରୀ:   ଲରିଆବାହାଲ ସେମେଲ ବନ୍ଧ ମାଟି କାମରେ ମହାଦୁର୍ନୀତି ଅଭିଯୋଗ   08-Dec-2023
  ଜିଲ୍ଲା  
ସତ୍ୟବାଦୀ କଲେଜରେ ସାଂସ୍କୃତିକ ଓ ସାହିତ୍ୟିକ ଉତ୍ସବ   08-Dec-2023
  ଜିଲ୍ଲା  
ନାକ୍ଟିଦେଉଳ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ଆର୍ଥିକ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ   08-Dec-2023
  ଜିଲ୍ଲା  
ବାଟଗାଁର ଯୁବକକୁ ଗାଡି ଚଢାଇ ହତ୍ୟା ଅଭିଯୋଗରେ ସାହେବୀ ସରପଞ୍ଚଙ୍କ ସମେତ ୩ ଗିରଫ , କୋର୍ଟ ଚାଲାଣ   08-Dec-2023

You Might Also Like