-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
19-May-2022
ଲୋଇସିଂହା/ଆଗଲପୁର (ବିନୋଦ କୁମାର ଦୀପ) ପ୍ରକୃତରେ ପ୍ରେମ ହେଉଛି ପବିତ୍ର, ପ୍ରେମ ହେଉଛି ଏକ ସୁନ୍ଦର ମନ୍ଦିର କିନ୍ତୁ ବେଳେ ବେଳେ ପ୍ରେମର ପବିତ୍ରତା ଭିତରେ ଛନ୍ଦି ହେଇ ଯାଉଛନ୍ତି ପ୍ରେମିକ ଓ ପ୍ରେମିକା l ବେଳେବେଳେ ପ୍ରେମର ପବିତ୍ରତା ଭିତରେ ଲାଗି ଯାଏ କଳଙ୍କର ଦାଗ ଏମିତି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକରେ l ଘଟଣାଟି ଏହା ଯେ ପ୍ରଥମେ ପ୍ରେମ ତା'ପରେ ଶାରୀରିକ ସମ୍ପର୍କ, ଓ ପରେପରେ ପ୍ରତାରଣା ଓ ନିର୍ଯାତନା l ଏମିତି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଫଟାମୁଣ୍ଡା ଗ୍ରାମରେ l ପୁଅ ଓ ଝିଅ ଦୁହେଁ ଯାଇଥିଲେ ଦାଦନ ଖଟିବାକୁ ତାମିଲନାଡୁ ଠିକ୍ କିଛିଦିନ ପରେ ଦୁହିଁଙ୍କ ମଧ୍ୟରେ ଦେଖାଦୁଖୀ ଓ ପରେପରେ ଦୁହିଁଙ୍କ ମଧ୍ୟରେ ସୃଷ୍ଟିହେଲା l ପ୍ରେମ ହେଲାପରେ ପୁଣି ଶାରୀରିକ ସମ୍ପର୍କ l ଦୁଇବର୍ଷ ସେଠି ରହିବା ପରେ ଗତ ଏପ୍ରିଲ 13 ତାରିଖରେ ପିଲାର ଗ୍ରାମ ଫଟାମୁଣ୍ଡlକୁ ଚାଲି ଆସିଲେ ପ୍ରେମୀଯୁଗଳ l ଗ୍ରାମକୁ ଆସି ଅତି ସୁନ୍ଦର ଭାବରେ କିଛି ଦିନ ରହିବା ପରେ ଦୁହିଁଙ୍କ ମଧ୍ୟରେ ଆରମ୍ଭ ହେଲା କଳି, ଝଗଡା, ଝିଅଙ୍କ ପ୍ରତି ନିର୍ଯାତନା l ଝିଅକୁ ମାଡ଼ମାରି ଘରୁ ବାହାର କରି ଦିଆଗଲା l ଏହାପରେ ଗ୍ରାମ ଲୋକଙ୍କ ସାହାଯ୍ୟରେ ପହଞ୍ଚିଲେ ଆଗଲପୁର ଫାଣ୍ଡିରେ l ଆଗଲପୁର ଫାଣ୍ଡି ଅଧିକାରୀ ଛୁଟିରେ ଥିବାଯୋଗୁଁ ତାଙ୍କ ଦାୟିତ୍ୱରେ ଥିଲେ ଆଉ ଜଣେ ସାହେବ l ସୂଚନାରୁ ପ୍ରକାଶ ଯେ ଥାନା ଇନଚାର୍ଜରେ ଥିବା ସାହେବ ସେ ଝିଅକୁ ଓ ଗ୍ରାମବାସୀଙ୍କୁ ଦୁର୍ବ୍ୟବହାର କରିଥିବା ପୀଡିତା ଝିଅ ଓ ଗ୍ରାମବାସୀ ପ୍ରକାଶ କରିଛନ୍ତି l ଆଜି ପୁଣି ସେମାନେ ଲୋଇସିଂହା ଥାନାର ଦ୍ବାରସ୍ଥ ହୋଇଛନ୍ତି ଝିଅର ନ୍ୟାୟ ପାଇଁ l ଦେଖାଯାଉ ଲୋଇସିଂହା ପୋଲିସ କେତେଶୀଘ୍ର ଏ ବିଷୟ ପ୍ରତି ଗୁରୁତ୍ୱ ଦେଇ ଝିଅକୁ ନ୍ୟାୟ ପ୍ରଦାନ କରୁଛନ୍ତି l