-+91-9937148622 |
prerana_bgr@rediffmail.com |
Tuesday 6th June 2023 |
R.N.I. Regd No. ODIODI/2010/46693
Breaking News
19-May-2022
ବରଗଡ: ଜଣେ ମେଳାପୀ, ମିଷ୍ଟଭାଷୀ ଛାତ୍ରଛାତ୍ରୀଙ୍କ ପ୍ରିୟ ଶିକ୍ଷକ କ୍ଷୀରସାଗର ବରିହା ଆଉ ଆମ ଗହଣରେ ନାହାଁନ୍ତି । ତାଙ୍କ ବାସଭବନ ମାଣ୍ଡିଆଢିପା ଗ୍ରାମରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ସହଧର୍ମିଣୀ ସଭାନେତ୍ରୀ କୁମାରୀ ବରିହା ବିଜୁ ମହିଳା ଜନତା ଦଳ ପାଇକମାଳ ବ୍ଳଳର ଦାୟିତ୍ଵ ରେ ଅଛନ୍ତି । ତାଙ୍କ ଅନ୍ତିମ ସଂସ୍କାରରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ସୁପୁତ୍ର ଯୁବନେତା ଭୋଜରାଜ ସିଂ ବରିହା , ପାଇକମାଳ ବ୍ଳକ ବିଜୁ
ଯୁବ ଜନତାଦଳର ସଭାପତି ଗୌତମ ସିଂ, ପାଇକମାଳ ବ୍ଳକ ବିଜୁ ଜନତା ଦଳର ସଭାପତି ରାଜେନ୍ଦ୍ର ରାଉତ , ବିଧାୟକ ପ୍ରତିନିଧି ହୃଦାନନ୍ଦ ବାରିକ ଦଳର ବରିଷ୍ଠ କର୍ମୀ, କର୍ମକର୍ତ୍ତା ବୃନ୍ଦ ଯୋଗଦାନ ଦେଇ ଶୋକ ସନ୍ତପ ପରିବାର କୁ ସ୍ୱାନ୍ତନା ଦେବା ସହିତ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ ।