-+91-9937148622 |
prerana_bgr@rediffmail.com |
Tuesday 6th June 2023 |
R.N.I. Regd No. ODIODI/2010/46693
Breaking News
18-May-2022
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ଏଥର ପୁରୀ ରଥ ନିର୍ମାଣ ସକାଶେ ପ୍ରଥମ ଥର ପାଇଁ ପଶ୍ଚିମ ଓଡ଼ିଶାର ରେଢ଼ାଖୋଲ ବନଖଣ୍ଡରୁ ୬୦ ଖଣ୍ଡ ଧଉରା କାଠ ଶ୍ରୀକ୍ଷେତ୍ର ପୁରୀକୁ ପଠାଗଲା । ଚଳିତ ଥର ରଥ ନିର୍ମାଣରେ ଧଉରା
କାଠ ନିଅଣ୍ଟ ପଡିବାରୁ ବିଭାଗୀୟ ସ୍ତରରେ ଚିଠି ଆସିଥିଲା । ରେଢ଼ାଖୋଲ ବନବିଭାଗ ପ୍ରଥମେ ୯୦ ଟି ଗଛ ଏହି ଡିଭିଜନର ଚାରମାଳ ଓ ବଡ଼ମାଳ ରେଞ୍ଜରୁ ଚିହ୍ନଟ କରିଥିଲେ କିନ୍ତୁ ରେଢ଼ାଖୋଲ ରେଞ୍ଜର ବୁର୍ଡା ପଞ୍ଚାୟତ ବନ୍ତଲୋଇ ଗାଁ ପାଖ ଲଣ୍ଡାକୋଟ ସଂରକ୍ଷିତ ଜଙ୍ଗଲରୁ ଗୋଟିଏ ସ୍ଥାନରୁ ହିଁ ଗଛ ମିଳିଥିଲା । ୩୦ ଟି ଗଛରୁ ୬୦ ଖଣ୍ଡ ଧଉରା କାଠ ଯାହା ୧୨ ଫୁଟ ଲମ୍ବ , ୩ ଫୁଟ ଗୋଲେଇରେ ଏହି ୬୦ ଖଣ୍ଡ କାଠକୁ
ପୂଜାର୍ଚ୍ଚନା କରାଯାଇ, ଭଜନ କୀର୍ତ୍ତନ କରି ଜୟ ଜଗନ୍ନାଥ ଡାକରେ ହୁଳହୁଳି ଦେଇ ଗ୍ରାମବାସୀ ଓ ବନବିଭାଗ କର୍ମଚାରୀ ମାନେ କାଠ ଟ୍ରକକୁ ଫୁଲ, ବାନା , ନୂଆ କନା ଦେଇ ଜଗନ୍ନାଥ ଧାମ ପୁରୀକୁ ପଠାଇଥିଲେ । ରାସ୍ତା ସାରା ଗାଁ ଲୋକେ ପୂଜା କରିଥିଲେ । ଏପରି ଏକ ମୁହୂର୍ତ୍ତରେ ସାମିଲ ହୋଇ ନିଜକୁ ସମସ୍ତେ ଭାଗ୍ୟବାନ ମନେ କରିଛନ୍ତି ।