-+91-9937148622 |
prerana_bgr@rediffmail.com |
Tuesday 6th June 2023 |
R.N.I. Regd No. ODIODI/2010/46693
Breaking News
18-May-2022
କୁଏତ-:- ଆସନ୍ତା, ୨୦-୦୫-୨୦୨୨, ତାରିଖ ଶୁକ୍ରବାର ଦିନ ଭାରତୀୟ ପ୍ରଭାସୀ ପରିଷଦ (ବିପିପି) ସଂଘ ଓ ବାଦର ଅଲ ସାମା ମେଡିକାଲରେ, ଏକ ମାଗଣା ଚିକିତ୍ସା ଶିବିର ଆୟୋଜନ କରାଯାଉଛି । ଏହି ପ୍ୟାକେଜରେ ରକ୍ତଚାପ ପରୀକ୍ଷା, ରକ୍ତ ଶର୍କରା ପରୀକ୍ଷା, କୋଲେଷ୍ଟ୍ରଲ ପରୀକ୍ଷା, ଯକୃତ ସ୍କ୍ରିନିଂ (SGPT) , କିଡନୀ ସ୍କ୍ରିନିଂ (କ୍ରିଏଟିନାଇନ୍) ଏବଂ ସାଧାରଣ ଡାକ୍ତରଙ୍କ ପରାମର୍ଶ ବିନା ମୂଲ୍ୟରେ ଚିକିତ୍ସା କରାଯିବ | ଏହି ଶିବିର ସକାଳ ୧ ଟାରୁ ଅପରାହ୍ନ ୭ଟା ପର୍ଯ୍ୟନ୍ତ ପରିଚାଳିତ କରାଯିବ | ବ୍ଲଡ ସୁଗାର ପରୀକ୍ଷା ପାଇଁ ଉପବାସରେ ଆସିବାକୁ, ଏରିଆ ସଭାପତି ବିଶ୍ୱରଂଜନ ସାହୁ କୁଏତରେ ଥିବା ସମସ୍ତ ପ୍ରବାସୀ ଭାରତୀୟଙ୍କୁ ଅନୁରୋଧ କରିଛନ୍ତି | ଅଧିକ ସୂଚନା ପାଇଁ, ସଂଘ ତରଫରୁ ସମସ୍ତ ସ୍ବେଛାସେବୀ ଓ କେନ୍ଦ୍ରୀୟ କମିଟିର ସଭ୍ୟଙ୍କ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି | ପ୍ରବାସୀ ଓଡ଼ିଆ ବିଶ୍ୱ ରଞ୍ଜନ ସାହୁ ପ୍ରତ୍ୟକ୍ଷ ଭାବରେ ଭାରତ ସେବା ଦର୍ଶନର ଅଧ୍ୟକ୍ଷ, ୱାର୍ଲଡ ହ୍ୟୁମାନ ରାଇଟ କମିଶନ -ସ୍ବେଛାସେବୀ ସଂସ୍ଥାର ସଭାପତି, ମୋ ସହାୟ-କୁଏତ, ଇଣ୍ଡିଆନ କଲଚରାଲ ସୋସାଇଟି - କୁଏତ, ରାଇଟର ଫୋରମ ଅଫ କୁଏତ, ଜଗନ୍ନାଥ ସମିତି ନେରଲ, ନିୟୁ ଦିଲ୍ଲୀ, ବସୁଧା - ଓଡିଶା ର ବିଭିନ୍ନ ସାମାଜିକ ସଂସ୍ଥା ସହିତ ନିସ୍ଵାର୍ଥପର ସେବାର ଲକ୍ଷ୍ୟ ନେଇ ସେବା କରିଆସୁଛନ୍ତି | ଶ୍ରୀଯୁକ୍ତ ବିଶ୍ୱ ରଞ୍ଜନ ନିଜର ବକ୍ତ୍ୟବ ରେ କହିଛନ୍ତି.. "ମାନବ ସେବା ହିଁ ଈଶ୍ୱର ସେବା", | ଏହି ମାଗଣା ଚିକତ୍ସା ଶିବିରରେ ସହଯୋଗ କରିଥିବା ସମସ୍ତ ସ୍ଵେଛାସେବୀ, ଭାରତୀୟ ପ୍ରବାସୀ ପରିଷଦ ଓଡିଶା ସଂଘ ର କାର୍ଯକାରିଣୀ କମିଟି ସଭ୍ୟ ଘନଶ୍ୟାମ ପଲାଇ, ଜିତେନ୍ଦ୍ର କୁମାର ଜେନା, ଅଶୋକ କୁମାର ସ୍ୱାଇଁ, ସରୋଜ ଓ ଭାରତୀୟ ପ୍ରବାସୀ ପରିଷଦର ସମସ୍ତ କେନ୍ଦ୍ରୀୟ କମିଟିର ସଭ୍ୟ ଓ ସମ୍ପୂର୍ଣ ନିସ୍ଵାର୍ଥପର ସେବାରେ ନିୟୋଜିତ ଓ ପରିଚାଳନା କରିଥିବା ବାଦର ଅଲ ସାମା ମେଡିକାଲ କୁଏତ ର ସମସ୍ତ କର୍ମକର୍ତାଙ୍କୁ ବିଶ୍ୱ ରଞ୍ଜନ ସାହୁ ନିଜର ଆନ୍ତରିଖ ଶୁଭେଚ୍ଛା ପ୍ରଦାନ କରିଛନ୍ତି |