-+91-9937148622 |
prerana_bgr@rediffmail.com |
Tuesday 5th July 2022 |
R.N.I. Regd No. ODIODI/2010/46693
Breaking News
18-May-2022
ବଲାଙ୍ଗିର,(ପ୍ରେରଣା ଖବର)-ସ୍ଥାନୀୟ ପୌରାଞ୍ଚଳ ୱାର୍ଡ ନଂ.୪ ତାଲପାଲିପଡା ରାଧାକୃଷ୍ଣ ନଗର ଠାରେ ପରିଷଦ ସଭାପତି ପରୀକ୍ଷିତ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବ ମୁଖ୍ୟ ଅତିଥି ବଲାଙ୍ଗିର ବିଧାୟକ ମାନ୍ୟବର ନରସିଂହ ମିଶ୍ର ଯୋଗ ଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ତାଙ୍କ ଉଦ୍ବୋଧନ ଦେଇ ଏହା ଦ୍ୱାରା ପଡାର ଏକତା, ସଂହତି, ଭାତୃତ୍ୱ ଭାବ ତଥା ଏକ ଶାନ୍ତ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବ ବୋଲି ମତ ପ୍ରକାଶ କରିଥିଲେ ଓ ମନ୍ଦିର ନିର୍ମାଣ ରେ ଯଥାବିଧି ସାହାଯ୍ୟ ସହଯୋଗ କରିବାକୁ ନିର୍ଭର ପ୍ରତିଶୃତି ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ କାଉନସିଲର ଅରବିନ୍ଦ ପରୁଆ ଯୋଗ ଦେଇଥିଲେ । ଭୂମିଦାତା ବସନ୍ତ ଷାଣ୍ଢ ଓ
ଭାଇମାନଙ୍କୁ କମିଟି ତରଫରୁ ମୁଖ୍ୟ ଅତିଥି ଉତ୍ତରୀୟ ଓ ପୁଲମାଳ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ । କର୍ତ୍ତା ରୂପେ ମୁଖ୍ୟ ଉପଦେଷ୍ଟା ବସନ୍ତ ମହାନ୍ତି କାର୍ଯ୍ୟ ତୁଲାଇଥିବା ବେଳେ ଉପଦେଷ୍ଟା ରାଧାକାନ୍ତ ସ୍ୱାଇଁ, ବାସୁଦେବ ମେହେର, ନବୀନ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ସମ୍ପାଦକ ଅନିଲ ରଣା ଧନ୍ୟବାଦ ଅର୍ପଣ କରିଥିଲେ । ସଭା କାର୍ଯ୍ୟ ପରେ ଭାଷ୍କର ସାହୁ, ଶିବ ଦାସ ଓ ସାଥୀଙ୍କ ଦ୍ୱାରା ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା । ଏଥିରେ ରାଧାକୃଷ୍ଣ ନଗର ଉନ୍ନୟନ ପରିଷଦର କର୍ମକର୍ତ୍ତା ସୂର୍ଯ୍ୟ ପ୍ରକାଶ ମହାନ୍ତି, ପୁରୁଷୋତ୍ତମ ମେହେର, ସଞ୍ଜିବ ମେହେର ତଥା ପଡାବାସୀ ସାହାଯ୍ୟ ସହଯୋଗ ପ୍ରଦାନ କରିଥିଲେ ।