-+91-9937148622 |
prerana_bgr@rediffmail.com |
Tuesday 5th July 2022 |
R.N.I. Regd No. ODIODI/2010/46693
Breaking News
18-May-2022
ବଲାଙ୍ଗୀର(ପ୍ରେରଣା ଖବର),-ବଲାଙ୍ଗୀର ଜିଲ୍ଲାର କୃଷି ଓ କୃଷକମାନଙ୍କୁ ସମସ୍ୟାକୁ ନେଇ ଦୀର୍ଘବର୍ଷ ପର୍ଯ୍ୟନ୍ତ ଲଢେଇ କରୁଥିବା ଚାଷିନେତା ଡ.ସୁଧିରକୁମାର ପରିଚ୍ଛାଙ୍କ ଗତବର୍ଷ ଦେହାନ୍ତ ହୋଇଯାଇଥିଲା । ଆଜି ତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କ ପୈତୃକଗ୍ରାମ ସଦରବ୍ଲକ ଅନ୍ତର୍ଗତ ଜନକପୁରଠାରେ ତାଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଯୋଗଦେଇ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବା ସହିତ ସ୍ୱର୍ଗତ ସୁଧିର ପରିଚ୍ଛା ଜଣେ ସାହସୀ ଚାଷୀନେତା ଥିଲେ । ତାଙ୍କ ଭଳି ସାହସର ସହିତ କୃଷକମାନଙ୍କ ସମସ୍ୟାକୁ ସମାଧାନ ପାଇଁ ଚାଷୀ ନେତାମାନେ ଆଗେଇ ଆସିଲେ ତାହା ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ । ଜିଲ୍ଲା କୃଷକ ମହାସଂଘର ସଭାପତି ଜତି ପଧାନଙ୍କ ସଭାପତିତ୍ୱ ଓ ଚାଷୀନେତା ସରୋଜ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଇଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବିଧାୟକ ଶ୍ରୀ ମିଶ୍ର,ସମ୍ମାନୀତ ଅତିଥି ଭାବରେ କିଷାନ କଂଗ୍ରେସର ଜିଲ୍ଲା ସଭାପତି ସାନନ୍ଦ ମିଶ୍ର,ପୁଇଁତଳା ବ୍ଲକକଂଗ୍ରେସ ସଭାପତି ଉମାକାନ୍ତ ସାହୁ,ପରିଚ୍ଛା ପରିବାରର ସୁରେଶ ପରିଚ୍ଛା,ବାଳକୃଷ୍ଣ ବେହେରା,ଭାସ୍କର ବେହେରା,ଦୁଃଖୁ ସାହୁ,ସୁରେନ୍ଦ୍ରକୁମାର ନାଗ,ଶଙ୍କର ପୁରୋହିତ ପ୍ରମୁଖ ଯୋଗଦେଇ ଚାଷିନେତା ସ୍ୱର୍ଗତ ପରିଚ୍ଛାଙ୍କ ସ୍ମୃତିଚାରଣ କରିଥିଲେ । ପ୍ରକାଶ୍ୟ ଯେ,ଡ.ସୁଧିର କୁମାର ପରିଚ୍ଛା ୧୯୯୨ ମସିହାରେ ପ୍ରଥମେ ବିଡିଘାଟ ପଞ୍ଚାୟତରେ ସରପଞ୍ଚ ହୋଇ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ସେହିଦିନରୁ ଗାଁରେ ଚାଷୀଙ୍କୁ ସଂଗଠିତ କରି ତାଙ୍କ ସମସ୍ୟାର ସମାଧାନ କରିଆସୁଥିଲେ । ପରେ ୧୯୯୮ ମସିହାରେ ଆଖୁଚାଷିଙ୍କ ପାଇଁ ଆନ୍ଦୋଳନ କରି ସେ ସମୟରେ କୃଷକସଂଗଠନର ଦାୟୀତ୍ୱ ନେଇଥିଲେ । ଜିଲ୍ଲା କୃଷକସଂଗଠନର ନେତୃତ୍ୱ ନେବା ସହିତ ପରେ କିଷାନ କଂଗ୍ରେସର ରାଜ୍ୟ ଉପସଭାପତି ମଧ୍ୟ ରହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜନକପୁର ଅଞ୍ଚଳର ଗ୍ରାମବାସୀ,ଚାଷି ଓ ପରିଚ୍ଛା ପରିବାରର ସମସ୍ତ ସଦସ୍ୟ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କୃଷକସଂଗଠନର ମଧୁସୁଦନ କ୍ଷେତି,ବଲାଙ୍ଗୀର ନଗରକଂଗ୍ରେସ ସଭାପତି ବୁଲୁ ଦାନୀ,ସୌମେନ୍ଦ୍ର ପରିଚ୍ଛା,ମୁନା ପରିଚ୍ଛା ଓ ଅନ୍ୟମାନେ ଯୋଗଦେ