-+91-9937148622 |
prerana_bgr@rediffmail.com |
Wednesday 17th August 2022 |
R.N.I. Regd No. ODIODI/2010/46693
Breaking News
16-May-2022
ନୟାଗଡ଼(ପ୍ରେରଣା ଖବର) : ନୟାଗଡ଼ ଜିଲ୍ଲା ରଣପୁର ଥାନା ପୋଲିସ ୨ ଡକାୟତଙ୍କୁ ଗିରଫ କରିଛି l ଗତ ୧୨ ତାରିଖରେ ଭୁବନେଶ୍ୱରର ବିବେକାନନ୍ଦ ମଲ୍ଲିକଙ୍କ ପୁଅ ସଂଜିତ ମଲ୍ଲିକ ଏକ ବିବାହ କାର୍ଯ୍ୟ ସାରି କନ୍ଧମାଳରୁ ଭୁବନେଶ୍ୱର ଫେରୁଥିଲେ l ଓଡ଼ଗାଁ ରୋହିବାଙ୍କ ଠାରେ ସଂଜିତଙ୍କୁ ୩ ଜଣ ଲୁଟେରା ଅଟକାଇଥିଲେ l କୌଶଳ କ୍ରମେ ସଂଜିତଙ୍କୁ ନିଶା ଦେଇ ରଣପୁର ଗୋଡିମଡ଼ା ଅଞ୍ଚଳର ଏକ ଜଙ୍ଗଲକୁ ନେଇ ଆସିଥିଲେ l ସଂଜିତ ଅଚେତ ହୋଇଯିବା ପରେ ତାଙ୍କ ଠାରୁ ବାଇକ,ମୋବାଇଲ ଆଦି ଲୁଟି ନେଇଥିଲେ l ପରେ ସଂଜିତଙ୍କ ବାପା ବିବେକାନନ୍ଦ ମଲ୍ଲିକ ଏ ନେଇ ରଣପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ରଣପୁର ଥାନା ଅଧିକାରୀ ଜ୍ୟୋତିପ୍ରକାଶ ପଣ୍ଡା ଏହାକୁ ଗୁରୁତ୍ୱ ଦେଇ ତଦନ୍ତ କରିଥିଲେ l ଆଇଆଇସି ଜ୍ୟୋତି ପ୍ରକାଶ ପଣ୍ଡା ଏବଂ ସବ ଇନ୍ସପେକ୍ଟର ସଂଜୟ ପରିଡା ଲୁଟେରା ମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଛନ୍ତି l ଏହି ଘଟଣାର ମାଷ୍ଟର ମାଇଣ୍ଡ ଓଡଗାଁ ଥାନା ଭଗବତୀପ୍ରସାଦ ଗାଁର ସୁଶାନ୍ତ ରାଉତ ଏବଂ ଲକ୍ଷ୍ମୀ ନାରାୟଣ ଆଳତିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଇଛି l ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ଅଶୋକ ବେହେରା ଫେରାର ଅଛି l ଏହି ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ଚେଷ୍ଟା ଚଳାଇଛି l ଗିରଫ ହୋଇଥିବା ୨ ଅଭିଯୁକ୍ତ ଦ୍ବୟଙ୍କ ନାମରେ ୧୫ ରୁ ଉର୍ଦ୍ଧ ମାମଲା ବିଭିନ୍ନ ଥାନାରେ ଥିବା ଜଣାପଡିଛି l ଏମାନେ ମୁଖ୍ୟତଃ ବସଷ୍ଟାଣ୍ଡ, ରେଳ ଷ୍ଟେସନ ଏବଂ ନିଛାଟିଆ ସ୍ଥାନରେ ରହି ଲୋକଙ୍କୁ ଟାର୍ଗେଟ କରି ଲୁଟ, ହତ୍ୟା କରୁଥିବା ସୂଚନା ମିଳିଛି l