-+91-9937148622 |

prerana_bgr@rediffmail.com |

  Friday 29th March 2024 |

| | | |

R.N.I. Regd No. ODIODI/2010/46693

Breaking News

ରିଙ୍ଗାପଡ଼ା ଗାୟତ୍ରୀ ପ୍ରଜ୍ଞାପୀଠର ବାର୍ଷିକ ଉତ୍ସବ   ଉପଲକ୍ଷେ ପଞ୍ଚକୁଣ୍ଡୀୟ ମହାଯଜ୍ଞ ଉଦଯାପିତ    (29-Mar-2024)       ||      ୫୦ କେଜି ଗଞ୍ଜେଇ ଓ କାର ସହ ୨ ଅଭିଯୁକ୍ତ ଗିରଫ   (29-Mar-2024)       ||      ନାଟ୍ୟଚକ୍ର ଅନୁଷ୍ଠାନ ପକ୍ଷରୁ ବିଶ୍ବନାଟ୍ୟ ଦିବସ ୨୦୨୪ ପାଳିତ   (29-Mar-2024)       ||      ଛତିକୁଡ଼ା ରୁ ନର୍ଲା ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ର ଅଭିଯୋଗ ତଦନ୍ତ ଦାବି   (29-Mar-2024)       ||      ନର୍ଲା କଂଗ୍ରେସ କୁ ଭକ୍ତ କରିବେ କି ବିଭକ୍ତ ?   (29-Mar-2024)       ||      ନିଖୋଜ ନାବାଳକ କୁ ରେଲୱେ ଟ୍ରାକ ରୁ ଉଦ୍ଧାର କଲା ସୋନପୁର ପୋଲିସ୍   (29-Mar-2024)       ||      ୧୯୭୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ    (29-Mar-2024)       ||      ଖଟଖଟିଆ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକୋତ୍ସବ,   (29-Mar-2024)       ||      ସ୍ବାମୀର ଠେଙ୍ଗା ମାଡରେ ପତ୍ନୀ ମୃତ, ସ୍ବାମୀ ଅଟକ    (28-Mar-2024)       ||      ହାତ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂଭୋଇ    (28-Mar-2024)       ||      ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଙ୍କୁ ସୁବର୍ଣ୍ଣପୁର ଠାରେ ବିପୁଳ ସମ୍ବର୍ଦ୍ଧନା*- ମା ସୁରେଶ୍ଵରୀ ଙ୍କ ଆଶୀର୍ବାଦ ନେଇ ଆରମ୍ଭ କଲେ ପରିବାର ସମ୍ପର୍କ ଅଭିଯାନ   (28-Mar-2024)       ||      ପୋଲିଂ ଅଧିକାରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଜନିତ ସତ୍ୟତା ସମ୍ବନ୍ଧେ ଡାକ୍ତରୀ ପରୀକ୍ଷା   (28-Mar-2024)       ||      ନିର୍ବାଚନ ଉପଲକ୍ଷେ ଗଠନ ହୋଇଛି ଏମସିଏମସି ସେଲ    (28-Mar-2024)       ||      ବୌଦ୍ଧ : କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗାଁ ପରିଦର୍ଶନ କଲେ ବୌଦ୍ଧ ଜିଲାପାଳ    (28-Mar-2024)       ||      ଭାଲୁ ଆକ୍ରମଣ ରେ ଯୁବକ ଗୁରୁତ୍ୱର   (28-Mar-2024)       ||      ଚିକିଲି ଗ୍ରାମରେ ସମ୍ପୂର୍ଣ ଆଦିବାସୀ ପରମ୍ପରାରେ ନିଆରା ଢଙ୍ଗରେ ଶିବରାତ୍ରି ପାଳିତ   (28-Mar-2024)       ||      କଣ୍ଟାମାଳରେ ୧୦୮ ହନୁମାନ ଚାଳିଶା ଓ ଶୁଭସ୍ତମ୍ଭ ସ୍ଥାପନ    (27-Mar-2024)       ||      ନାଟ୍ୟ ଅନୁଷ୍ଠାନ ଅନ୍ୱେଷଣ ତରଫରୁ ବିଶ୍ଵ ନାଟ୍ୟ ଦିବସ ପାଳିତ , ନାଟକ ଆଜିର ସମୟର ଅପରିହାର୍ଯ୍ଯ ଆବଶ୍ୟକତା।   (27-Mar-2024)       ||      କଣ୍ଟାମାଳ ପାଇଁ ମହୀଧର ରଣା ବିଜେଡି ପ୍ରାର୍ଥୀ ଘୋଷିତ   (27-Mar-2024)       ||      ଇଣ୍ଟରନ୍ୟାସନାଲ ଥିଏଟର କଣ୍ଟାମାଳ ଶାଖାର ବିଶ୍ୱନାଟ୍ୟ ଦିବସ   (27-Mar-2024)       ||     

HOME   ରାଜ୍ୟ

ଦୁର୍ନୀତି , ସରକାରୀ ଅବହେଳା ଓ ନ୍ୟାୟରେ ବିଳମ୍ବ ସୁହାଉଛି କି ସନ୍ତ୍ରାସବାଦୀଙ୍କୁ ?

16-May-2022



ବଲାଙ୍ଗୀର (ମଳୟ ମିଶ୍ରଙ୍କ ରିପୋର୍ଟ): ଦୀର୍ଘ ଦଶନ୍ଧିଧରି ଦାଦନପ୍ରବଣ ଆଦିବାସୀବହୁଳ ଅନାହାରମୃତ୍ୟୁ , ପିଲାବିକ୍ରି ଆଦି ଚରମ ଦାରିଦ୍ର୍ଯ ନିମନ୍ତେ ଅପଖ୍ୟାତ ଅବହେଳିତ ପଶ୍ଚିମଓଡିଶାର ସୀମାନ୍ତଜିଲ୍ଲା ବଲାଙ୍ଗୀରରେ ସାମାନ୍ୟ ସାମୟିକ ବ୍ୟବଧାନରେ ପୁଣି ମାଓବାଦୀମାନେ ସେମାନଙ୍କର ଉପସ୍ଥିତି ଜାହିର୍ କରିଛନ୍ତି । 

ସପ୍ତାହେତଳେ ତୁରେକେଲା ଅଞ୍ଚଳରେ କଦଳୀପାଲି ଗ୍ରାମ ନିକଟରେ ମାଓବାଦୀଙ୍କ ସୂଚନା ପାଇ ପୁଲିସ୍ ଓ ମାଓ ନିରାକରଣରେ ନିୟୋଜିତ ସ୍ବତନ୍ତ୍ରବଳ କମ୍ବିଂ ଅପରେସନ୍ କରି  କେତେକ ମାଓସାମଗ୍ରୀ ଜବତ କରିଥିବାବେଳେ , ଦୁଇଦିନତଳେ ଠିକ୍ ହରିଶଙ୍କର ବୈଶାଖମେଳା ବେଳକୁ ଖପ୍ରାଖୋଲ ବ୍ଲକ୍ ଲାଠୋର ଥାନା ଅନ୍ତର୍ଗତ ଘୁମସର - ପୁଟକେଲଚୁଆଁ ହାଟରେ ମାଓବ୍ୟାନର ପୁଲିସ୍ ଜବତ କରିଛି । 

ପ୍ରକାଶଯୋଗ୍ୟ ଯେ , ଏହିସବୁ ଅଞ୍ଚଳରେ ବିଗତଦିନରେ ଅଳ୍ପବର୍ଷତଳେ ମାଓବାଦୀମାନେ ଏକାଧିକ ନରସଂହାର ଘଟାଇଥିବା ସହ ପୁଲିସ୍ ଓ ଏସଓଜି ଦ୍ବାରା ମଧ୍ୟ ଏକାଧିକ ମାଓବାଦୀଙ୍କୁ ଏନକାଉଣ୍ଟର କରାଯିବା ସହ ଅନେକ ମାଓ କ୍ୟାମ୍ପ୍ କିଛି କିଛିଦିନ ଅନ୍ତରରେ ଜବତ କରାଯାଆସୁଛି । ସେହିପରି କେତେକ ମାଓବାଦୀ ଓ ମାଲାସିଆଙ୍କୁ ମଧ୍ୟ ଗିରଫ କରାଯାଇଛି । ତଥାପି ବଲାଙ୍ଗୀର ଜିଲ୍ଲାର ଏହି ତୁରେକେଲା , ଖପ୍ରାଖୋଲ ଓ ସପଟର ନୂଆପଡା ବା ବରଗଡ ଜିଲ୍ଲାର ପାହାଡପର୍ବତ ଗନ୍ଧମାର୍ଦ୍ଦନ ଅଞ୍ଚଳରେ ମାଓ ଗତିବିଧି ଅବ୍ୟାହତ ରହିଆସିଛି । 

ଏହାର କାରଣ ସମ୍ପର୍କରେ ଯଥାଯଥ ଅନୁଧ୍ୟାନ କରାଯାଇନାହିଁ । ଯଦିଓ ମାଓ ଅଧ୍ୟୁଷିତ ଅଞ୍ଚଳରେ ସରକାରଙ୍କ ଦ୍ବାରା କେତେକ ବିକାଶମୂଳକ ଯୋଜନା , ଆମ୍ବୁସ୍ ବା ସଶସ୍ତ୍ରବଳ ସ୍ଥାପନ ସହ ଜନସମ୍ପର୍କ ଶିବିର ଇତ୍ୟାଦିର ଆୟୋଜନ କରାଯାଇ ଆସୁଛି । ତଥାପି ଏହି ଅଞ୍ଚଳରେ ସରକାରୀ ଯୋଜନାରେ ପ୍ରବଳ ଦୁର୍ନୀତି , ଏଠାରୁ ହିଁ ସର୍ବାଧିକ ଦାଦନଶ୍ରମିକ ଚାଲାଣ ଓ ବହୁଚର୍ଚ୍ଚିତ ଅପରାଧମାମଲାଗୁଡିକର ହ୍ରାସ ହେଉନାହିଁ । ଏହି ଅଞ୍ଚଳର ସର୍ଗିପାଲି ଦଳିତଯୁବତୀ ସ୍ନେହଲତା ଛତ୍ରିଆ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତ ଫେଲ୍ ମାରିଛି । ବହୁଚର୍ଚ୍ଚିତ ପାର୍ଶଲବୋମା ଡବଲମର୍ଡର ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତରେ ଭିନ୍ନମୋଡ ଦିଆଯାଇଥିବା  ଅଭିଯୋଗ ପ୍ରକାଶ ପାଇଆସୁଛି । ରାଜ୍ୟର ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ଶିକାର ମମିତା ଏହି ତୁରେକେଲା ଅଞ୍ଚଳର ଝିଅ  । ସଦ୍ୟ ଗତ ୫ ତାରିଖରେ ପାଟଣାଗଡ ବ୍ଲକ୍ ର ଜଣେ ନିରୀହ ଆପାତତଃ ସଚ୍ଚୋଟ ଜେଇଙ୍କୁ ସ୍ପଷ୍ଟଦିବାଲୋକରେ ଠିକାଦାରମାନେ ହତ୍ୟା କରିଥିବା ଅଭିଯୋଗର ତଦନ୍ତରେ ଏଯାଏଁ ଦୁଇ ସପ୍ତାହ ହେଲା ପୁଲିସ୍ କୌଣସି ତତ୍ପରତା ପ୍ରକାଶ କରୁ ନଥିବାରୁ ଜନ ଅସନ୍ତୋଷ ପୁଞ୍ଜିଭୂତ ହେଉଛି । ଏପରିକି ଏହି ଅଞ୍ଚଳ ତଥା ଜିଲ୍ଲାରେ ଶାସକଦଳର ସଂଖ୍ୟାଗରିଷ୍ଠତା ସତ୍ତ୍ୱେ ସରକାରୀ ଯୋଜନାରେ ପ୍ରଚୁର ପିସି କାରବାର ଓ ରାଜନେତା - ଅଫିସର - ଠିକାଦାରୀରାଜ୍ ଫଳରେ ଏଭଳି ନରହତ୍ୟା ପରି ଅପରାଧ ଘଟାଇ ଦୋଷୀମାନେ ନିରଙ୍କୁଶ ହୋଇ ବୁଲୁଥିବା ଚର୍ଚ୍ଚା ହେଉଛି । 

ଆହୁରିମଧ୍ୟ , ଏହି ଉପଖଣ୍ଡରେ ଓ ଗୋଟିଏ ବେଲପଡାବ୍ଲକ୍ ରେ ବାହାରକୁ ଇଟାଭାଟିରେ କାମ କରିବାକୁ ଯାଇଥିବା ଗୋଟିଏ ସପ୍ତାହ ମଧ୍ୟରେ ୩ +୧ ଜଣ ଦାଦନଶ୍ରମିକଙ୍କର ମୃତଦେହ ଘରେ ପହଞ୍ଚିବାପରେ ଏକ ସଂଗଠନ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଉପଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ଅଞ୍ଚଳର ସମସ୍ତଦାଦନଶ୍ରମିକଙ୍କୁ ରାଜ୍ୟବାହାରେ ପ୍ରଚଣ୍ଡଖରାରେ ଖଟାଇ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରାଯାଇ ଫେରାଇ ଅଣାଯିବାକୁ ଦାବି କରାଯାଇଛି । ଏଣୁ ଏଭଳି ଦୁର୍ନୀତି , ସରକାରୀ ଅବହେଳା ଓ ଅପରାଧର ଉଚିତ୍ ତଦନ୍ତ ବା ସାମାଜିକନ୍ୟାୟ ବିପନ୍ନ ହେଉଥିବାର ଅଭିଯୋଗ ଓ ଜନଅସନ୍ତୋଷ ମାଓବାଦୀଙ୍କ ପରି ସନ୍ତ୍ରାସବାଦୀଙ୍କୁ ସୁହାଉ ନାହିଁ ତ ବୋଲି ଆଶଙ୍କା ସୃଷ୍ଟିକୁ ଏଡାଯାଇ ପାରୁନାହିଁ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରିଙ୍ଗାପଡ଼ା ଗାୟତ୍ରୀ ପ୍ରଜ୍ଞାପୀଠର ବାର୍ଷିକ ଉତ୍ସବ   ଉପଲକ୍ଷେ ପଞ୍ଚକୁଣ୍ଡୀୟ ମହାଯଜ୍ଞ ଉଦଯାପିତ    29-Mar-2024
  ଜିଲ୍ଲା  
୫୦ କେଜି ଗଞ୍ଜେଇ ଓ କାର ସହ ୨ ଅଭିଯୁକ୍ତ ଗିରଫ   29-Mar-2024
  ଜିଲ୍ଲା  
ନାଟ୍ୟଚକ୍ର ଅନୁଷ୍ଠାନ ପକ୍ଷରୁ ବିଶ୍ବନାଟ୍ୟ ଦିବସ ୨୦୨୪ ପାଳିତ   29-Mar-2024
  ଜିଲ୍ଲା  
ଛତିକୁଡ଼ା ରୁ ନର୍ଲା ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ର ଅଭିଯୋଗ ତଦନ୍ତ ଦାବି   29-Mar-2024
  ଜିଲ୍ଲା  
ନର୍ଲା କଂଗ୍ରେସ କୁ ଭକ୍ତ କରିବେ କି ବିଭକ୍ତ ?   29-Mar-2024
  ଜିଲ୍ଲା  
ନିଖୋଜ ନାବାଳକ କୁ ରେଲୱେ ଟ୍ରାକ ରୁ ଉଦ୍ଧାର କଲା ସୋନପୁର ପୋଲିସ୍   29-Mar-2024
  ଜିଲ୍ଲା  
୧୯୭୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ   29-Mar-2024
  ଜିଲ୍ଲା  
ଖଟଖଟିଆ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକୋତ୍ସବ,   29-Mar-2024
  ଜିଲ୍ଲା  
ସ୍ବାମୀର ଠେଙ୍ଗା ମାଡରେ ପତ୍ନୀ ମୃତ, ସ୍ବାମୀ ଅଟକ    28-Mar-2024
  ରାଜନୀତି  
ହାତ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂଭୋଇ   28-Mar-2024
  ଜିଲ୍ଲା  
ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଙ୍କୁ ସୁବର୍ଣ୍ଣପୁର ଠାରେ ବିପୁଳ ସମ୍ବର୍ଦ୍ଧନା*- ମା ସୁରେଶ୍ଵରୀ ଙ୍କ ଆଶୀର୍ବାଦ ନେଇ ଆରମ୍ଭ କଲେ ପରିବାର ସମ୍ପର୍କ ଅଭିଯାନ   28-Mar-2024
  ଜିଲ୍ଲା  
ପୋଲିଂ ଅଧିକାରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଜନିତ ସତ୍ୟତା ସମ୍ବନ୍ଧେ ଡାକ୍ତରୀ ପରୀକ୍ଷା   28-Mar-2024

You Might Also Like