-+91-9937148622 |
prerana_bgr@rediffmail.com |
Friday 29th March 2024 |
R.N.I. Regd No. ODIODI/2010/46693
Breaking News
15-May-2022
ବରଗଡ଼: ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ହେଉଛି ଶ୍ରୀ ଶ୍ରୀ ନୃସିଂହନାଥ । ଏଠାରେ କେଉଁ ଆବହମାନ କାଳରୁ ପୂଜା ପାଉଛନ୍ତି ପ୍ରଭୁ ମାର୍ଜାର କେଶରୀ । ଏହି ମନ୍ଦିର ଗନ୍ଧମାର୍ଦନ ପାଦ ଦେଶରେ ଅବସ୍ଥିତ । କୁଳୁକୁଳୁ ନାଦରେ ଅବିରତ ବହି ଚାଲିଛି ନିର୍ମଳ ସୁଶୀତଳ ମନୋହର ଝରଣା ଟିଏ । ପର୍ବତ ଶିଖରରୁ ଝରି ଆସୁଥିବା ଏହି ଝରଣା କେତେ ଯେ ସୁନ୍ଦର ଆପଣ ମାନେ ନ ଦେଖିଲେ ଜାଣି ପାରିବେ ନାହିଁ ।ପ୍ରତି ବର୍ଷ ବୈଶାଖ ମାସ ଚତୁର୍ଦଶୀ ତିଥିରେ ପଡେ ନୃସିଂହ ନାଥଙ୍କ ଜନ୍ମଦିନ । ଏହି ଅବସରରେ ଏଠାରେ ୫ ଦିନ ବ୍ୟାପି ବୈଶାଖ ମେଳା ଅନୁଷ୍ଠିତ ହେଉଛି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏକତ୍ରିତ ହୋଇଛନ୍ତି ଏଇ ପବିତ୍ର ପୀଠରେ ପ୍ରଭୁଙ୍କ ଦର୍ଶନ ପାଇଁ |ନୃସିଂହ ନାଥ ନିକଟରେ ଆଉ ଏକ ପ୍ରସିଦ୍ଧ ମନ୍ଦିରରେ ମାଆ ରଣେଶ୍ୱର ରାମ ଚଣ୍ଡୀ ପୂଜା ପାଆନ୍ତି । ଏହି ମନ୍ଦିରର ପାଇକମାଲ କୁଲତା ସମାଜ ଯୁବ ସଂଗଠନ ଆଗେଇ ଆସିଛି ଭକ୍ତ ମାନଙ୍କୁ ଅନ୍ନ ପ୍ରସାଦ ବଣ୍ଟନ ପାଇଁ । ଯୁବକ ମାନେ ଆଜି ପ୍ରାୟ ୧୦ ହଜାର ଭକ୍ତଙ୍କୁ ଅନ୍ନ ବଣ୍ଟନ କରିଛନ୍ତି । ଭକ୍ତ ମାନେ ପ୍ରସାଦ ଖାଇ, ମାଆ ରଣେଶ୍ୱର ରାମଚଣ୍ଡୀଙ୍କୁ ମଧ୍ୟ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି । ଏଥିରେ କୁଲତା ସମାଜ ଯୁବ ସଂଗଠନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିବା ଜଣାଯାଏ ।