-+91-9937148622 |
prerana_bgr@rediffmail.com |
Friday 20th May 2022 |
R.N.I. Regd No. ODIODI/2010/46693
Breaking News
14-May-2022
ବଲାଙ୍ଗିର,: ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ଭର୍ଚୁଆଲ ମାଧ୍ୟମରେ ସୁପ୍ରିମକୋର୍ଟ ବିଚାରପତି ମାନ୍ୟବର ଜଷ୍ଟିଷ ନାଗେଶ୍ୱର ରାଓ ଏବଂ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଜଷ୍ଟିଷ ଏସ୍ ମୁରଲୀଧରଙ୍କ ଦ୍ୱାରା ଇ- ଫାଇଲିଙ୍ଗ ଷ୍ଟେସନ ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ଜଜ ଲୋକନାଥ ମହାପାତ୍ର, ଫେମିଲି ଜଜ୍ ବେଣୁଧର ପାତ୍ର,
ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀମତୀ ଇତିଶ୍ରୀ ମହାପାତ୍ର, ସିଭିଲ କୋର୍ଟ ରେଜିଷ୍ଟାର ଅମିତ କୁମାର ବାରିକ, ସିଷ୍ଟମ ଅଫିସର ଅନୀଳ ଦାସ, ନାଜିର ଶୁଭ୍ରାଂଶୁ ବାଗ୍, ଆଷିଷ୍ଟାଣ୍ଟ ନାଜିର ସୁବ୍ରତ କୁମାର ମିଶ୍ର, ପ୍ରଭାତ ବିଶ୍ୱାଲ ଓ ବିଚାର ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଏବଂ ସମସ୍ତ ଓକିଲ ଓ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ ।
(ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ଯ୍ୟାମୀ ସାହୁଙ୍କ ରିପୋର୍ଟ)