-+91-9937148622 |
prerana_bgr@rediffmail.com |
Friday 20th May 2022 |
R.N.I. Regd No. ODIODI/2010/46693
Breaking News
14-May-2022
ବଲାଙ୍ଗୀରରେ ରାଷ୍ଟ୍ରୀୟ ଲୋକ ଅଦାଲତ,ଜିଲ୍ଲା ନ୍ୟାୟଧିଶ ଶ୍ରୀ ଲୋକନାଥ ମହାପାତ୍ରଙ୍କ ତତ୍ତ୍ୱଵଧାନରେ ଅନୁଷ୍ଠିତ ହୋଇଥିଲା ।ଚଳିତ ବର୍ଷ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା।ଏହି ଲୋକ ଅଦାଲତରେ ଵେଣୁଧର ପାତ୍ର, ଜଜ ଫେମିଲି କୋର୍ଟ, ଶ୍ରୀମତି ଅଜନ୍ତା ସଡଙ୍ଗି, ଜଜ ଭିଜିଲାନ୍ସ କୋର୍ଟ, ଶ୍ରୀମତୀ ଇତିଶ୍ରୀ ମହାପାତ୍ର,ଅତିରିକ୍ତ ଜିଲ୍ଲା ଜଜ ପ୍ରଥମ, ଅମିତ କୁମାର ଵାରିକ, ରେଜିଷ୍ଟ୍ରାର ବଲାଙ୍ଗୀର, ଜୋତିରଞନ ଦାସ ,ସିଭିଲ ଜଜ,ଶ୍ରୀମତୀ ସସ୍ମିତା ନନ୍ଦିନୀ ଅତିରିକ୍ତ ସିଭିଲ ଜଜ,ଶ୍ରୀମତୀ ସସ୍ମିତା ସେ ଠି ସିଭିଲ ଜଜ କନିଷ୍ଠ,
ମନୋଜ ମହାନ୍ତି ଏସଡ଼ିଜେଏମ୍ ବଲାଙ୍ଗୀର ପ୍ରକାଶ କର ଜେଏମଏଫସି ବଲାଙ୍ଗୀର ପଵ୍ଳିକ ପ୍ରୋସିକ୍ୟୁଟର ଜିଲ୍ଲା ଜଜ କୋର୍ଟ, ଶ୍ରୀଯୁକ୍ତ ସୁଵାଷ ଚନ୍ଦ୍ର ମହାନ୍ତ ଓ ସମସ୍ତ କୋର୍ଟ କର୍ମଚାରୀ ଏବଂ ସମସ୍ତ ଓକିଲ ମାନେ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନ କରିଥିଲେ।ଉକ୍ତ ଲୋକ ଅଦାଲତକୁ ଵିନୟ କୁମାର ପାତ୍ର, ସଚିବ ଜିଲ୍ଲା ଆଇନ ସେଵାପ୍ରାଧିକରଣ ବଲାଙ୍ଗୀର ପରିଚାଳନା କରିଥିଲେ।ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ୨୮ଟି ଦେଔନି ମୋକଦ୍ଦମା ଫେସଲା ହୋଇଥିଲା।୪୬ଟି ଵ୍ୟାଙ୍କ ମୋକଦ୍ଦମା ସମାଧାନ କରାଯାଇ ହୋଇ ଟ୧୦୮୫୫୦୮୭,୯୮ ଆଦାୟ ହୋଇ ଥିଲା।୧୪ଟି ମଟର ଦୁର୍ଘଟଣା ଜନିତ ମାମଲାର ଫେସଲା କରାଯାଇମୋଟ ୯୨୫୩୦୦୦ ଟଙ୍କା କ୍ଷତିପୁରଣ ଦେଵା ପାଇଁ ଆଦେଶ କରାଯାଇ ଥିଲା।
୨୩୧ଟି ଫୈଜଦାରି ମୋକଦ୍ଦମା ଫେସଲା କରାଯାଇ ୮୫୮୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ୧୧୪ଟି ପ୍ରାକ ମୋକଦ୍ଦମା ମାମଲାର ସମାଧାନ କରାଯାଇ ୭୪୬୪୨୯୪ ଟଙ୍କା ଆଦାୟ ହୋଇଥିଲା। ଓ ୧୫ଟି ପାରିଵାରିକ ମିଳାମିଶା ରେ ସମାଧାନ ହୋଇଥିଲା।ଏବଂ ଇ ଫାଇଲିଙ୍ଗ ଷ୍ଟେସନ ବଲାଙ୍ଗୀର ସିଭିଲ କୋର୍ଟ ପରିସରରେ ଆଜି ଉଦ୍ଧଘାଟିତ କରାଗଲା ଭରଚୁୟାଲ ମୋଡ ରେ ସୁପ୍ରିମକୋର୍ଟ ଜଜ ନାଗେଶର ରାଓ,ଓ ଚିଫ ଜଜଷ୍ଟିସ ଓଡିଶା ହାଇକୋର୍ଟ ଏସ ମୁରଳିଧର ଭିଡ଼ିଓ କନଫ୍ରେସିଙ୍ଗ ମାଧ୍ୟମରେ ଉଦଘାଟନ କରିଥିଲେ।ଏହି ଉଦଘାଟନ ରେ ମଧ୍ୟ ବଲାଙ୍ଗୀର ସମସ୍ତ ଜଜଷ୍ଟିସ, କର୍ମଚାରୀ, ଓକିଲ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
(ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ)