-+91-9937148622 |
prerana_bgr@rediffmail.com |
Friday 29th March 2024 |
R.N.I. Regd No. ODIODI/2010/46693
Breaking News
14-May-2022
ଟିଟିଲାଗଡ଼/ଆଜି ଆମ ଆଦମୀ ପାର୍ଟି,ଟିଟିଲାଗଡ କାର୍ଯ୍ୟକର୍ତା ମାନଙ୍କ ଦ୍ୱାରା ଟିଟିଲାଗଡ଼ ସହରରେ ମିସକଲ କରି ପାର୍ଟି ରେ ଯୋଗଦାନ କରିବାପାଇଁ ପୋଷ୍ଟର ଅଭିଯାନ ଓ ଓଡିଶାବାସୀଙ୍କୁ '୨୦୦ ୟୁନିଟ ମାଗଣାବିଜୁଳି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ ଥିବା ଦାବିପତ୍ର ଦସ୍ତଖତ ଅଭିଯାନ କରାଯାଇଥିଲା lଓଡିଶା ଜନତାଙ୍କ ଭିତରେ ଆମ୍ ଆଦମୀ ପାର୍ଟି ପ୍ରତି ବଢୁଥିବା ସମର୍ଥନ ଦେଖି କାର୍ଯ୍ୟକର୍ତା ମାନେ ବହୁତ ଉତ୍ସାହିତ ଅଛନ୍ତି ବୋଲି କହିଥିଲେ l
ଆଜିର କାର୍ଯ୍ୟକ୍ରମ ରେ ଆମ ଆଦମୀ ପାର୍ଟି, ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ଯୁବ-ସଂଯୋଜକ ବିଜୟ କୁମାର ମେହେର, ଟିଟିଲାଗଡ ବ୍ଲକ ସଭାପତି ଗଜପତି କାଲସାଇ ,ବିଜେପୁର ପଂଚାୟତ ସଭାପତି ଉପେନ୍ଦ୍ର ମାଝୀ,ବରିଷ୍ଠ ନେତା ତାଜୁ ଖାନ,ବିଶ୍ୱନାଥ ମିଶ୍ର,ଇସଲାମ ଖାନ, ଶରତ ଛତ୍ରୀଆ ସହଯୋଗ କରିଥିଲେ l
(ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ)