-+91-9937148622 |
prerana_bgr@rediffmail.com |
Tuesday 6th June 2023 |
R.N.I. Regd No. ODIODI/2010/46693
Breaking News
14-May-2022
ବରଗଡ଼:-ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଭିଜିଲାନ୍ସ ଅଧିକାରୀ । କଥାଟି ଅଡୁଆ ଲାଗିଲେ ବି ସତ। ସମ୍ବଲପୁର ଡିଭିଜନର ଇନିସପେକ୍ଟର ମାନସୀ ଜେନା ଏକ ମାମଲା ବନ୍ଦ ଲାଗି ୧୦ ଲକ୍ଷ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସୂଚନାନୁଯାୟୀ, ଜଣେ ସରକାରୀ କର୍ମଚାରୀଙ୍କ ବିରୋଧରେ ଚାଲିଥିବା ଭିଜିଲାନ୍ସ ମାମଲାକୁ ବନ୍ଦ କରି ଦେବା ପାଇଁ ମାନସୀ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ।
ବରଗଡ଼ର ମୁକେଶ ସାହୁ ନାମକ ଜଣେ ଯୁବକଙ୍କ ମାଧ୍ୟମରେ ସେ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ଓଡ଼ିଶା ଭିଜିଲାନ୍ସର ଇଣ୍ଟରନାଲ ଭିଜିଲାନ୍ସ ୟୁନିଟ ହାତରେ ଧରାପଡ଼ିଛନ୍ତି । ମାନସୀଙ୍କଠାରୁ ଲାଞ୍ଚ ଅର୍ଥ ଜବତ କରିବା ପରେ ଇଣ୍ଟରନାଲ ଭିଜିଲାନ୍ସ ୟୁନିଟ ତାଙ୍କ ଅଫିସ ଓ ବାସଭବନ ଆଦି ସ୍ଥାନରେ ଚଢ଼ାଉ କରିଥିବା ଜଣାପଡ଼ିଛି । ସେହିପରି ମୁକେଶ ସାହୁଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି ।