-+91-9937148622 |
prerana_bgr@rediffmail.com |
Friday 20th May 2022 |
R.N.I. Regd No. ODIODI/2010/46693
Breaking News
14-May-2022
ବଲାଙ୍ଗୀର,(ଅନ୍ତର୍ଯ୍ୟାମୀ ସାହୁ): ଆଜି ବଲାଙ୍ଗୀର ସିଭିଲ କୋର୍ଟ ପରିସରରେ ଦ୍ୱିତୀୟ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା । ଫେମିଲି କୋର୍ଟରେ ୮ଟି ପାରିବାରିକ ମାମଲାର ବିଚାର କରାଯାଇଥିଲା । ଏହି ଅବସରରେ ୬ଟି ପାରିବାରିକ ଭରଣପୋଷଣ ମାମଲା ର ଫଇସଲା ହୋଇଥଲା । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା ଦୀର୍ଘ ୨ଠ ବର୍ଷ ଧରି ଚାଲିଥିବା ଏକ ପାରିବାରିକ କଳହ ମାମଲାର ଆଜି ଆପୋଷ ବୁଝାମଣା ମଧ୍ୟରେ ଫଇସଲା ହୋଇଥିଲା । ଗୋଟିଏ ବୈବାହିକ ମାମଲାର ଫଇସଲା ହୋଇଥିବା ବେଳେ ଗୋଟିଏ ଏକ୍ଜ୍ୟୁକେସନ କେସର ଫଇସଲା ହୋଇଥିଲା । ଫେମିଲି କୋର୍ଟର ବିଚାରପତି ବେଣୁଧର ପାତ୍ରଙ୍କ ଉପସ୍ଥିତିରେ ଏହି ୮ଟି ଦମ୍ପତ୍ତି ଆପୋଷ ବୁଝାମଣା ମାଧ୍ୟମରେ କୋର୍ଟ ସମ୍ମୁଖରେ ପୁନଃ ମିଳାମିଶା କରିବା ପାଇଁ ରାଜି ହୋଇଥିଲେ । ଫେମିଲ କୋର୍ଟ ର ଏହି ଲୋକ ଅଦାଲତରେ ସିଭିଲ କୋର୍ଟର ପ୍ରିନିସିପାଲ କାଉନସେଲର ରମେଶ ନନ୍ଦ, ପେସ୍କାର ରାଜକୁମାର ଗଡତ୍ୟା, ମୁଖ୍ୟ କିରାଣୀ ଅଶୋକ କୁମାର ସେଠ ଓ ଲୋକିତା ଦାଶ ଙ୍କ ସମେତ ଏଡ୍ଭୋକେଟ ଡୋଳାମଣୀ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ ।