-+91-9937148622 |
prerana_bgr@rediffmail.com |
Friday 20th May 2022 |
R.N.I. Regd No. ODIODI/2010/46693
Breaking News
13-May-2022
ପଦ୍ମପୁର ଅଧିନସ୍ଥ ବ୍ରାହ୍ମଣଡିହି ଗ୍ରାମରେ ବୋଡାସମ୍ବର ମାହାର ସମାଜ ପକ୍ଷରୁ ଜିଲ୍ଲା ସ୍ତରୀୟ ମାହାର ମହାସଭା ଅନୁଷ୍ଟିତ ହୋଇ ଯାଇଛି ା ଏହି ଅବସରେ ବରଗଡ଼ ଜିଲ୍ଲାର ଝେଙ୍ଗେନାଡିହି,ଧନେଶ୍ବର,ତେଲ ମହୁଲ,ଗୁଞ୍ଚାଡିହି,ସୁଗୁଡ଼ା ଗ୍ରାମର ଜୋନ୍ ସଭାପତି ଏବଂ ସଂପାଦକ ଙ୍କ ସମେତ ଅନେକ ମାହାର ସମାଜର ଭଦ୍ରବ୍ୟକ୍ତି ମାନେ ଯୋଗ ଦେଇଥିଲେ ା ଅକ୍ଷୟ କୁମୁରିଆ ଙ୍କ ସଭାପତିତ୍ବ ରେ ଗୋବର୍ଦ୍ଧନ ମଲିଆ,ଅଭିନ ସାହାଣୀ,ମିନକେତନ ତମଲିଆ ,ଭିଷ୍ମ ତମଲିଆ,ଶେଷଦେବ ଚିନ୍ଦା, ଅଭିମନ୍ଯୁ କୁମୁରୀଆ,ରୁକଧର ଚିନ୍ଦା,ଗୌତମ କୁମୁରୀଆ,ଦଶରଥ ଚିନ୍ଦା,ଡମ୍ବରୁଧର ଡୁମୁଲିଆ ପ୍ରମୁଖ ମାହାର ସମାଜର ନୂତନ ନିୟମାବଳୀ ବିଷୟରେ ଆଲୋଚନା କରିଥିଲେ ା ବରଗ଼ଡ ଜିଲ୍ଲାର ସମସ୍ତ ଜୋନ୍ ସଭାପତିଙ୍କ ସର୍ବ ସମ୍ମତି କ୍ରମେ ବ୍ରାହ୍ମଣଡିହି ଗ୍ରାମର ବିନୋଦ ଚିନ୍ଦା ଙ୍କୁ ମାହାର ସମାଜର ଜିଲ୍ଲା ସଭାପତି ଭାବରେ ଦାଇତ୍ବ ପ୍ରଦାନ କରଗଲା ା ବଲାଙ୍ଗୀର ଜିଲ୍ଲା ମାହାର ସମାଜ ସଭାପତି ପଞ୍ଚୁ ଚିନ୍ଦା ଏବଂ ଆଚଂଳିକ ସଭାପତି ସୁଦାମ ରାଉତ ବିନୋଦ ଚିନ୍ଦା ଙ୍କୁ ବାଉଁଶ ତିଆରୀ ପୁଷ୍ପ ଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ ା ସୁଶିଲ,ଚିତ୍ତ,ପ୍ରକାଶ,ନୂରାବନ,ନାଡୋ,ନିମାଇଁ ତଥା ବ୍ରାହ୍ମଣଡିହି ମାହାର ସମାଜର ପ୍ରତୈକ ଯୁବକ ବିଭିନ୍ନ କାର୍ଯ୍ଯ ତୁଲାଇଥିଲେ
(ପଦ୍ମପୁରରୁ ନରହରି ବଗର୍ତ୍ତୀଙ୍କ ରିପୋର୍ଟ)