-+91-9937148622 |
prerana_bgr@rediffmail.com |
Saturday 20th April 2024 |
R.N.I. Regd No. ODIODI/2010/46693
Breaking News
13-May-2022
ପାଟଣାଗଡ଼(ରୁପେନ୍ଦ୍ର ମୁଣ୍ଡା): ପାଟଣାଗଡ଼ ରୁ କଣ୍ଟାବାଞ୍ଜି ରାସ୍ତା ସାଲେପାଲି ଛକ ନିକଟରେ ମୂଖ୍ୟ ରାସ୍ତାରେ ଏକ ବାଇକ୍ ଦୂର୍ଘଟଣା ରେ ଜଣେ ଯୁବକ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ସଲାଣ୍ଡି ର ନୀଳ ଧାରୁଆ.ବୋଲି ଜଣାପଡିଛି ମିଳିଥିବା ସୂଚନା ଅନୁଯାୟୀ ମୃତକ ନୀଳ ଧରୁଆ ଓ ତାଙ୍କ ଜଣେ ସାଙ୍ଗ ମିଶି ୨ ଜଣ ପାଟଣାଗଡ ଆସୁଥିଲେ ଏହି ସମୟରେ ସାଲେପାଲି ଛକ ଠାରେ ଜଣେ କାଠ ବୋଝେଇ ସାଇକେଲ ଵାଲା ଠାରେ
ପିଟିହୋଇ ବାଇକ୍ ରୁ ଛିଟିକି ହୋଇ ପଡ଼ିଯାଇଥିଲେ । ଘଟଣାସ୍ଥଳ ରେ ଗୁରୁତର ହୋଇ ପାଟଣାଗଡ ହସ୍ପିଟାଲ ଅଣାଯାଇ ଚିକିତ୍ସିତ କରାଯାଇଥିବା ଡାକ୍ତର ଅତିଗୁରୁତର ନୀଳ ଧରୁଆ କୁ ମୃତ୍ୟୁ ଘୋଷଣା କରିଥିଲେ l ଅନ୍ୟ ଆହତ ଯୁବକ ଜ୍ୟୋତିରଞ୍ଜନ ବଗର୍ତି ଅବସ୍ଥା ଗୁରୁତ୍ଵର ହେବାରୁ ବଲାଙ୍ଗୀର ଜିଲ୍ଲା ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ସହ ପାଟଣାଗଡ଼ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।