-+91-9937148622 |
prerana_bgr@rediffmail.com |
Saturday 20th April 2024 |
R.N.I. Regd No. ODIODI/2010/46693
Breaking News
13-May-2022
ପଟଣାଗଡ(ରୁପେନ୍ଦ୍ର ମୁଣ୍ଡା)- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ରେ ଅବସ୍ଥିତ ପବିତ୍ର ଶୈବ ପୀଠ ହରିଶଙ୍କର ଠାରେ ଗନ୍ଧମାର୍ଦ୍ଦନ ସୁରକ୍ଷା ପରିଷଦର କାର୍ଯ୍ୟଳୟ ଉଦଘାଟନ ହେଇଛି । ଏହି ଉଦଘାଟନୀୟ ଉତ୍ସବରେ ସ୍ଵାମୀ ସୋମବେଶ ସରସ୍ଵତୀ ପୂଜାପାଠ କରିବା ସହ ଉଦଘାଟନ କରିଛନ୍ତି । ଗନ୍ଧମାର୍ଦ୍ଦନ ସୁରକ୍ଷା ପରିଷଦ ଗାଁ ଗାଁ ରେ ଲୋକମାନଙ୍କ ସଚେତନ କରିବା ପାଇଁ ଆଲୋଚନା କରାଯାଇଥିଲା । ଏହି ଅବସରରେ ସଭାପତି ଅଭିଳାଷ ଭୋଇ, ପ୍ରଶାନ୍ତ ମାଝୀ, ଶ୍ରୀମତୀ ସଂଯୁକ୍ତା ମାଝୀ, ବସନ୍ତ ନାଗ, ଧବଲେଶ୍ବର ପାତ୍ର, ବୁଲୁ ବେହେରା, କୈଲାସ ସାହୁ, ସତ୍ୟ ନାରାୟଣ ବନପ୍ରସ୍ଥ ପ୍ରମୁଖ ଉପସ୍ଥିତ ଥିବା ବେଳେ ଟେକେନ୍ଦ୍ର ଜାଲ ସଭା ପରିଚାଳନା କରିଥିଲେ ଓ କୈଳାସ ଆର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।