-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
13-May-2022
ନବରଙ୍ଗପୁର / ଗତକାଲି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ସଙ୍କରଡା ଗ୍ରାମ ରେ ନଅ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ମହାସମାରୋହରେ ପାଳିତ ହୋଇଯାଇଛି| ଏହି ଯଜ୍ଞରେ ଆଖପାଖ ଅଞ୍ଚଳ ଚନ୍ଦା ହାଣ୍ଡି ବ୍ଲକ୍, ଝରିଗାଁ,କୋଷାଗୁମଡା,
ନବରଙ୍ଗପୁର,ପାପଡାହାଣ୍ଡି,, ଉମରକୋଟ ତଥା ନିକଟବର୍ତ୍ତୀ ଛତିଶଗଡ଼ର ବହୁ ଗାୟତ୍ରୀ ପରିଜନ ଏବଂ ଶ୍ରଦ୍ଧାଳୁମାନେ ଅର୍ଥ ଦାନ, ସମୟଦାନ, ଶ୍ରମଦାନ ସହିତ ଯଜ୍ଞପରିସମାପ୍ତି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ | ଯଜ୍ଞପ୍ରାରମ୍ଭ ରେ ଗ୍ରାମ ର ସମସ୍ତ ଆବାଳବୃଦ୍ଧବନିତା କଳସ ଯାତ୍ରା ସହିତ ଦେବଆବାହନ ପୂର୍ବକ ଦୀପ ଯଜ୍ଞ ଏବଂ ପ୍ରବଚନ ରେ ବହୁ ସଂଖ୍ୟା ରେ ଯୋଗଦାନ କରିଥିଲେ। ବିଶ୍ଵଶାନ୍ତି ନିମିତ୍ତ ଘୃତ ଯଜ୍ଞ ଶାନ୍ତି କୁଞ୍ଜ, ହରି ଦ୍ଵାର ରୁ ଆସିଥିବା ସାଧୁସନ୍ଥଙ୍କ ଦ୍ଵାରା ହୋଇ ଥିଲା|ସମସ୍ତେ ଗୁରୁ ଦେବଙ୍କ ଆଶୀର୍ବାଦ ପ୍ରାପ୍ତି ପରେ ସମାପନ କରାଯାଇଥିଲା |
(ନବରଙ୍ଗପୁର, ଚନ୍ଦା ହାଣ୍ଡି ରୁ କାର୍ତ୍ତିକ ବଞ୍ଜରା ଙ୍କ ରିପୋର୍ଟ)