-+91-9937148622 |

prerana_bgr@rediffmail.com |

  Thursday 18th April 2024 |

| | | |

R.N.I. Regd No. ODIODI/2010/46693

Breaking News

ନବୀନଙ୍କ ଦ୍ବୈତପ୍ରାର୍ଥୀତ୍ବରେ କଣ୍ଟାବାଞ୍ଜି  : କେଉଁଟି ହେବ ଜିଲ୍ଲା  , ଟିଟିଲାଗଡ ନା କଣ୍ଟାବାଞ୍ଜି  ?   (18-Apr-2024)       ||      ମାନ୍ୟବର ମୁଖ୍ୟମନ୍ତ୍ରୀ କଂଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ବିଜେପୁର ନିର୍ବାଚନ ମଣ୍ଡଳୀରେ କଣ କରିଛନ୍ତି ଓ ବଲାଙ୍ଗିର ଜିଲ୍ଲା ପାଇଁ କଣ କରିବେ ଶ୍ୱେତ ପତ୍ର ପ୍ରକାଶ କରନ୍ତୁ    (18-Apr-2024)       ||      ବିଜେପି ବିଧାୟକ ପ୍ରାର୍ଥୀ ଗୋପାଳଜୀ ବିଭିନ୍ନ ଗ୍ରାମରେ ନିର୍ବାଚନୀ ପ୍ରଚାର , ରାଜ୍ୟରେ ଡବଲ ଇଂଜିନ୍ ସରକାର ଆସିଲେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗରିବ କଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରିବ   (18-Apr-2024)       ||      ସୁବର୍ଣ୍ଣପୁରରେ ଧୁମ୍ ଧାମରେ ପାଳିତ ହେଲା ରାମ ଶ୍ରୀ ନବମୀ ପର୍ବ   (18-Apr-2024)       ||      ଜେଲରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ: ପିଟିପିଟି ମାରିଥିବା ପରିବାର ପକ୍ଷରୁ ଅଭିଯୋଗ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ପ୍ରତିବାଦରେ ରାସ୍ତାରୋକ   (18-Apr-2024)       ||      ମିଛ ଚିକିତ୍ସକ ପଦବୀ ପାଇଥିବା ବ୍ୟକ୍ତିଙ୍କ ସତ ଅବଦାନ   (18-Apr-2024)       ||      ସୁବର୍ଣ୍ଣପୁର ଜିଲ୍ଲା ଟ୍ରାକ୍ଟର ମାଲିକ ସଂଘ ର ମହାନତା ପ୍ରଶଂସନୀୟ   (18-Apr-2024)       ||      ବିଜେପି ପ୍ରାର୍ଥୀ ସୋମନାଥ ପୂଜାରୀ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା   (18-Apr-2024)       ||      ଲୋଇସିଂହାରେ ବିଜେଡି ର ଜୟ ଶ୍ରୀରାମ ନାରାଦେଇ ବାଇକ୍ ଶୋଭାଯାତ୍ରା ଓ ବିଜୁବାବୁ ଙ୍କ ତିରୋଧାନ ଦିବସ ପାଳିତ   (18-Apr-2024)       ||      “ପ୍ରେରଣାର” ୧୯ତମ ସ୍ୱନକ୍ଷତ୍ର ଦିବସ ପାଳିତ.. ଲୋକଙ୍କ ସହଭାଗିତାରେ ବଲାଙ୍ଗୀରର ବିକାଶ ଆଗେଇଛି-କଳିକେଶ   (18-Apr-2024)       ||      ଚୈତ୍ର ନବରାତ୍ର ପର୍ବ ସମ୍ପନ୍ନ   (18-Apr-2024)       ||      ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ପାଳିତ   (17-Apr-2024)       ||      ଡାବୁଗାଁ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ଅବସରରେ ଶୋଭାଯାତ୍ରା   (17-Apr-2024)       ||      ଫୋକସରେ ପଶ୍ଚିମଓଡିଶା.. କଣ୍ଟାବାଞ୍ଜି ଆସନରେ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ବିଜେଡି ମହଲରେ ଖୁସିର ଲହରୀ, କୋସଲ ପ୍ରସଙ୍ଗ ଉଠିବାରୁ ମୁଖ୍ୟମନ୍ତ୍ରୀ ଭୟଭିତ-ନରସିଂହ   (17-Apr-2024)       ||      ବିଜୁ ବାବୁଙ୍କ ତିରୋଧାନ ଦିବସ ରେ ନେତା ଓ କର୍ମୀ କଲେ ଶପଥ ପାଠ ବିଶାଳ ବାଇକ ଶୋଭାଯାତ୍ରା ରେ ଶକ୍ତି ପ୍ରଦର୍ଶନ କଲେ ବିଧାୟକ ଶ୍ରୀ ପୂଜାରୀ   (17-Apr-2024)       ||      ବଲାଙ୍ଗିର ସହର ଛାତି ଉପରେ ଅସହାୟ ଯୁବକର ଅନାହାର ମୃତ୍ୟୁ; ପଚା ଶବ ଟେକିବାକୁ ହାତ ବାନ୍ଧି ଦେଲା ପୌର ପ୍ରଶାସନ, ପିପିଇ କିଟ୍ ପିନ୍ଧି ଶବକୁ ଉଦ୍ଧାର କଲା ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ   (17-Apr-2024)       ||      ଆମ୍ବଗାଁରେ ଜୋନ ସ୍ତରୀୟ ତୈଳିକ ସମାଜ ଗଠିତ, ବିଜୟ ସାହୁ ସଭାପତି ଓ ପ୍ରଭାତ ସାହୁ ସଂପାଦକ   (17-Apr-2024)       ||      ବିଜେଡିର ଟାର୍ଗେଟରେ ସଦରବ୍ଲକ,ଖଲିଆପାଲିରେ ଯୁବସମାବେଶ   (16-Apr-2024)       ||      ସୋନପୁର ବିଜେପି ରେ ବିଦ୍ରୋହ, ସ୍ଵାଧୀନ ସାଂସଦ ବଳରାମଙ୍କୁ ଦେବେ ସମର୍ଥନ    (16-Apr-2024)       ||      ଟେରାକୋଟାରେ ଭୋଟରସଚେତନା କାର୍ଯ୍ୟକ୍ରମ   (16-Apr-2024)       ||     

HOME   ଅପରାଧ

ଅପରାଧଘଟଣାର ତଦନ୍ତରେ ସ୍ବଚ୍ଛତା ପାଇଁ ଲୋକପ୍ରତିନିଧିମାନେ ମୁହଁ ଖୋଲୁନାହାଁନ୍ତି କାହିଁକି  ?

12-May-2022



ବଲାଙ୍ଗୀର (ମଳୟ ମିଶ୍ରଙ୍କ ରିପୋର୍ଟ): ସଂପ୍ରତି ବଲାଙ୍ଗୀରଜିଲ୍ଲା କ୍ରାଇମ୍ ଡିଷ୍ଟ୍ରିକ୍ଟ୍ ପାଲଟିଛି ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି ।  ସହରରେ ହେଉ ବା ଗ୍ରାମାଞ୍ଚଳରେ  ଏଇ ଅଳ୍ପକିଛିଦିନ ମଧ୍ୟରେ କେତେକ ବହୁଚର୍ଚ୍ଚିତ ନରହତ୍ୟା , ରାଗିଂ ଜନିତ ଆତ୍ମହତ୍ୟା , ରାଜ୍ୟବାହାରକୁ ଯାଇ ଶୋଷଣ ଓ ନିର୍ଯାତନାର ଅଭିଯୋଗ ହେଉଥିବା ଦାଦନଶ୍ରମିକ ଶବ ହୋଇ ଫେରିବା ବା ଅନ୍ୟାନ୍ୟ ଅପରାଧ ଘଟଣାର ତଦନ୍ତରେ  ଲୋକେ ଅନୁଭବ କରୁଥିବା ତ୍ରୁଟିବିଚ୍ୟୁତି କିମ୍ବା ଅନିୟମିତତାର ଜନଅସନ୍ତୋଷ ସତ୍ତ୍ୱେ , ଆପତ୍ତିଜନକ ଭାବରେ ଚୁପ୍ ରହିଯାଉଥିବା ଲକ୍ଷ୍ୟ କରାଯାଇଛି ।  ଏହାର କାରଣ କ'ଣ ହେଇପାରେ  ?

ଇତିମଧ୍ୟରେ  ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜର ଦୁଇଜଣ ଛାତ୍ରଛାତ୍ରୀ ଏକବର୍ଷ ମଧ୍ୟରେ ରାଗିଂ ଅଭିଯୋଗରେ ମୃତ୍ୟୁବରଣ କରିଥିବା ଘଟଣା ରାଜ୍ୟବ୍ୟାପି ଚର୍ଚ୍ଚାର ବିଷୟ ହୋଇଛି । ଘଟଣାର ଦୀର୍ଘଦିନ ପରେ ବି ଏଥିରେ କାହାକୁ ଦୋଷାରୋପ ସତ୍ତ୍ୱେ  ପୁଲିସ୍ ତଦନ୍ତାଧୀନ କରାଯାଇନାହିଁ । ବହୁ ସଂଗଠନର ଦାବି ପରେ ମଧ୍ୟ ସ୍ଥାନୀୟ ନିର୍ବାଚିତ ସାଂସଦ , ବିଧାୟକଙ୍କ ପରି ଲୋକପ୍ରତିନିଧିମାନେ ମୁହଁ ଖୋଲୁ ନାହାଁନ୍ତି  !

ସେହିପରି ଗତ ୫ ତାରିଖରେ ପାଟଣାଗଡରେ ମିଥ୍ୟାବିଲ୍ କୁ ବିରୋଧ କରିବାରୁ ଜଣେ ସଚ୍ଚୋଟ ବ୍ଲକ୍ କନିଷ୍ଠଯନ୍ତ୍ରୀଙ୍କୁ ସ୍ପଷ୍ଟଦିବାଲୋକରେ ହତ୍ୟା କରାଯାଇ ତାଙ୍କ ମୃତଦେହକୁ ଫିଙ୍ଗିଦିଆଯାଇଥିଲା । ସ୍ଥାନୀୟ ରାଜନୈତିକ ଠିକାଦାରମାନେ ଏଥିରେ ସମ୍ପୃକ୍ତ ଥିବା ଖୋଲାଖୋଲି ଚର୍ଚ୍ଚା ସତ୍ତ୍ୱେ , ସେଇ ସହରର ବାସିନ୍ଦା ସାଂସଦ ବା ସ୍ଥାନୀୟ ବିଧାୟକଙ୍କ ପାଟି ଖୋଲୁନାହିଁ । ଅଧିକନ୍ତୁ ଉକ୍ତ ବ୍ଲକ୍ ର ଅଧ୍ୟକ୍ଷ ରହସ୍ୟମୟ ନୀରବତା ଅବଲମ୍ବନ କରିଆସୁଥିବା ସହିତ ବ୍ଲକ୍ ର କର୍ମଚାରୀମାନେ ଏଥିପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ଟେଣ୍ଟ୍ ପକାଇ ସାରିଥିବା ସତ୍ତ୍ୱେ , ରହସ୍ୟମୟ ଭାବେ ହଠାତ୍ ଖୋଲିନେଇ ଆନ୍ଦୋଳନକୁ ସ୍ଥଗିତ କରିଦେବା , ସମଲୋଚନା ପ୍ରକାଶ ପାଇଛି ।

ତୃତୀୟରେ ଇତିମଧ୍ୟରେ କେବଳ ବେଲପଡାବ୍ଲକ୍ ର ଯୁବା , ସୁଲେକେଲା ଓ ଧୁମାଭଟାର ୩ ଜଣ ଦାଦନଶ୍ରମିକଙ୍କର ଶବ ରାଜ୍ୟବାହାରୁ ଫେରଲାଣି ।  ଜିଲ୍ଲାର ଦାଦନଗଡ ଭାବରେ କୁଖ୍ୟାତ ଏହି ବ୍ଲକ୍ ର ନିର୍ବାଚିତ ଲୋକପ୍ରତିନିଧିମାନେ କିଏ ଓ କାହିଁକି ନୀରବ ରହିଛନ୍ତି , ଏକଥା ବୁଝାଇବାର ଆବଶ୍ୟକତା ନାଇଁ ।
ଉଦାହରଣତଃ , ଉପରୋକ୍ତ ଅପରାଧ , ବେଆଇନ୍ ମାମଲାଗୁଡିକର ତଦନ୍ତରେ ଆପତ୍ତିଜନକ କାଳକ୍ଷେପଣ , ଚପାଇଦିଆଯାଉଥିବା ଅଭିଯୋଗ ଓ ଭିନ୍ନମୋଡ ଦିଆଯାଉଥିବା ସନ୍ଦେହ ସୃଷ୍ଟି ହୋଇଛି ।

ଏହାସହିତ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ଘଟୁଥିବା ବିଭିନ୍ନ ଅପରାଧଘଟଣାରେ ଏହି ଲୋକପ୍ରତିନିଧିମାନଙ୍କର ରହସ୍ୟମୟ ନୀରବତାର ଅର୍ଥ ଲୋକେ ଠିକ୍ ବୁଝିପାରୁଛନ୍ତି । ଏସବୁଥିରେ ହୁଏତ ସେମାନଙ୍କ ଲୋକଙ୍କର ସମ୍ପୃକ୍ତି ରହିଛି କିମ୍ବା ଗୃହବିଭାଗ ବନାମ ସରକାରଙ୍କ ବିରୋଧରେ ଯିବାକୁ ସେମାନଙ୍କର ସତ୍ ସାହସ ନାହିଁ । ତେଣୁ ଏଠାରେ ପ୍ରଶ୍ନ ଉଠୁଛି , ଏହି ନିର୍ବାଚିତ ଲୋକପ୍ରତିନିଧିମାନଙ୍କର କେବଳ ସଭାସମିତି , ଉଦ୍ ଘାଟନ , ଫେସ୍ ବୁକ୍ ରେ ଫଟୋ ପ୍ରଚାର ଓ ଭାଷଣ ଦେବା ବ୍ୟତୀତ ଏହିସବୁ ଗୁରୁତର ବହୁଚର୍ଚ୍ଚିତ ଅପରାଧମାମଲାର ତଦନ୍ତରେ ପାଟି ଖୋଲିବାର କଣ ସତରେ ଦାୟିତ୍ୱ ନଥାଏ  ?


News Comment




Photo in News

Advertisment
Lastest News
  ମହାନଗର  
ନବୀନଙ୍କ ଦ୍ବୈତପ୍ରାର୍ଥୀତ୍ବରେ କଣ୍ଟାବାଞ୍ଜି  : କେଉଁଟି ହେବ ଜିଲ୍ଲା  , ଟିଟିଲାଗଡ ନା କଣ୍ଟାବାଞ୍ଜି  ?   18-Apr-2024
  ଜିଲ୍ଲା  
ମାନ୍ୟବର ମୁଖ୍ୟମନ୍ତ୍ରୀ କଂଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ବିଜେପୁର ନିର୍ବାଚନ ମଣ୍ଡଳୀରେ କଣ କରିଛନ୍ତି ଓ ବଲାଙ୍ଗିର ଜିଲ୍ଲା ପାଇଁ କଣ କରିବେ ଶ୍ୱେତ ପତ୍ର ପ୍ରକାଶ କରନ୍ତୁ   18-Apr-2024
  ରାଜନୀତି  
ବିଜେପି ବିଧାୟକ ପ୍ରାର୍ଥୀ ଗୋପାଳଜୀ ବିଭିନ୍ନ ଗ୍ରାମରେ ନିର୍ବାଚନୀ ପ୍ରଚାର , ରାଜ୍ୟରେ ଡବଲ ଇଂଜିନ୍ ସରକାର ଆସିଲେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗରିବ କଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରିବ   18-Apr-2024
  ଜିଲ୍ଲା  
ସୁବର୍ଣ୍ଣପୁରରେ ଧୁମ୍ ଧାମରେ ପାଳିତ ହେଲା ରାମ ଶ୍ରୀ ନବମୀ ପର୍ବ   18-Apr-2024
  ଜିଲ୍ଲା  
ଜେଲରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ: ପିଟିପିଟି ମାରିଥିବା ପରିବାର ପକ୍ଷରୁ ଅଭିଯୋଗ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ପ୍ରତିବାଦରେ ରାସ୍ତାରୋକ   18-Apr-2024
  ଜିଲ୍ଲା  
ମିଛ ଚିକିତ୍ସକ ପଦବୀ ପାଇଥିବା ବ୍ୟକ୍ତିଙ୍କ ସତ ଅବଦାନ   18-Apr-2024
  ଜିଲ୍ଲା  
ସୁବର୍ଣ୍ଣପୁର ଜିଲ୍ଲା ଟ୍ରାକ୍ଟର ମାଲିକ ସଂଘ ର ମହାନତା ପ୍ରଶଂସନୀୟ   18-Apr-2024
  ଜିଲ୍ଲା  
ବିଜେପି ପ୍ରାର୍ଥୀ ସୋମନାଥ ପୂଜାରୀ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା   18-Apr-2024
  ଜିଲ୍ଲା  
ଲୋଇସିଂହାରେ ବିଜେଡି ର ଜୟ ଶ୍ରୀରାମ ନାରାଦେଇ ବାଇକ୍ ଶୋଭାଯାତ୍ରା ଓ ବିଜୁବାବୁ ଙ୍କ ତିରୋଧାନ ଦିବସ ପାଳିତ   18-Apr-2024
  ଜିଲ୍ଲା  
“ପ୍ରେରଣାର” ୧୯ତମ ସ୍ୱନକ୍ଷତ୍ର ଦିବସ ପାଳିତ.. ଲୋକଙ୍କ ସହଭାଗିତାରେ ବଲାଙ୍ଗୀରର ବିକାଶ ଆଗେଇଛି-କଳିକେଶ   18-Apr-2024
  ଜିଲ୍ଲା  
ଚୈତ୍ର ନବରାତ୍ର ପର୍ବ ସମ୍ପନ୍ନ   18-Apr-2024
  ଜିଲ୍ଲା  
ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ପାଳିତ   17-Apr-2024

You Might Also Like