-+91-9937148622 |
prerana_bgr@rediffmail.com |
Thursday 19th May 2022 |
R.N.I. Regd No. ODIODI/2010/46693
Breaking News
11-May-2022
ପ୍ରବାସୀ ଭାରତୀୟ ପରିଷଦ ପକ୍ଷରୁ ସଂଗୀତ ସମାରୋହ କାର୍ଯ୍ୟକ୍ରମ କୁଏତର ଆବୁ ହଲିଫାର ଦୁମ ହଲ ଠାରେ ଅନୁଷ୍ଠିତ ହୋଇ ଯାଇଛି.
କୁଏତର ଏରିଆ ସଭାପତି ବିଶ୍ୱ ରଞ୍ଜନ ସାହୁଙ୍କୁ ବିପିପିର ସଭାପତି ବିନୋୟ ସେବାଷ୍ଟିଆନ ପ୍ରଶଂସା କରି ଥିଲେ, ଶ୍ରୀଯୁକ୍ତ ସାହୁ କୁଏତ ରେ ବିଭିନ୍ନ ସାମାଜିକ ଓ ଜନକଲ୍ୟାଣ କାର୍ଯ୍ୟକଳାପ ରେ ପ୍ରତକ୍ଷ୍ୟ ଭାବରେ ଜଡିତ ନିସ୍ଵାର୍ଥପର ଜନସେବାରେ ନିଜକୁ ନିୟୋଜକ କରି କୁଏତରେ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ମାନବିକତା ପରିଚୟ ସୃଷ୍ଟି କରିଛନ୍ତି.. ଗୁଜରାଟରୁ ଦୁଇ ଜଣ ଶ୍ରମିକ ଏଜେଣ୍ଟ ଦ୍ୱାରା ଠକାମୀ ଶିକାର ହୋଇଥିଲେ
ସେ ଦୁଇ ଜଣଙ୍କୁ ଭାରତୀୟ ଦୂତବାସର ସାହାଯ୍ୟରେ ନିଜର ରାଜ୍ୟକୁ ପଠାଇବାରେ ଶ୍ରୀଯୁକ୍ତ ସାହୁ ସହଯୋଗ କରିଥିଲେ..ପ୍ରବାସୀ ଭାରତୀୟର ବିଭିନ୍ନ ବର୍ଗର ଗାୟକମାନେ ଦର୍ଶକଙ୍କୁ ମନମୁଗ୍ଧ କରିଥିଲା . ମାଷ୍ଟର ରୋହିତ ଶ୍ୟାମଙ୍କ ସମେତ ୨୦ ଜଣ ଗାୟକ ବଲିଉଡ ସଂଗୀତ ଗାଥାର ଭିନ୍ନ ଭିନ୍ନ ଗୀତ ଗାଇଥିଲେ। ଅନ୍ୟ ଗାୟକମାନଙ୍କ ମଧ୍ୟରେ ବିନୋଦ ପାଣ୍ଡିର, ବିନୋୟ ସେବାଷ୍ଟିଆନ, ଅକ୍ଷୟ ପଟେଲ, ଅସ୍ୱାତୀ ଶ୍ରୀନାଥ, ଉପସାନା ସିହ୍ନା, ମିତାଲି ଜାନା, ସନ୍ତୋଷ ରାଣା, ଯୋଗେଶ ପାଣ୍ଡ୍ୟା, ହେମାଗିନି ପାଣ୍ଡ୍ୟା, କ୍ଲିଫୋର୍ଡ ମିରାଣ୍ଡା, ସଙ୍ଗୀତାବେନ ବ୍ୟାସ, ସାଗର ବିସୱା, ମୃଣାଲ ସରମା, ତିର୍ଥ ପାଣ୍ଡ୍ୟା, ବିମଳ ବର୍ମନ, ମୁକେଶ ସେଠୀ ଏବଂ ସଞ୍ଜୟ ରାମି ଭାଗ ନେଇଥିଲେ.
ଗାୟକମାନେ ଦେଶଭକ୍ତି ଗୀତ ଓ କବିତା ପାଠ କରିଥିଲେ., ଦେଶଭକ୍ତି ଭାବନାରେ ଆନନ୍ଦରେ ଉତ୍ସାହିତ ହୋଇ ଚମତ୍କାର ନୃତ୍ୟକୁ ଉପଭୋଗ କରିଥିଲେ. ଏହି କାର୍ଯ୍ୟକ୍ରମ ରେ, ରାମାୟା ଧନେଶଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା, ବିପିପିର ସଭାପତି ବିନୋଇ ସେବାଷ୍ଟିଆନ୍ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ବିପିପି ର ସାଧାରଣ ସମ୍ପାଦକ ସୁଧୀର ଭି ମେନନ୍ ସମେତ ସମସ୍ତ କେନ୍ଦ୍ରୀୟ କାର୍ଯ୍ୟକମିଟିର ସଭ୍ୟ ଯୋଗଦାନ କରିଥିଲେ | କର୍ଣ୍ଣାଟକ ୱିଙ୍ଗର ସ୍ୱେଚ୍ଛାସେବୀମାନେ ଅତିଥିମାନଙ୍କୁ ଉତ୍ସାହର ସହିତ ସେବା କରିଥିଲେ ।