-+91-9937148622 |
prerana_bgr@rediffmail.com |
Friday 20th May 2022 |
R.N.I. Regd No. ODIODI/2010/46693
Breaking News
10-May-2022
ଲୋଇସିଂହା/ଆଗଲପୁର, (ବିନୋଦ କୁମାର ଦୀପ):: ସରକାର ଲୋକଙ୍କ ସୁବିଧା ଲାଗି ରାସ୍ତାଘାଟ, ପୋଲ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ସରକାରୀ ବାବୁ ଓ ଠିକାଦାରଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକା ଯୋଗୁଁ ଅତି ନିମ୍ନ ମାନର କାର୍ଯ୍ୟ ହେଉଛି l କୋଟି କୋଟି ଟଙ୍କା ବ୍ୟୟରେ ରାସ୍ତାଘାଟ ପୋଲ ନିର୍ମାଣ ହେଉଥିଲେ ସୁଦ୍ଧା ତାହା ଅଳ୍ପ ଦିନରେ ଭାଙ୍ଗି ଯାଉଛି ତ କେଉଁଠି ରାସ୍ତାରୁ ପିଚୁ ଉଠିଯାଉଛି l ଏମିତି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ନଅଗାଁ (କ) ପଞ୍ଚାୟତ ଅନ୍ତର୍ଗତ ହଳଦୀପଦର୍ ଗ୍ରାମରୁ l ଏଠି ୧ କୋଟି ୫୯ ଲକ୍ଷ ଟଙ୍କା ରାସ୍ତା ପାଇଁ ମଞ୍ଜୁର ହୋଇଛି ହେଲେ ଠିକାଦାର ନିମ୍ନ ମାନର କାର୍ଯ୍ୟ କରୁଥିବା ଅଭିଯୋଗ ଆସିଛି l ମାସେ ନ ପୂରୁଣୁ ପିଚୁ ଉଠିଯାଉଛି l ରାସ୍ତାରେ ଥିବା ପୁରୁଣା କଲର୍ଟକୁ ନ ଭାଙ୍ଗି ତାହା ଉପରେ ମରାମତି କରାଯାଉଛି l ଏଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି ହଳଦୀପଦର ଗ୍ରାମବାସୀ l ଠିକାଦାରଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଗଲା ହେଲେ ସେ ମଧ୍ୟ ପୁରୁଣା କାମକୁ ମରାମତି କରାଯିବା କଥା କହିଥିଲେ l ଜେଇଙ୍କୁ ଯୋଗାଯୋଗ କରାଗଲା ହେଲେ ଯୋଗାଯୋଗ ହୋଇପାରିଲା ନାହିଁ l ପୁରୁଣା କଲବର୍ଟ ଗୁଡିକ ଦୁର୍ବଳ ହେବାକୁ ବସିଲାଣି ଏଣୁ କଲଭର୍ଟକୁ ଭାଙ୍ଗି ନୁଆଁ କଲଭର୍ଟ ନିର୍ମାଣ ପାଇଁ ହଳଦିପଦର ଗ୍ରାମବାସୀ ଦାବି କରିଛନ୍ତି l