-+91-9937148622 |
prerana_bgr@rediffmail.com |
Friday 19th April 2024 |
R.N.I. Regd No. ODIODI/2010/46693
Breaking News
04-Apr-2022
ଭୁବନେଶ୍ୱର : ନୂଆ ଚଳଚ୍ଚିତ୍ର ‘ମାମା ୱେଡ୍ ପାପା’ । ଡ୍ରାମା ଅପେକ୍ଷା ଏଥିରେ ଥିବା ସଙ୍ଗୀତ, ଚିତ୍ରୋତ୍ତୋଳନ ସମ୍ପାଦନା ଦିଗ ବୈଷୟିକ ଦୃଷ୍ଟିକୋଣରୁ ଉଚ୍ଚକୋଟୀର ହେବ ବୋଲି ଶୁଣାଯାଉଛି। ନାୟକ ଭୂମିକାରେ ଅଭିଷେକ, ନାୟିକା ଭୂମିକାରେ ବଙ୍ଗୀୟ ଲଳନା ରିତିଶାଙ୍କ ସହ ଏଥରେ ପ୍ରିୟଙ୍କା, ବଲିଉଡ୍ ହାସ୍ୟ ଅଭିନେତା କ୍ରିଷ୍ଣା ଅଭିଷେକ, ଜ୍ୟୋତି ମିଶ୍ର,
ଦେବୁ ପଟ୍ଟନାୟକ, ଗୁଡ଼ୁଙ୍କୁ ଏଥିରେ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ସାଧାରଣତଃ ବାପା ମାଆ ସେମାନଙ୍କ ପୁଅ ଝିଅଙ୍କର ବିବାହ କରାଇଥାନ୍ତି, ହେଲେ ଏଇ ଚଳଚ୍ଚିତ୍ରରେ ପିଲାମାନେ ମିଶି ବାପା ଓ ମାଆଙ୍କ ବିବାହ କରୁଥିବାର ଦେଖିବାକୁ ମିଳିବ । ହାସ୍ୟରସ, ପ୍ରେମ ବିରହ ଓ ରହସ୍ୟ ରୋମାଞ୍ଚରେ ଭରପୂର ଏହାର କାହାଣୀ।
(ରିପୋର୍ଟ - ଅମୃତ ନନ୍ଦ)