-+91-9937148622 |
prerana_bgr@rediffmail.com |
Thursday 25th April 2024 |
R.N.I. Regd No. ODIODI/2010/46693
Breaking News
02-Apr-2022
କଣ୍ଟାବାଞ୍ଜି(ଆନନ୍ଦ ମୋଟେ) , ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ହରିଭବନ ଠାରେ ଆସନ୍ତା ୨୭ ତାରିଖ ରୁ ୨୯ ତାରିଖ ଯାଏ ମାରବାଡ଼ି ଯୁବା ମଞ୍ଚ ବିକାଶ ଶାଖାର କୃତିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଅନୁଷ୍ଠିତ ହେବ । ଏନେଇ ହରିଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସମ୍ମିଳନୀ ରେ ସଭାପତି ଅନୁପ ଜୈନ , ସମ୍ପାଦକ ପିୟୁଷ ଜିନ୍ଦଲ , କେସିୟର ଦୀପକ ଜୈନ,ଆନନ୍ଦ ମୋଟେ ସଂଯୋଜକ ମନୀଷ ଜୈନ ,ଅରିହନ୍ତ ଜୈନ,କେଶବ ଅଗ୍ରୱାଲ, ବଜରଙ୍ଗ ଜିନ୍ଦଲ , ଆଦେସ ଜୈନ , ମୟଙ୍କ ଜୈନ , ମୟଙ୍କ ମିତ୍ତଲ ଏବଂ ପ୍ରଚାର ପ୍ରସାର ସଂଯୋଜକ ଆଶିଷ ଖଇତାନ ଉପସ୍ଥିତ ଥିଲେ । ଏହି ଶିବିରରେ ହାତ ଗୋଡ ନଥିବା ଦିବ୍ୟାଙ୍ଗ ମାନଙ୍କ ପାଇଁ ନିଶୁକ୍ଳ କୃତିମ ଅଙ୍ଗ ପ୍ରତ୍ୟାରୋପଣ କରାଯିବ । ୩ ଦିନ ଧରି ଏହି ଶିବିର ଚାଲିବ । ଦିବ୍ୟାଙ୍ଗ ମୁକ୍ତ ଭାରତ ସ୍ଵପ୍ନକୁ ସାକାର କରିବାକୁ ସର୍ବ ଭାରତୀୟ ସ୍ତରରେ ଏଭଳି ମହତ କାମ କରାଯାଉଥିବା ମାରୱାଡି ଯୁବ ମଞ୍ଚ ବିକାଶ ଶାଖା ସୂଚନା ଦେଇଛନ୍ତି । ଶିବିରରେ ଅଧିକ ରୁ ଅଧିକ ଲୋକ ସାମିଲ ହେବାକୁ ଲୋକଙ୍କୁ ସଚେତନ କରୁଥିବା ବେଳେ ହେଲ୍ପ ଲାଇନ ନମ୍ବର ୯୦୭୮୯୬୮୯୭୬ ( ସଭାପତି ) , ୯୯୩୭୧୯୩୬୮୦ (ପ୍ରଚାର ପ୍ରସାର ସଂଯୋଜକ)ଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।