-+91-9937148622 |

prerana_bgr@rediffmail.com |

  Thursday 28th March 2024 |

| | | |

R.N.I. Regd No. ODIODI/2010/46693

Breaking News

ବୌଦ୍ଧ : କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗାଁ ପରିଦର୍ଶନ କଲେ ବୌଦ୍ଧ ଜିଲାପାଳ    (28-Mar-2024)       ||      ଭାଲୁ ଆକ୍ରମଣ ରେ ଯୁବକ ଗୁରୁତ୍ୱର   (28-Mar-2024)       ||      ଚିକିଲି ଗ୍ରାମରେ ସମ୍ପୂର୍ଣ ଆଦିବାସୀ ପରମ୍ପରାରେ ନିଆରା ଢଙ୍ଗରେ ଶିବରାତ୍ରି ପାଳିତ   (28-Mar-2024)       ||      କଣ୍ଟାମାଳରେ ୧୦୮ ହନୁମାନ ଚାଳିଶା ଓ ଶୁଭସ୍ତମ୍ଭ ସ୍ଥାପନ    (27-Mar-2024)       ||      ନାଟ୍ୟ ଅନୁଷ୍ଠାନ ଅନ୍ୱେଷଣ ତରଫରୁ ବିଶ୍ଵ ନାଟ୍ୟ ଦିବସ ପାଳିତ , ନାଟକ ଆଜିର ସମୟର ଅପରିହାର୍ଯ୍ଯ ଆବଶ୍ୟକତା।   (27-Mar-2024)       ||      କଣ୍ଟାମାଳ ପାଇଁ ମହୀଧର ରଣା ବିଜେଡି ପ୍ରାର୍ଥୀ ଘୋଷିତ   (27-Mar-2024)       ||      ଇଣ୍ଟରନ୍ୟାସନାଲ ଥିଏଟର କଣ୍ଟାମାଳ ଶାଖାର ବିଶ୍ୱନାଟ୍ୟ ଦିବସ   (27-Mar-2024)       ||      ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ - ଆସନ୍ତା ସାଧାରଣ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା I   (27-Mar-2024)       ||      ପଞ୍ଚସଖା ଗଳି ରେ ହରିହର ଭେଟ ଓ ହୋଲି ଉତ୍ସବ ପାଳନ    (27-Mar-2024)       ||      ମର୍ମନ୍ତୁଦ ସଡ଼କ ଦୃଘଟଣା,  ସରକାରୀ ବସ ଚକା ତଳେ ୨ ବନ୍ଧୁ ଙ୍କ ମୃତ୍ୟୁ      (27-Mar-2024)       ||      ସରକାରୀ ବସ୍ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ଜୀବନ ଗଲା    (27-Mar-2024)       ||      ସରକାରୀ ବସ୍ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ଜୀବନ ଗଲା    (27-Mar-2024)       ||      ସରକାରୀ ବସ୍ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ଜୀବନ ଗଲା    (27-Mar-2024)       ||      ସଂସ୍କୃତ ପରିଷଦ ବଲାଙ୍ଗିରର ବୈଠକ   (27-Mar-2024)       ||      ପେଲେସ ଲାଇନ ରାଧାକୃଷ୍ଣ ମନ୍ଦିରରେ ହରିହର ଭେଟ   (27-Mar-2024)       ||      ସିନ୍ଧେକେଲା କଟକିଆ ସମାଜ ଦ୍ୱାରା ଅଷ୍ଟପ୍ରହରି ଓ ଫାଲଗୁନ ଉତ୍ସବ ଉଦଯାପିତ   (27-Mar-2024)       ||      ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ହୋଲି ଉତ୍ସବ ପାଳନ ମେଲୋଡି ସଂଗୀତ ଓ ନାଚ ରେ ଖୁବ୍ ମଜା ନେଲେ ସହର ବାସୀ   (27-Mar-2024)       ||      ଦିବ୍ୟାଙ୍ଗ ଶିଶୁମାନଙ୍କ ସହ ହୋଲି ପାଳନ   (27-Mar-2024)       ||      ଦିବ୍ୟାଙ୍ଗ ଶିଶୁମାନଙ୍କ ସହ ହୋଲି ପାଳନ : ଶିଶୁ ଓ ମହିଳା ବିକାଶ ସୋସାଇଟି   (26-Mar-2024)       ||      ଉନ୍ନତ ସଜନା ଚାଷ ଉପରେ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ   (26-Mar-2024)       ||     

HOME   ଜିଲ୍ଲା

ଉତ୍କଳ ଦିବସ ଏବଂ ବରଗଡ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ

02-Apr-2022



ବରଗଡ଼:-ବରଗଡ଼ ସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଙ୍କ ସଭାପତିତ୍ବରେ ଓଡ଼ିଶା ଦିବସ ତଥା ବରଗଡ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।ଏ ଅବସରରେ ବରଗଡ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ ମୁଖ୍ୟ ଅତିଥି,ଡ. ଶୁକମୁନି ମେହେର (ପ୍ରଧ୍ୟାପକ ସ୍ନାତକୋତ୍ତର ଓଡ଼ିଆ ବିଭାଗ ସମ୍ବଲପୁର ବିଶ୍ବବିଦ୍ୟାଳୟ) ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଶା ବରପୁତ୍ର ମାନଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ ।ଡ. ମେହେର ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପଣ୍ଡିତ ଗୋପବନ୍ଧୁ, ଉତ୍କଳ ଗୌରବ ମଧୁସୂଦନ ଦାସ,କବି ଗଙ୍ଗାଧର ମେହେରଙ୍କ ସ୍ମୃତି ଚାରଣ କରିବା ସହିତ ସଂକୀର୍ଣ୍ଣ ଭାବଧାରାରୁ ଉର୍ଦ୍ଧ ରେ ରହି ଭାଷା ଓ ଓଡ଼ିଆ ଜାତିର ଉନ୍ନତି ସକାଶେ ସମସ୍ତଙ୍କୁ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟଅତିଥି ଶ୍ରୀମତୀ ଭୋଇ, ଯେକୋୖଣସି ଭାଷା ରେ ଶିକ୍ଷା ଗ୍ରହଣ କରିଥିଲେ ମଧ୍ୟ ନିଜ ମାତୃଭାଷାକୁ ଭଲ ପାଇବା ଓ ଆମେ ଓଡ଼ିଆ ବୋଲି ଗର୍ବ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ଆମରାଜ୍ୟ ଓଡିଶା,ଆମ ଜିଲ୍ଲାକୁ ଶିକ୍ଷା, ସ୍ୱାସ୍ଥ୍ୟ, ସାହିତ୍ୟ, ସଂସ୍କୃତି ପ୍ରତ୍ୟେକ କ୍ଷେତ୍ରରେ ଶ୍ରେଷ୍ଠ କରି ଗଢି ତୋଳିବା ପାଇଁ ପ୍ରେରଣା ପ୍ରଦାନ କରିଥିଲେ । ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ "ବନ୍ଦେ ଉତ୍କଳ ଜନନୀ","ଜୟ ତୁ ଉତ୍କଳ ଲକ୍ଷ୍ମୀ" ଗାନ କରିଥିବାବେଳେ, ସୈାଖିନ ରଙ୍ଗମଞ୍ଚର ଛାତ୍ରମାନେ "ପୂଣ୍ୟ ମାଟି ମୋ ବରଗଡ" ସଂଗୀତ ଗାନ କରିଥିଲେ ।ଏ ପବିତ୍ର ଦିବସ ଉପଲକ୍ଷେ ଆୟୋଜିତ ଓଡ଼ିଆ ବକୃତା ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିବୃନ୍ଦ ପୁରସ୍କୃତ କରିଥିଲେ । ରାଜ୍ୟ ସଂଗୀତ ନାଟକ ଏକାଡେମୀ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ର ମିଳିତ ଆନୁକୁଲ୍ୟରେ ସଂଯୋଜକ ନବ ମହତ୍ତମ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶ୍ରୀମତୀ ସଂଘମିତ୍ରା ମିଶ୍ର ଙ୍କ ସଂଯୋଜନା ବନ୍ଦେ ଉତ୍କଳ ଜନନୀ ଦେଶାତ୍ମବୋଧକ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷତ ହୋଇଥିଲା । ଶେଷରେ ରାଣା ପ୍ରତାପ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ଵାରା ସମ୍ବଲପୁରୀ ନୃତ୍ୟ, ବଉଲ୍ ଝୁପା ସାଂସ୍କୃତିକ ଅନୁଷ୍ଠାନ ଙ୍କ ଦ୍ଵାରା ଜାଇଫୁଲ ଏବଂ କୁରେଫୁଲ୍ ସାଂସ୍କୃତିକ ଅନୁଷ୍ଠାନ ଙ୍କ ଦ୍ଵାରା ପଞ୍ଚ୍'ରସୀ ନୃତ୍ୟ ପରିବେଷଣ ହୋଇଥିଲା ।ସକାଳେ ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କ ଦ୍ୱାରା ଓଡ଼ିଶା ର ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା । ଅପରାହ୍ନରେ ବରଗଡ ପୈାର ପରିଷଦ ଅଧିନରେ ଥିବା କାଳୀୟଦଳନ ଓ ଶହିଦ ବୀର ସୁରେନ୍ଦ୍ର ସାଏ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସହ ଫୁଡ କୋର୍ଟ ଉଦଘାଟନ ହୋଇଥିଲା । ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ବରଗଡ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମିର୍ଦ୍ଧା ଟପ୍ପୋ, ଉପଜିଲ୍ଲାପାଳ ଶ୍ରୀଯୁକ୍ତ  ଶୁଭେନ୍ଦୁ କୁମାର ସାମଲ ଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ବରିଷ୍ଠ ବୁଦ୍ଧିଜୀବୀମାନେ ଯୋଗଦେଇଥିଲେ ବୋଲି ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ କଲ୍ୟାଣୀ ଦାଶ ଙ୍କ ଠାରୁ ପ୍ରକାଶ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବୌଦ୍ଧ : କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗାଁ ପରିଦର୍ଶନ କଲେ ବୌଦ୍ଧ ଜିଲାପାଳ   28-Mar-2024
  ଜିଲ୍ଲା  
ଭାଲୁ ଆକ୍ରମଣ ରେ ଯୁବକ ଗୁରୁତ୍ୱର   28-Mar-2024
  ଜିଲ୍ଲା  
ଚିକିଲି ଗ୍ରାମରେ ସମ୍ପୂର୍ଣ ଆଦିବାସୀ ପରମ୍ପରାରେ ନିଆରା ଢଙ୍ଗରେ ଶିବରାତ୍ରି ପାଳିତ   28-Mar-2024
  ଜିଲ୍ଲା  
କଣ୍ଟାମାଳରେ ୧୦୮ ହନୁମାନ ଚାଳିଶା ଓ ଶୁଭସ୍ତମ୍ଭ ସ୍ଥାପନ    27-Mar-2024
  ଜିଲ୍ଲା  
ନାଟ୍ୟ ଅନୁଷ୍ଠାନ ଅନ୍ୱେଷଣ ତରଫରୁ ବିଶ୍ଵ ନାଟ୍ୟ ଦିବସ ପାଳିତ , ନାଟକ ଆଜିର ସମୟର ଅପରିହାର୍ଯ୍ଯ ଆବଶ୍ୟକତା।   27-Mar-2024
  ଜିଲ୍ଲା  
କଣ୍ଟାମାଳ ପାଇଁ ମହୀଧର ରଣା ବିଜେଡି ପ୍ରାର୍ଥୀ ଘୋଷିତ   27-Mar-2024
  ଜିଲ୍ଲା  
ଇଣ୍ଟରନ୍ୟାସନାଲ ଥିଏଟର କଣ୍ଟାମାଳ ଶାଖାର ବିଶ୍ୱନାଟ୍ୟ ଦିବସ   27-Mar-2024
  ଜିଲ୍ଲା  
ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ - ଆସନ୍ତା ସାଧାରଣ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା I   27-Mar-2024
  ଜିଲ୍ଲା  
ପଞ୍ଚସଖା ଗଳି ରେ ହରିହର ଭେଟ ଓ ହୋଲି ଉତ୍ସବ ପାଳନ   27-Mar-2024
  ଜିଲ୍ଲା  
ମର୍ମନ୍ତୁଦ ସଡ଼କ ଦୃଘଟଣା,  ସରକାରୀ ବସ ଚକା ତଳେ ୨ ବନ୍ଧୁ ଙ୍କ ମୃତ୍ୟୁ      27-Mar-2024
  ଜିଲ୍ଲା  
ସରକାରୀ ବସ୍ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ଜୀବନ ଗଲା   27-Mar-2024
  ଜିଲ୍ଲା  
ସରକାରୀ ବସ୍ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ଜୀବନ ଗଲା   27-Mar-2024

You Might Also Like