-+91-9937148622 |

prerana_bgr@rediffmail.com |

  Friday 29th March 2024 |

| | | |

R.N.I. Regd No. ODIODI/2010/46693

Breaking News

ଛତିକୁଡ଼ା ରୁ ନର୍ଲା ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ର ଅଭିଯୋଗ ତଦନ୍ତ ଦାବି   (29-Mar-2024)       ||      ନର୍ଲା କଂଗ୍ରେସ କୁ ଭକ୍ତ କରିବେ କି ବିଭକ୍ତ ?   (29-Mar-2024)       ||      ନିଖୋଜ ନାବାଳକ କୁ ରେଲୱେ ଟ୍ରାକ ରୁ ଉଦ୍ଧାର କଲା ସୋନପୁର ପୋଲିସ୍   (29-Mar-2024)       ||      ୧୯୭୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ    (29-Mar-2024)       ||      ଖଟଖଟିଆ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକୋତ୍ସବ,   (29-Mar-2024)       ||      ସ୍ବାମୀର ଠେଙ୍ଗା ମାଡରେ ପତ୍ନୀ ମୃତ, ସ୍ବାମୀ ଅଟକ    (28-Mar-2024)       ||      ହାତ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂଭୋଇ    (28-Mar-2024)       ||      ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଙ୍କୁ ସୁବର୍ଣ୍ଣପୁର ଠାରେ ବିପୁଳ ସମ୍ବର୍ଦ୍ଧନା*- ମା ସୁରେଶ୍ଵରୀ ଙ୍କ ଆଶୀର୍ବାଦ ନେଇ ଆରମ୍ଭ କଲେ ପରିବାର ସମ୍ପର୍କ ଅଭିଯାନ   (28-Mar-2024)       ||      ପୋଲିଂ ଅଧିକାରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଜନିତ ସତ୍ୟତା ସମ୍ବନ୍ଧେ ଡାକ୍ତରୀ ପରୀକ୍ଷା   (28-Mar-2024)       ||      ନିର୍ବାଚନ ଉପଲକ୍ଷେ ଗଠନ ହୋଇଛି ଏମସିଏମସି ସେଲ    (28-Mar-2024)       ||      ବୌଦ୍ଧ : କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗାଁ ପରିଦର୍ଶନ କଲେ ବୌଦ୍ଧ ଜିଲାପାଳ    (28-Mar-2024)       ||      ଭାଲୁ ଆକ୍ରମଣ ରେ ଯୁବକ ଗୁରୁତ୍ୱର   (28-Mar-2024)       ||      ଚିକିଲି ଗ୍ରାମରେ ସମ୍ପୂର୍ଣ ଆଦିବାସୀ ପରମ୍ପରାରେ ନିଆରା ଢଙ୍ଗରେ ଶିବରାତ୍ରି ପାଳିତ   (28-Mar-2024)       ||      କଣ୍ଟାମାଳରେ ୧୦୮ ହନୁମାନ ଚାଳିଶା ଓ ଶୁଭସ୍ତମ୍ଭ ସ୍ଥାପନ    (27-Mar-2024)       ||      ନାଟ୍ୟ ଅନୁଷ୍ଠାନ ଅନ୍ୱେଷଣ ତରଫରୁ ବିଶ୍ଵ ନାଟ୍ୟ ଦିବସ ପାଳିତ , ନାଟକ ଆଜିର ସମୟର ଅପରିହାର୍ଯ୍ଯ ଆବଶ୍ୟକତା।   (27-Mar-2024)       ||      କଣ୍ଟାମାଳ ପାଇଁ ମହୀଧର ରଣା ବିଜେଡି ପ୍ରାର୍ଥୀ ଘୋଷିତ   (27-Mar-2024)       ||      ଇଣ୍ଟରନ୍ୟାସନାଲ ଥିଏଟର କଣ୍ଟାମାଳ ଶାଖାର ବିଶ୍ୱନାଟ୍ୟ ଦିବସ   (27-Mar-2024)       ||      ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ - ଆସନ୍ତା ସାଧାରଣ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା I   (27-Mar-2024)       ||      ପଞ୍ଚସଖା ଗଳି ରେ ହରିହର ଭେଟ ଓ ହୋଲି ଉତ୍ସବ ପାଳନ    (27-Mar-2024)       ||      ମର୍ମନ୍ତୁଦ ସଡ଼କ ଦୃଘଟଣା,  ସରକାରୀ ବସ ଚକା ତଳେ ୨ ବନ୍ଧୁ ଙ୍କ ମୃତ୍ୟୁ      (27-Mar-2024)       ||     

HOME   ମହାନଗର

ନାଗରିକ ସମନ୍ୱୟ କମିଟିର ପ୍ରତିଷ୍ଠା ଦିବସ ପାଳିତ

20-Mar-2022



 I
ସମ୍ବଲପୁର,(ସଂଜୀବ ପାଣିଗ୍ରାହୀଙ୍କ  ରିପୋର୍ଟ୍): ଧନୁପାଲି, ଗୋବିନ୍ଦତୋଳା, ଭତ୍ରା ଓ ପୁଟୀବନ୍ଧକୁ ନେଇ ଗଠିତ ନାଗରିକ ସମନ୍ୱୟ କମିଟିର ଏକବର୍ଷ ପୂର୍ତ୍ତି ତଥା ପ୍ରତିଷ୍ଠା ଦିବସ ସ୍ଥାନୀୟ ଆଦିତ୍ୟ କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି I ସଂଗଠନର ସଭାପତି ରାଜେନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜଣାଶୁଣା ଡାକ୍ତର ବିଶ୍ୱନାଥ ମିଶ୍ର ଓ ସମ୍ମାନିତ ଅତିଥି ଭାବେ ଧନୁପାଲି ଥାନା ଅଧିକାରୀ ଅନିତା ପ୍ରଧାନ ଯୋଗଦେଇଥିଲେ I ସଭା ଆରମ୍ଭରେ ମା' ସମଲେଶ୍ୱରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ଦୀପପ୍ରଜ୍ବଳନ ସହ ସଭା ଆରମ୍ଭ ହୋଇଥିଲା I ଉପସଭାପତି ଦାମୋଦର କର ଅତିଥି ପ୍ରଦାନ କରି ସ୍ୱାଗତ ଭାଷଣ ଦେଇଥିବାବେଳେ ସମ୍ପାଦକ ତପନ ଗୁର ଓ କୋଷାଧ୍ୟକ୍ଷ ଶ୍ୱେତକୁମାର ପଣ୍ଡା ଯଥାକ୍ରମେ ସଙ୍ଗଠନ ର ବାର୍ଷିକ ବିବରଣୀ ଓ ଆୟବ୍ୟୟ ଉପପସ୍ଥାପନ କରିଥିଲେ I ମୁଖ୍ୟ ଅତିଥି ଡାକ୍ତର ମିଶ୍ର ତାଙ୍କ ଭାଷଣରେ ଧନୁପାଲି ଅଞ୍ଚଳ ର ଅସମାହିତ ସମସ୍ୟା ବିଷୟ ଆଲୋଚନା କରି ଯୁବସମାଜ ଏହାର ସମାଧାନ ପାଇଁ ଆଗଭର ହେବାକୁ ଆହ୍ୱାନ କରିଥିଲେ I ଏହାପରେ ପ୍ରତିନିଧି ଅଧିବେଶନରେ ସଭ୍ୟମାନେ ନିଜ ନିଜ ଅଞ୍ଚଳର ସମସ୍ୟା ମାନ ଉପସ୍ଥାପିତ କରିଥିଲେ I ଆଲୋଚନା ବେଳେ ପାନୀୟ ଜଳ ଯୋଗାଣ ରେ ଚରମ ଅବ୍ୟବସ୍ଥା,ପରିମଳ ବ୍ୟବସ୍ଥା ରେ ତଦାରଖ ସହ ସବୁ ଜାଗାକୁ ସଫେଇ କର୍ମଚାରୀ ଯୋଗାଣ , ରାସ୍ତାଘାଟ,ଟ୍ରାଫିକ ସମସ୍ୟା,ନାଲି ନର୍ଦମ୍ମା,ରାସ୍ତା ଆଲୁଅ, ଗୋବିନ୍ଦତୋଳା ନୁଆଁ ପୋଲ ଉପର ବସୁଥିବା ମାର୍କେଟ ସ୍ଥାନାନ୍ତର, ଗୋପାଲଜି ମନ୍ଦିର ପୋଖରୀର ପୁନରୁଦ୍ଧାର ସହ ହିଡ, ନାଲି ଓ ରାସ୍ତା ଉପରୁ ଜବରଦଖଲ ଉଛେଦ,ଭତ୍ରା  ଠାରେ ଥିବା ଧାନମିଲର ଚିମିନି ପ୍ରଦୂଷଣ,ନାଲି ନିର୍ମାଣ ବେଳେ ଜଳ ନିଷ୍କାସନ ପାଇଁ କୁଶଳୀ ବ୍ୟବସ୍ଥା ପ୍ରୟୋଗ,ଧନୁପାଲି ଛକର ଆଧୁନିକୀକରଣ ସହ ପାନୀୟଜଳ ଓ ଶୌଚାଲୟ ନିର୍ମାଣ, ସୋରେଜ ବୋର୍ଡ଼ ର ଅଧାପନ୍ତରିଆ କାମ ସାରିବା, ଟାଟା ପାୱାର ବିଦ୍ୟୁତ ବକେୟା ଆଦାୟ ନାଁ ରେ ବିନା ପରିଚୟ ପତ୍ରରେ ଗୁଣ୍ଡI ଶ୍ରେଣୀୟ ଲୋକଙ୍କୁ ନିଯୁକ୍ତ କରି ଗ୍ରାହକ ମାନଙ୍କୁ ଜୋର ଜୁଳୁମ ଓ ଅସମ୍ମାନ ପ୍ରଦର୍ଶନକୁ ସଭାରେ ନିନ୍ଦା କରାଯାଇ,ପୂର୍ବପରି କିସ୍ତି ମାଧ୍ୟମରେ ବକେୟା ଆଦାୟ କରିବାକୁ ପ୍ରସ୍ତାବ ଗୃହୀତ ହୋଇଛି I ସଭାରେ 
ସଭ୍ୟ ମାନେ ବିଶେଷକରି ମହାନଗର ଭିତରେ ରହୁଥିବା 
ବାସିନ୍ଦା ଙ୍କୁ ପାନୀୟଜଳ ର ଉତ୍କଟ ଅଭାବ ଓ ସଳ୍ପଯୋଗାଣ ତଥା ଅନେକ ଜାଗାରେ କେବଳ ସଂଯୋଗ ଦେଇ ବର୍ଷ ବର୍ଷ ଧରି ପାଣିନ ଦେବା ଯୋଗୁ ସଭାରେ ତୀବ୍ର ଉଦବେଗ ପ୍ରକାଶ ପାଇଥିଲା I ଏ ଦିଗରେ ତୁରନ୍ତ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରସ୍ତାବ ଗୃହୀତ ହୋଇଛି I ଆବଶ୍ୟକସ୍ଥଳେ ଶାନ୍ତିପୂର୍ଣ୍ଣ ଧାରଣା ଦେବାକୁ ସ୍ଥିର ହୋଇଛି I ଶେଷରେ ସଭାପତି ଶ୍ରୀପଣ୍ଡା ଏ ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସଭ୍ୟ ମାନଙ୍କୁ ଅବଗତ କରେଇ ସମସ୍ତ ଦାବି କୁ ପୁଣିଥରେ ଜିଲ୍ଲାପାଳ ଙ୍କୁ ଜଣେଇବାକୁ  ଦେଇଥିବା ପ୍ରସ୍ତାବ ଗୃହୀତ ହେଲା। ସଭାରେ ସବୁଅଂଚଳ ର ଶତାଧିକ ସଭ୍ୟ ଉପସ୍ଥିତ ଥିବା ବେଳେ ସଂଗଠନ ର ଉପସଭାପତି କପିଳେନ୍ଦ୍ର ସାହୁ ଯୁଗ୍ମ ସମ୍ପାଦକ ସୁଧିର କୁମାର ଦାଶ ପ୍ରମୁଖ ମଂଚାସିଂନ ଥିଲେ,ଶେଷରେ ଉପସଭା ପତି ବିଜୟଲକ୍ଷ୍ମୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ I


News Comment




Photo in News

Advertisment
Lastest News
  ଜିଲ୍ଲା  
ଛତିକୁଡ଼ା ରୁ ନର୍ଲା ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ର ଅଭିଯୋଗ ତଦନ୍ତ ଦାବି   29-Mar-2024
  ଜିଲ୍ଲା  
ନର୍ଲା କଂଗ୍ରେସ କୁ ଭକ୍ତ କରିବେ କି ବିଭକ୍ତ ?   29-Mar-2024
  ଜିଲ୍ଲା  
ନିଖୋଜ ନାବାଳକ କୁ ରେଲୱେ ଟ୍ରାକ ରୁ ଉଦ୍ଧାର କଲା ସୋନପୁର ପୋଲିସ୍   29-Mar-2024
  ଜିଲ୍ଲା  
୧୯୭୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ   29-Mar-2024
  ଜିଲ୍ଲା  
ଖଟଖଟିଆ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକୋତ୍ସବ,   29-Mar-2024
  ଜିଲ୍ଲା  
ସ୍ବାମୀର ଠେଙ୍ଗା ମାଡରେ ପତ୍ନୀ ମୃତ, ସ୍ବାମୀ ଅଟକ    28-Mar-2024
  ରାଜନୀତି  
ହାତ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂଭୋଇ   28-Mar-2024
  ଜିଲ୍ଲା  
ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଙ୍କୁ ସୁବର୍ଣ୍ଣପୁର ଠାରେ ବିପୁଳ ସମ୍ବର୍ଦ୍ଧନା*- ମା ସୁରେଶ୍ଵରୀ ଙ୍କ ଆଶୀର୍ବାଦ ନେଇ ଆରମ୍ଭ କଲେ ପରିବାର ସମ୍ପର୍କ ଅଭିଯାନ   28-Mar-2024
  ଜିଲ୍ଲା  
ପୋଲିଂ ଅଧିକାରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଜନିତ ସତ୍ୟତା ସମ୍ବନ୍ଧେ ଡାକ୍ତରୀ ପରୀକ୍ଷା   28-Mar-2024
  ରାଜନୀତି  
ନିର୍ବାଚନ ଉପଲକ୍ଷେ ଗଠନ ହୋଇଛି ଏମସିଏମସି ସେଲ   28-Mar-2024
  ଜିଲ୍ଲା  
ବୌଦ୍ଧ : କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗାଁ ପରିଦର୍ଶନ କଲେ ବୌଦ୍ଧ ଜିଲାପାଳ   28-Mar-2024
  ଜିଲ୍ଲା  
ଭାଲୁ ଆକ୍ରମଣ ରେ ଯୁବକ ଗୁରୁତ୍ୱର   28-Mar-2024

You Might Also Like