-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
17-Mar-2022
ପଦ୍ମପୁର/ଗାଇସିଲେଟ:-ବରଗଡ ଜିଲ୍ଲା ଗାଇସିଲାଟ ବ୍ଲକ ଅନ୍ତର୍ଗତ ତାଲପାଲି ସ୍ଥାନୀୟ ସି.ଏଚ.ସି ମିଟିଙ୍ଗ ହଲ ଠାରେ ଜାତୀୟ ଟୀକାକରଣ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା,ସମ୍ମାନୀତ ସ୍ବାସ୍ଥ୍ୟ କର୍ମୀ ମାନେ ହେଲେ
ତ୍ରୁପ୍ତିମୟୀ ମାଝୀ(ଆଶା କର୍ମୀ),ଦୁଲଣା ରଣା(ଆଶା କର୍ମୀ)ଭୋଲାବତୀ ନାଗ(ମହିଳା ସ୍ୱାସ୍ଥ୍ୟ କର୍ମୀ) । ଏହି ଅବସରରେ ଡାକ୍ତର ଯଶୋବନ୍ତ ମେହେର, ବସନ୍ତ କୁମାର ପାରେକ,ଲମ୍ବୋଦର ପାତ୍ର,ଆନନ୍ଦ କୁମାର ହୋତା,ଡାକ୍ତର ପଙ୍କଜ ଭୋଇ ପ୍ରମୁଖ ଉପସ୍ଥିତ ରହି ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ଉପଢୌକନ ଦେଇ ସମ୍ମାନୀତ କରିଥିଲେ ।