-+91-9937148622 |

prerana_bgr@rediffmail.com |

  Friday 29th March 2024 |

| | | |

R.N.I. Regd No. ODIODI/2010/46693

Breaking News

ନିଖୋଜ ନାବାଳକ କୁ ରେଲୱେ ଟ୍ରାକ ରୁ ଉଦ୍ଧାର କଲା ସୋନପୁର ପୋଲିସ୍   (29-Mar-2024)       ||      ୧୯୭୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ    (29-Mar-2024)       ||      ଖଟଖଟିଆ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକୋତ୍ସବ,   (29-Mar-2024)       ||      ସ୍ବାମୀର ଠେଙ୍ଗା ମାଡରେ ପତ୍ନୀ ମୃତ, ସ୍ବାମୀ ଅଟକ    (28-Mar-2024)       ||      ହାତ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂଭୋଇ    (28-Mar-2024)       ||      ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଙ୍କୁ ସୁବର୍ଣ୍ଣପୁର ଠାରେ ବିପୁଳ ସମ୍ବର୍ଦ୍ଧନା*- ମା ସୁରେଶ୍ଵରୀ ଙ୍କ ଆଶୀର୍ବାଦ ନେଇ ଆରମ୍ଭ କଲେ ପରିବାର ସମ୍ପର୍କ ଅଭିଯାନ   (28-Mar-2024)       ||      ପୋଲିଂ ଅଧିକାରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଜନିତ ସତ୍ୟତା ସମ୍ବନ୍ଧେ ଡାକ୍ତରୀ ପରୀକ୍ଷା   (28-Mar-2024)       ||      ନିର୍ବାଚନ ଉପଲକ୍ଷେ ଗଠନ ହୋଇଛି ଏମସିଏମସି ସେଲ    (28-Mar-2024)       ||      ବୌଦ୍ଧ : କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗାଁ ପରିଦର୍ଶନ କଲେ ବୌଦ୍ଧ ଜିଲାପାଳ    (28-Mar-2024)       ||      ଭାଲୁ ଆକ୍ରମଣ ରେ ଯୁବକ ଗୁରୁତ୍ୱର   (28-Mar-2024)       ||      ଚିକିଲି ଗ୍ରାମରେ ସମ୍ପୂର୍ଣ ଆଦିବାସୀ ପରମ୍ପରାରେ ନିଆରା ଢଙ୍ଗରେ ଶିବରାତ୍ରି ପାଳିତ   (28-Mar-2024)       ||      କଣ୍ଟାମାଳରେ ୧୦୮ ହନୁମାନ ଚାଳିଶା ଓ ଶୁଭସ୍ତମ୍ଭ ସ୍ଥାପନ    (27-Mar-2024)       ||      ନାଟ୍ୟ ଅନୁଷ୍ଠାନ ଅନ୍ୱେଷଣ ତରଫରୁ ବିଶ୍ଵ ନାଟ୍ୟ ଦିବସ ପାଳିତ , ନାଟକ ଆଜିର ସମୟର ଅପରିହାର୍ଯ୍ଯ ଆବଶ୍ୟକତା।   (27-Mar-2024)       ||      କଣ୍ଟାମାଳ ପାଇଁ ମହୀଧର ରଣା ବିଜେଡି ପ୍ରାର୍ଥୀ ଘୋଷିତ   (27-Mar-2024)       ||      ଇଣ୍ଟରନ୍ୟାସନାଲ ଥିଏଟର କଣ୍ଟାମାଳ ଶାଖାର ବିଶ୍ୱନାଟ୍ୟ ଦିବସ   (27-Mar-2024)       ||      ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ - ଆସନ୍ତା ସାଧାରଣ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା I   (27-Mar-2024)       ||      ପଞ୍ଚସଖା ଗଳି ରେ ହରିହର ଭେଟ ଓ ହୋଲି ଉତ୍ସବ ପାଳନ    (27-Mar-2024)       ||      ମର୍ମନ୍ତୁଦ ସଡ଼କ ଦୃଘଟଣା,  ସରକାରୀ ବସ ଚକା ତଳେ ୨ ବନ୍ଧୁ ଙ୍କ ମୃତ୍ୟୁ      (27-Mar-2024)       ||      ସରକାରୀ ବସ୍ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ଜୀବନ ଗଲା    (27-Mar-2024)       ||      ସରକାରୀ ବସ୍ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ଜୀବନ ଗଲା    (27-Mar-2024)       ||     

HOME   ଜିଲ୍ଲା

ଅତାବିରା ରେ ମନରେଗା ଯୋଜନା ର ସମୀକ୍ଷା ଓ ଜନଶୁଣାଣି ଶିବିର

17-Mar-2022



ରେଙ୍ଗାଲିକେମ୍ପ:-ଅତାବିରା ବ୍ଲକ  କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲା ଅଧିକାରୀ ତଥା ମନରେଗା ଯୋଜନାର ଅଧ୍ୟକ୍ଷ ନବୀନ ଚନ୍ଦ୍ର ପଟେଲ ଙ୍କ ଅଧ୍ୟକ୍ଷତାରେ  ବ୍ଲକ କାର୍ଯ୍ୟାଳୟ ରେ ମନରେଗା ଯୋଜନାର ସମୀକ୍ଷା ତଥା ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ଵନାଥ ସାହୁ ,ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ମନିଶିବା ମହାପାତ୍ର, ଅତିରିକ୍ତ ପ୍ରୋଗ୍ରାମିଙ୍ଗ ଅଧିକାରୀ ପୁଷ୍ପାଞ୍ଜଳୀ ମହାକୁର,,ସହକାରୀ ଯନ୍ତ୍ରୀ ଗୋପୀନାଥ  କାଲୋ, ଜିଲ୍ଲା ସମୀକ୍ଷା ଅଧିକ୍ଷକ ଆନନ୍ଦ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ।ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯାଇ ଶିବିର କୁ ଆରମ୍ଭ କରାଯାଇଥିଲା ।ଏହି ଶିବିର ରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା,ଜାତୀୟ ଖାଦ୍ୟ ଯୋଜନା ତଥା ସାମାଜିକ ସୁରକ୍ଷା ଯୋଜନା ର ୨୪ ଟି ପଞ୍ଚାୟତ ର ୨୦୨୦ -୨୧ ଆର୍ଥିକ ବର୍ଷର ଅଡିଟ  ରିପୋର୍ଟ ଉପରେ ସମୀକ୍ଷା କରାଯାଇଥିଲା। ବ୍ଲକ ଅନ୍ତର୍ଗତ ପ୍ରତ୍ୟେକ ଗ୍ରାମପଞ୍ଚାୟତ ମାନଙ୍କରେ ଏହି ସବୁ ଯୋଜନା ରେ ହୋଇଥିବା ବିକାଶ ମୂଳକ କାମ ତଥା ଖାଦ୍ୟ ସୁରକ୍ଷା ଉପରେ  ବିସ୍ତୃତ ଆଲୋଚନା ହୋଇଥିଲା। ପ୍ରତ୍ୟେକ ବିଭାଗୀୟ ଅଧିକାରୀ ମାନେ ନିଜ  ନିଜ  ବିଭାଗରେ ହୋଇଥିବା ବିକାଶ ମୂଳକ କାର୍ଯ୍ୟକ୍ରମ ର  ତଥ୍ୟ ଉପସ୍ଥାପନା କରିଥିଲେ ।ପଞ୍ଚାୟତ ଅନ୍ତର୍ଭୁକ୍ତ ଗ୍ରାମ ଗୁଡ଼ିକର ଆସନ୍ତା ଦିନରେ କିପରି ଅଧିକରୁ ଅଧିକ  ବିକାଶ ହୋଇପାରିବ,ଗ୍ରାମର  ଜନସାଧାରଣ ବିଭିନ୍ନ କାମରେ ନିଯୁକ୍ତି ହୋଇପାରିବେ ,ଯାହାଦ୍ଵାରା ଗ୍ରାମ ମାନଙ୍କରେ ଦେଖାଯାଉଥିବା ବେକାରୀ ସମସ୍ୟାର ଦୂରୀକରଣ କରାଯାଇପାରିବ  ,ଏହା ଉପରେ ବିଶେଷ ଧ୍ୟାନ ଦେବାପାଇଁ ଅତିରିକ୍ତ ଜିଲ୍ଲା ଅଧିକାରୀ ମତବ୍ୟକ୍ତ କରିଥିଲେ । ବିଭିନ୍ନ  ଯୋଜନାରେ ଆସୁଥିବା ଅର୍ଥରାଶି ର ଉପଯୁକ୍ତ ବିନିଯୋଗ ହେବା ସହ ଗ୍ରାମ ଗୁଡିକରେ ଥିବା ବିଭିନ୍ନ ସମସ୍ୟା  ଗୁଡ଼ିକର କିପରି ସମାଧାନ ହୋଇ ପାରିଛି ତ ଉପରେ ମଧ୍ୟ ଆଲୋଚନା ହୋଇଥିଲା ।ଏଥିରେ  ୧୦୦ ରୁ ଉର୍ଦ୍ଧ୍ବ ଆବେଦନକାରୀ  ନିଜ ନିଜ ସମସ୍ୟା ଉପସ୍ଥାପନା କରିଥିଲେ ଓ  ବିଭାଗୀୟ ଅଧିକାରୀ ମାନେ ସେହି ସମସ୍ୟା ଗୁଡ଼ିକୁ ଗୁରୁତ୍ଵ ଦେଇ ତାର ସମାଧାନ ପାଇଁ ବିହିତ ପଦକ୍ଷେପ  ନିଆଯିବ ବୋଲି ମତ ଦେଇଥିଲେ।ଏହି ଶିବିରରେ  ନବନିର୍ବାଚିତ ସରପଞ୍ଚ,ସମିତି ସଭ୍ୟ,ସମସ୍ତ ଯନ୍ତ୍ରୀ,ଯୋଗାଣ ଅଧିକାରୀ,ପଞ୍ଚାୟତ ନିର୍ବାହୀ ଅଧିକାରୀ ତଥା  ବ୍ଲକ ର ଅଭିଯୋଗକାରୀ ମାନେ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନିଖୋଜ ନାବାଳକ କୁ ରେଲୱେ ଟ୍ରାକ ରୁ ଉଦ୍ଧାର କଲା ସୋନପୁର ପୋଲିସ୍   29-Mar-2024
  ଜିଲ୍ଲା  
୧୯୭୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ   29-Mar-2024
  ଜିଲ୍ଲା  
ଖଟଖଟିଆ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକୋତ୍ସବ,   29-Mar-2024
  ଜିଲ୍ଲା  
ସ୍ବାମୀର ଠେଙ୍ଗା ମାଡରେ ପତ୍ନୀ ମୃତ, ସ୍ବାମୀ ଅଟକ    28-Mar-2024
  ରାଜନୀତି  
ହାତ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂଭୋଇ   28-Mar-2024
  ଜିଲ୍ଲା  
ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଙ୍କୁ ସୁବର୍ଣ୍ଣପୁର ଠାରେ ବିପୁଳ ସମ୍ବର୍ଦ୍ଧନା*- ମା ସୁରେଶ୍ଵରୀ ଙ୍କ ଆଶୀର୍ବାଦ ନେଇ ଆରମ୍ଭ କଲେ ପରିବାର ସମ୍ପର୍କ ଅଭିଯାନ   28-Mar-2024
  ଜିଲ୍ଲା  
ପୋଲିଂ ଅଧିକାରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଜନିତ ସତ୍ୟତା ସମ୍ବନ୍ଧେ ଡାକ୍ତରୀ ପରୀକ୍ଷା   28-Mar-2024
  ରାଜନୀତି  
ନିର୍ବାଚନ ଉପଲକ୍ଷେ ଗଠନ ହୋଇଛି ଏମସିଏମସି ସେଲ   28-Mar-2024
  ଜିଲ୍ଲା  
ବୌଦ୍ଧ : କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗାଁ ପରିଦର୍ଶନ କଲେ ବୌଦ୍ଧ ଜିଲାପାଳ   28-Mar-2024
  ଜିଲ୍ଲା  
ଭାଲୁ ଆକ୍ରମଣ ରେ ଯୁବକ ଗୁରୁତ୍ୱର   28-Mar-2024
  ଜିଲ୍ଲା  
ଚିକିଲି ଗ୍ରାମରେ ସମ୍ପୂର୍ଣ ଆଦିବାସୀ ପରମ୍ପରାରେ ନିଆରା ଢଙ୍ଗରେ ଶିବରାତ୍ରି ପାଳିତ   28-Mar-2024
  ଜିଲ୍ଲା  
କଣ୍ଟାମାଳରେ ୧୦୮ ହନୁମାନ ଚାଳିଶା ଓ ଶୁଭସ୍ତମ୍ଭ ସ୍ଥାପନ    27-Mar-2024

You Might Also Like