-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
17-Mar-2022
ଖପ୍ରାଖୋଲ (ବସନ୍ତ ମେହେର) :ଖପ୍ରାଖୋଲ ବ୍ଳକ ର ବିଭିନ୍ନ ପଞ୍ଚାୟତରେ ସରପଞ୍ଚ ମାନେ ନିଜର ଦାୟିତ୍ଵ ତୁଲାଇ ସାରିଛନ୍ତି l ଖପ୍ରାଖୋଲ ବ୍ଲକ କରୁଆଁଝର ପଞ୍ଚାୟତର ସରପଞ୍ଚ ଭାବରେ ଜପସ୍ୱିନୀ ସାହୁ ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଗତ ୧୦ ତାରିଖ ଦିନ ଏହି ଦାୟିତ୍ଵ ଗ୍ରହଣ କରିଥିଲେ l ଶ୍ରୀମତୀ ସାହୁ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଜୟଲଷ୍ମୀ ବାଗ ଙ୍କ ଠାରୁ ଏହି ଦାୟିତ୍ଵ ଗ୍ରହଣ କରିଛନ୍ତି lଠିକ୍ ସେହିପରି ନାଏବ ସରପଞ୍ଚ ଭାବରେ ଚକରା ନାଗ ର ନିଜର କାର୍ଯ୍ୟଭାର ତୁଲାଇଛନ୍ତି l ସରପଞ୍ଚ ଦାୟିତ୍ଵ ଗ୍ରହଣ କରିବା ପରେ କରୁଆଁଝର ପଞ୍ଚାୟତର ସମସ୍ତ ଗାଁ ରେ ବିଜୁଳି, ରାସ୍ତାଘାଟ ଓ ପାନୀୟ ଜଳର ସମସ୍ୟା ଓ ଏହାର ସମାଧାନ ଦିଗରେ କାମ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ସରପଞ୍ଚ ଶ୍ରୀମତୀ ଜପସ୍ୱିନୀ ସାହୁ ll ଶ୍ରୀମତୀ ସାହୁ ମୋଟ ୮୦୫ ଖଣ୍ଡ ଭୋଟ୍ ପାଇ ବିଜୟ ଘୋଷିତ ହୋଇଥିଲେ l
ତେବେ ଖପ୍ରାଖୋଲ ବ୍ଲକର ଏକ ଅବହେଳିତ ଓ ଉପାନ୍ତ ଗାଁ କରୁଆଁଝର ପଞ୍ଚାୟତରେ ଲୋକଙ୍କୁ ବିକାଶର ଆଲୋକ ଦେଖାଇବାରେ ନୂତନ ଭବରେ ଦାୟିତ୍ଵ ନେଇଥିବା ସରପଞ୍ଚ ଶ୍ରୀମତୀ ସାହୁ କେତେ ସଫଳ ହେବେ ତାହା ଦେଖିବାକୁ ବାକି ରହିଲା l