-+91-9937148622 |
prerana_bgr@rediffmail.com |
Friday 29th March 2024 |
R.N.I. Regd No. ODIODI/2010/46693
Breaking News
16-Mar-2022
ଖପ୍ରାଖୋଲ (ପ୍ରେରଣା ଖବର) : ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ର ସରପଞ୍ଚ ଉମାକାନ୍ତ ମେହେର୍ ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଗତ ୧୦ ତାରିଖ ଦିନ ଏହି ଦାୟିତ୍ଵ ଗ୍ରହଣ କରିଥିଲେ l ଠିକ୍ ସେହିପରି ନାଏବ ସରପଞ୍ଚ ଭବରେ ବର୍ତିଆ ଗାଁ ର ବିନୋଦିନୀ ନାଗ ଦାୟିତ୍ଵ ଗ୍ରହଣ କରିଥିଲେ l ସରପଞ୍ଚ ଦାୟିତ୍ଵ ଗ୍ରହଣ କରିବା ପରେ ରେଙ୍ଗାଲି ପଞ୍ଚାୟତର ସମସ୍ତ ଗାଁ ରେ ବିଜୁଳି, ରାସ୍ତାଘାଟ ଓ ପାନୀୟ ସମସ୍ୟା ଓ ଏହାର ସମାଧାନ ଦିଗରେ କାମ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ସରପଞ୍ଚ ଶ୍ରୀ ଉମାକାନ୍ତ ମେହେର l ଶ୍ରୀ ମେହେର ମୋଟ ୧୪୬୯ ଖଣ୍ଡ ଭୋଟ୍ ପାଇ ବିଜୟ ଘୋଷିତ ହୋଇଥିଲେ l