-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
16-Mar-2022
ଖପ୍ରାଖୋଲ (ପ୍ରେରଣା ଖବର) : ଖପ୍ରାଖୋଲ ବ୍ଲକ ମହରl ପଦର ପଞ୍ଚାୟତ ର ସରପଞ୍ଚ ସୁମତି ପଧାନ ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଗତ ୧୦ ତାରିଖ ଦିନ ଶ୍ରୀମତୀ ପଧାନ ମହରlପାଦର ପୂର୍ବତନ ସରପଞ୍ଚ ଶ୍ରୀମତୀ ନଳିନୀ ଭୋଇ ଙ୍କ ଠାରୁ ଏହି ଦାୟିତ୍ଵ ଗ୍ରହଣ କରିଥିଲେ l ଠିକ୍ ସେହିପରି ନାଏବ ସରପଞ୍ଚ ଭବରେ ଡମନିମାଲ୍ ଗାଁ ର ଶ୍ଵେତ ମାଝୀ ଦାୟିତ୍ଵ ଗ୍ରହଣ କରିଥିଲେ l ସରପଞ୍ଚ ଦାୟିତ୍ଵ ଗ୍ରହଣ କରିବା ପରେ ମହାରାପଦର ପଞ୍ଚାୟତର ସମସ୍ତ ଗାଁ ରେ ବିଜୁଳି, ରାସ୍ତାଘାଟ ଓ ପାନୀୟ ସମସ୍ୟା ଓ ଏହାର ସମାଧାନ ଦିଗରେ କାମ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ସରପଞ୍ଚ ଶ୍ରୀମତୀ ପଧାନ l ଶ୍ରିମତୀ ପଧାନ ୯୭୪ ଖଣ୍ଡ ଭୋଟ୍ ପାଇ ୪ ଜଣ ପୁରୁଷ ପ୍ରାର୍ଥୀ ଙ୍କୁ ହରାଇ ସରପଞ୍ଚ ର ବିଜୟ ମୁକୁଟ ପିନ୍ଧିଥିଲେ l ଏହି ଘଟନା ଖପ୍ରାଖୋଲ ବ୍ଳକ ଅଞ୍ଚଳରେ ଚର୍ଚା ର ବିଷୟ ହୋଇଛି l