-+91-9937148622 |
prerana_bgr@rediffmail.com |
Wednesday 17th August 2022 |
R.N.I. Regd No. ODIODI/2010/46693
Breaking News
16-Mar-2022
ଲକ୍ଷ୍ନୌ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ଆପତ୍ତିଜନକ ଚିତ୍ର ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଅଭିଯୋଗରେ ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରରେ ମଙ୍ଗଳବାର ଜଣେ ୨୪ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।
ଅଭିଯୁକ୍ତ ମାର୍ଚ୍ଚ ୧୩ରେ ଆଦିତ୍ୟନାଥ ଏବଂ ମାୟାବତୀଙ୍କ ସଂପାଦିତ ଏବଂ ରୂପାନ୍ତରିତ ଚିତ୍ର ଫେସବୁକରେ ସେୟାର କରିଥିଲେ।
ଅଧିକାରୀମାନେ କହିଛନ୍ତି ଯେ ଏହି ପୋଷ୍ଟକୁ ନେଇ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପ୍ରତିକ୍ରିୟାକୁ ଧ୍ୟାନ ଦେବା ପରେ ସ୍ଥାନୀୟ ଜେୱାର ପୁଲିସ ନିଜେ ଏଫଆଇଆର ଦାଖଲ କରିଥିଲା।
ଅଭିଯୁକ୍ତଜଣକ ଜେୱାର ପୁଲିସ ଷ୍ଟେସନ ଅଧୀନରେ ଦୟାନାଟପୁର ଗାଁର ବାସିନ୍ଦା ଅମୀର ଖାନ ବୋଲି ଜଣାପଡିଛି। ମଙ୍ଗଳବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଜଣେ ପୁଲିସ ମୁଖପାତ୍ର କହିଛନ୍ତି।
ଜେୱାର ପୁଲିସ ଷ୍ଟେସନ ଅଧିକାରୀ, ଉମେଶ ବାହାଦୁର କହିଛନ୍ତି ଯେ ଅଭିଯୁକ୍ତ ଖାନ ଜଣେ ନିର୍ମାଣ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି। ତେବେ, ସେ କାହିଁକି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ଆପତ୍ତିଜନକ ଚିତ୍ର ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ସେ ସଂପର୍କରେ ପୁଲିସ ତଦନ୍ତ ଚଳାଇଛି।
ଜଣେ ଟ୍ଵିିଟର ବ୍ୟବହାରକାରୀଙ୍କ ଦ୍ୱାରା ଏହି ପ୍ରସଙ୍ଗକୁ ହାଇଲାଇଟ୍ କରାଯିବା ପରେ ଏହି ଘଟଣାର ଅନୁସନ୍ଧାନ କରିଥିବା ଜଣେ ସ୍ଥାନୀୟ ପୁଲିସ ଅଧିକାରୀଙ୍କ ଅଭିଯୋଗରେ ଏଫଆଇଆର ଦାଖଲ କରାଯାଇଛିା ଅଭିଯୁକ୍ତ ଖାନଙ୍କୁ ଭାରତୀୟ ଦଣ୍ଡ ବିଧି ଆଇନର ଧାରା ୧୫୨ବି, ୫୦୫(୨) ଏବଂ ସୂଚନା ପ୍ରଯୁକ୍ତି ଆଇନର ବ୍ୟବସ୍ଥା ଅନୁଯାୟୀ ମାମଲା ରୁଜୁ କରାଯାଇଛି ବୋଲି ପୁଲିସ କହିଛି।