-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
15-Mar-2022
ବଲାଙ୍ଗୀର(ପ୍ରେରଣା ଖବର)ପୈାର ପରିଷଦ ନିର୍ବାଚନ ପରୀପ୍ରେକ୍ଷୀରେ ବଲାଙ୍ଗୀର ପୌରାଂଚଳ ଅନ୍ତର୍ଗତ ୱାଡ ନଂ୩ ପାଇଁ ପ୍ରାର୍ଥୀନୀ ରଜନୀ ବନଛୋର ଓ ୱାଡ ନଂ୧୧ ର ପ୍ରାର୍ଥୀ ପ୍ରଦୀପ କୁମାର ମିଶ୍ରଙ୍କ ପାଇଁ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ତାଙ୍କର ପ୍ରଚାର ଶୈଳୀକୁ ଆହୁରୀ ଜୋରଦାର କରିଛନ୍ତି । ୱାଡ ନଂ ୩ ର ତାଲପାଲି ପଡା , ଡୁଙ୍ଗୁରିପଡା , କନ୍ଦପାଲି ପଡା ଓ ୱାଡ ନଂ ୧୧ ର ଜଗନ୍ନାଥ ପଡା ଠାରେ ଉଭୟ କାଉନସିଲର ପ୍ରାର୍ଥୀ ଏବଂ ପୌରାଧ୍ୟକ୍ଷା ପ୍ରାର୍ଥିନୀ ମିଲନୀ ସାହୁଙ୍କ ପାଇଁ ପଥପ୍ରାନ୍ତ ସଭା ତଥା ଘରଘର ବୁଲି ଲୋକଙ୍କୁ ସଚେତନତା କରିବା ସମୟରେ ବଲାଙ୍ଗୀର ବିଧାୟକ ଶ୍ରୀ ମିଶ୍ର କହିଥିଲେ ଯେ, ଏକ ଦୁର୍ନିତୀମୁକ୍ତ ପୌର ପରିଷଦ ଗଠନ ପାଇଁ ଆପଣ ମାନଙ୍କ ସମ୍ମୁଖରେ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ । କାରଣ ଅତୀତରେ ଆପଣମାନେ ଦେଖିଛନ୍ତି ବାରମ୍ବାର ଭୋଟ ପାଉଥିବା ସତ୍ତେ ମଧ୍ୟ ଏଠାରେ ପୌର ପରିଷଦ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳର ନେତାମାମେ ପ୍ରିୟା ପ୍ରୀତିତୋଷଣ , ଦୁର୍ନିତୀ ଓ କଳାବଜାରୀ କରି ଜନସାଧାରଣଙ୍କର ବହୁତ କ୍ଷତି ଘଟାଇଛନ୍ତି । ଆପଣମାନେ ନିଶ୍ଚିତ ଭାବେ ଜାଣିଛନ୍ତି ଛୋଟଛୋଟ କାମ ପାଇଁ କୌଣସି ଯୋଜନାରେ ଭତ୍ତା ହେଉ ,
ରାସନ ହେଉ ହାତଗୁଂଜା ନଦେଲେ ପୌର ପରିଷଦର କୌଣସି ଅଧିକାରୀ ଲୋକଙ୍କ କାମ କରୁନଥିଲେ । ଯଦି ଆପଣମାନେ ଚାହୁଁଛନ୍ତି ଏକ ଦୁର୍ନିତୀମୁକ୍ତ , ପ୍ରିୟା ପ୍ରୀତି ତୋଷଣ ବିହିନ ପୌର ପରିଷଦ ଗଠନ ହେଉ , ଯଦି ଆପଣମାନେ ଚାହୁଁଛନ୍ତି ବଲାଙ୍ଗୀରରେ ଥିବା ରାସ୍ତା , ଘାଟ , ନାଳ ନର୍ଦ୍ଧମା ତଥା ବର୍ଜବସ୍ତୁର ଠିକ ଭାବେ ପରିଚାଳନା ହେଉ , ଏଠାରେ ଥିବା ପୋଖରୀମାନଙ୍କର ପାଣି ଲୋକଙ୍କ ପାଇଁ ବ୍ୟବହାର ଉପଯୋଗୀ ହେଉ ତେବେ ଆପଣମାନେ ନିଶ୍ଚିତ ଭାବେ ଏହି ନିର୍ବାଚନରେ ନିଜର ବହୁମୂଲ୍ୟ ମତଦାନ କଂଗ୍ରେସ ସପକ୍ଷରେ ଦେବେ । କାରଣ ବଲାଙ୍ଗୀରରେ ବିଜୁ ଜନତାଦଳର ବିଗତ ଦିନମାନଙ୍କରେ ବିଧାୟକ ଥିଲେ , ମନ୍ତ୍ରୀ ଥିଲେ , ସାଂସଦ ଥିଲେ । କିନ୍ତୁ ଦୁଃଖର ବିଷୟ ଗୋଟାଏ ବି ଜନ ହିତକର ପ୍ରକଳ୍ପ ଏହି ସହର ମଧ୍ୟରେ କରି ନାହାନ୍ତି । ତେଣୁ ମୁଁ ଆପଣମାନଙ୍କୁ ପୁଣି ଅନୁରୋଧ କରିବି , ଏଭଳି ଦୁରଦୃଷ୍ଟିହୀନ ନେତା ତଥା ତାଙ୍କ ଅନୁଗାମୀମାନଙ୍କୁ ଭୋଟଦାନ ମାଧ୍ୟମରେ ପୁନଶ୍ଚ ନିର୍ବାଚିତ କରନ୍ତୁ ନାହିଁ । ସଚେତନ ହୁଅନ୍ତୁ ଏବଂ ଆପଣଙ୍କ ଅଂଚଳର ବିକାଶ ପାଇଁ କଂଗ୍ରେସ ଦଳର ପ୍ରାର୍ଥି,ପ୍ରାର୍ଥିମାନଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ବଲାଙ୍ଗୀର ବିକାଶରେ ଭାଗୀଦାରୀ ହୁଅନ୍ତୁ । ଲୋକଙ୍କୁ ବିରୋଧିଙ୍କ ୨୫ ବର୍ଷ ବନାମ ନିଜର ୭ ବର୍ଷର କାର୍ଯକାଳକୁ ତୁଳନା କରିବାକୁ ଉପସ୍ଥିତ ଜନସାଧାରଣଙ୍କୁ ଶ୍ରୀ ମିଶ୍ର ନିବେଦନ କରିଥିଲେ । ଲୋକେ ବିଜେଡିକୁ ୧୫ ବର୍ଷ ପରଖିଲେ , କଂଗ୍ରେସକୁ ଥରେ ଭୋଟ ଦେଇ ପରୀକ୍ଷା କରନ୍ତୁ ବୋଲି ନିଜ ବକ୍ତବ୍ୟରେ ଲୋକଙ୍କୁ ଶ୍ରୀ ମିଶ୍ର ଅନୁରୋଧ କରିଥିଲେ । ପୌରାଧ୍ୟକ୍ଷା ପ୍ରାର୍ଥିନୀ ମିଲନୀ ସାହୁ ମଧ୍ୟ ନିଜ ବକ୍ତବ୍ୟରେ କଂଗ୍ରେସର ସମସ୍ତ ପ୍ରାର୍ଥି ଓ ପ୍ରାର୍ଥିନୀମାନଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଅନୁରୋଧ କରିଥିଲେ । ଆଜି ଅନୁଷ୍ଠିତ ସଭାମାନଙ୍କରେ ନଗର ସଭାପତି ବୁଲୁ ଦାନୀ , ଉପ ସଭାପତି ମନୀଷ ମିଶ୍ର, କିଷାନ ସେଲ ସଭାପତି ସାନନ୍ଦ ମିଶ୍ର , ସଂଜୟ ମିଶ୍ର , ପବିତ୍ର ବେହେରା , ଲୋପନ ମିଶ୍ର , ନାସିର ଖାନ , ରୋସନ ମିଶ୍ର ଓ ଟିଟୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।