-+91-9937148622 |
prerana_bgr@rediffmail.com |
Wednesday 6th December 2023 |
R.N.I. Regd No. ODIODI/2010/46693
Breaking News
15-Mar-2022
ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହେଲେ ଟାଟା ସନ୍ସର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ୍। ଆଜି ଏୟାର ଇଣ୍ଡିଆ ଦ୍ୱାରା ଆୟୋଜିତ ଏକ ବୋର୍ଡ ବୈଠକରେ ଏନ୍ ଚନ୍ଦ୍ରଶେଖରନଙ୍କୁ କମ୍ପାନିର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି। ହେଲେ ଏବେ ବି ଏୟାର ଇଣ୍ଡିଆର ସିଇଓ ପଦ ଖାଲି ରହିଛି। ତୁର୍କୀ ଏୟାରଲାଇନ୍ସର ପୂର୍ବତନ ସିଇଓ ଇଲକର ଆଇସି ଏୟାର ଇଣ୍ଡିଆର ନୂଆ ସିଇଓ ନିଯୁକ୍ତିକୁ ପ୍ରତ୍ୟଖ୍ୟାନ କରିବା ପରେ ଏବେ ଏୟାର ଇଣ୍ଡିଆ ଏକ ନୂଆ ସିଇଓ ଖୋଜୁଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୧୪ ତାରିଖରେ ଟାଟା ଗ୍ରୁପ୍ ଇଲକର ଆଇସିଙ୍କୁ ସିଇଓ ଭାବେ ନିଯୁକ୍ତି ଦେଇଥିଲା। କିନ୍ତୁ ନିଯୁକ୍ତି ପାଇବାର ୧୪ ଦିନ ପରେ ସେ ଏହି ଚାକିରିକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ତୁର୍କୀ ରାଷ୍ଟ୍ରପତି ରିସିପ ତାଇପି ଏର୍ଡୋଗାନଙ୍କ ସହିତ ତାଙ୍କର ଘନିଷ୍ଠ ସଂପର୍କ ଥିବା ଅଭିଯୋଗରେ ଭାରତରେ ତାଙ୍କର ନିଯୁକ୍ତିକୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ଅନୁବନ୍ଧିତ ସ୍ବଦେଶୀ ଜାଗରଣ ମଞ୍ଚ ତୀବ୍ର ବିରୋଧ କରିଥିଲା। ଏ ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ଏହାପରେ ଆଇସି ନିଜ ତରଫରୁ ଏହି ଚାକିରିକୁ ପ୍ରତ୍ୟାଖ୍ୟାନ କରିଥିଲେ। ତାଙ୍କ ନିଯୁକ୍ତିକୁ ଭାରତର କେତେକ ଗଣମାଧ୍ୟମରେ ଅନାବଶ୍ୟକ ଭାବେ ରଙ୍ଗ ଦିଆଯାଇଛି ଓ ସେଥିପାଇଁ ସେ ନିକଟରେ ଟାଟା ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନଙ୍କୁ ଭେଟି ଏୟାର ଇଣ୍ଡିଆର ସିଇଓ ପଦ ଗ୍ରହଣ କରିବାକୁ ମନା କରିଦେଇଥିଲେ ବୋଲି ସୂଚନା ଦେଇଥିଲେ। ଏଭଳି ଦମାଲୋଚନା ପରେ ଉକ୍ତ ପଦ ଗ୍ରହଣ କରିବା ତାଙ୍କ ପକ୍ଷେ ସମ୍ଭବ କିମ୍ବା ସମ୍ମାନଜନକ ନିଷ୍ପତ୍ତି ହେବନାହିଁ ବୋଲି ଆଇସି କହିଥିଲେ।