-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
15-Mar-2022
ବଲାଙ୍ଗୀର(ମଳୟ ମିଶ୍ର ଙ୍କ ରିପୋର୍ଟ) : ଚଳିତ ପୌରନିର୍ବାଚନରେ ବଲାଙ୍ଗୀର ମ୍ୟୁନିସିପାଲିଟିର ୧୯ ନମ୍ବରଉଆର୍ଡରେ ସ୍ବାଧୀନପ୍ରାର୍ଥୀ ବିଶ୍ବମୟ ପୂଜାରୀ ଅନ୍ୟ ଦୁଇଜଣ ପ୍ରମୁଖ ଦଳୀୟ ପ୍ରାର୍ଥୀଙ୍କଠାରୁ ଅଦ୍ୟାବଧି ଆଗରେ ଥିବା ଜଣାଯାଇଛି । ସାଇକେଲ ଚିହ୍ନରେ ଲଢୁଥିବା ବିଶ୍ବମୟ ପୂଜାରୀ ବନାମ ବାବୁପୂଜାରୀଙ୍କର ସାଇକେଲ ରାଲି ପରେ ଏହା ଅଧିକ ସ୍ପଷ୍ଟ ହୋଇଯାଇଛି । ସହରର ପୁରାତନ ପଡା ରୁଗୁଡିପଡା ଓ ସାଗରପଡାକୁ ନେଇ ଗଠିତ ୧୯ ନମ୍ବରଉଆର୍ଡରେ ରହିଥିବା ବହୁ ସମସ୍ୟାଗୁଡିକୁ ସେ ଜିତିଲେ ସମାଧାନ କରିବାର ଦୃଢ ପ୍ରତିଶ୍ରୁତି ଦେଇଛନ୍ତି , ଯାହା ଅଦ୍ୟାବଧି ହୋଇପାରିନାହିଁ । ଏଗୁଡିକ ମଧ୍ୟରୁ ଲଗାଣ ବର୍ଷାହୋଇଗଲେ ପଡାରେ ଜଳନିଷ୍କାସନ ହୋଇ ନପାରି ବନ୍ୟାପରିସ୍ଥିତି ସୃଷ୍ଟିର ନିରାକରଣ , ୨୪ ଘଣ୍ଟିଆ ନୋଟିସ୍ ଦେଇ ଦୀର୍ଘବର୍ଷ ଧରି ବସବାସ କରିଆସୁଥିବା ଫଲସାପଦରୀ ବାସିନ୍ଦାଙ୍କୁ ଘରଦ୍ବାର ଭାଙ୍ଗିଦେଇ ଜବରଦଖଲ ଉଚ୍ଛେଦ ନାଁ'ରେ ଅଦ୍ୟାବଧି ଉପଯୁକ୍ତ ପୁନର୍ବାସ ଥଇଥାନ କରା ନଯିବାର ଜବାବ୍ ମାଗିବା , କୋଉକାଳୁ ମଶାତେଲ ବଣ୍ଟନ ହେଉ ନଥିବା , ଅଧିକ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରାଯାଇ ସଫାସୁତୁରା , ମଠଖାଇବାବାଙ୍କ ମନ୍ଦିର ନିର୍ମାଣ , ସାଗରପଡା ମଣ୍ଡପର ନବୀକରଣ , ଜନ୍ମମୃତ୍ଯୁ ପ୍ରମାଣପତ୍ର ଘରକୁ ପହଞ୍ଚାଇବା ସୁବିଧା ଓ ଅନ୍ୟାନ୍ୟ ପ୍ରତିଶ୍ରୁତି ସେ ଦେଇଛନ୍ତି ।
ସେ ଜଣେ ବହୁମେଳାପି ଯୁବସମାଜସେବୀ ଭାବରେ ସମସ୍ତଙ୍କର ପ୍ରିୟପାତ୍ର ଅଟନ୍ତି । ସେ ସମ୍ଭ୍ରାନ୍ତ ରଙ୍ଗୀନ ପାକ୍ଷିକ ସମ୍ବାଦପତ୍ର ' ତକ୍ଷକ ' ର ପ୍ରକାଶକ ସମ୍ପାଦକ ଓ ଜିଲ୍ଲା ଲେଖକ ପରିଷଦର ଉପ- ସଭାପତି ମଧ୍ୟ ଅଛନ୍ତି । ଅନ୍ୟ ପ୍ରତିଦ୍ବନ୍ଦୀ ପ୍ରତିନିଧିମାନଙ୍କ ତୁଳନାରେ ସେ ଅଧିକ ବିଶ୍ଵସ୍ତ ଓ ସକ୍ରିୟ କର୍ମନିଷ୍ଠ କାଉନସିଲର ହେବାର ସବୁଦୃଷ୍ଟିରୁ ସୁଯୋଗ୍ୟ ଅଟନ୍ତି । ଅଦ୍ୟାବଧି ପ୍ରଚାର , ସମର୍ଥନ ଓ ଚର୍ଚ୍ଚାରେ ସେ ଆଗରେ ରହିଥିବା ଚର୍ଚ୍ଚା ହେଉଛି ।