-+91-9937148622 |

prerana_bgr@rediffmail.com |

  Friday 26th April 2024 |

| | | |

R.N.I. Regd No. ODIODI/2010/46693

Breaking News

ଦୟଣାଚୋରି ସାହିତ୍ୟ ଆସର -୨୦୨୪                             ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ଼ ସାରସ୍ୱତ ସମାରୋହ      (25-Apr-2024)       ||      କାନ୍ଥରେ ସିମିତ ଗାଁ କଲ୍ୟାଣ ସମିତି - ସୁଧୁରୁନି ପରିମଳ ବ୍ୟବସ୍ଥା - ଗାଁ ଗଣ୍ଡାରେ କୁଢ଼ କୁଢ଼ ଆର୍ବଜନା   (25-Apr-2024)       ||      ଖଣିଜ ସମ୍ପଦ ରେ ଓଡ଼ିଶା ଭରପୁର ହେଲେ ଗରିବୀ କେବେ ହେଉନି ଦୂର । ଷଷ୍ଠ ଥର ନୁହେଁ ଏଥର ଗଢ଼ିବ ଓଡ଼ିଶାରେ ବିଜେପି ସରକାର*   (25-Apr-2024)       ||      ଟିଟିଲାଗଡରେ ବିଜେପିନେତା ଅଶୋକ ଦୋରାଙ୍କୁ ଦୁର୍ବ୍ୟବହାର ଓ ହତ୍ୟାଧମକ,  ନିର୍ବାଚନକମିଶନଙ୍କ ପାଖରେ ଫେରାଦହେଲେ ବିଜେପି ପ୍ରାର୍ଥି   (25-Apr-2024)       ||      ଵିଜୁଯୁବ  ଛାତ୍ର ଜନତାଦଳର  ସଭାରେ ବିରୋଧିଙ୍କ ପ୍ରଶ୍ନର ଉତ୍ତରଦେଲେ କଲିକେଶ।   (25-Apr-2024)       ||      ବଲାଙ୍ଗୀରରେ ନିର୍ବାଚନୀପ୍ରଚାର, ଚା’ ଖଟିରେ ଅନଙ୍ଗଉଦୟ   (25-Apr-2024)       ||      ଅଂଶୁଘାତ ପ୍ରତି ସଚେତନତା କାର୍ଯ୍ୟକ୍ରମ   (24-Apr-2024)       ||      ବିଜେପି ର ମିଶ୍ରଣ ପର୍ବ ଓ କାର୍ଯ୍ୟକର୍ତ୍ତା ସମ୍ମିଳନୀ    (25-Apr-2024)       ||      କଣ୍ଟାମାଳ ଥାନାର ପାଢେଲ ଦ୍ୟାମ ନିକଟରେ ଯବାନ ମାଓବାଦୀ ଜବାନ ଙ୍କ ମଧ୍ୟରେ ଗୁଳି ବିନିମୟ ଜାରି   (25-Apr-2024)       ||      ଅଂଶୁଘାତ ସଚେତନ କର୍ମଶାଳା   (25-Apr-2024)       ||      ଦଳଛାଡିଲେ ପିସିସି ସାଧାରଣସଂପାଦକ ବିଧୁଭୂଷଣ.. ନରସିଂହ,ଶରତ ଓ ଭକ୍ତଙ୍କ ମନମାନୀ କାରଣରୁ କଂଗ୍ରେସ ତଳିତଳାନ୍ତ ହୋଇଛି-ବିଧୁ    (25-Apr-2024)       ||      ଭିନ୍ନକ୍ଷମ ମହିଳାଙ୍କ ଭରସାରେ ତିନି ଝିଅ   (25-Apr-2024)       ||      ହାଇମାଷ୍ଟ ଲାଇଟ ଅଚଳ, ମରାମତି ପାଇଁ ଦାବି - ବୀରମହାରାଜପୁର ମୁଖ୍ୟ ଛକ ଅନ୍ଧାର   (25-Apr-2024)       ||      ପୌରାଞ୍ଚଳରେ ସମରେନ୍ଦ୍ର - ନରସିଂହଙ୍କ ଜୋରଦାର ନିର୍ବାଚନ ପ୍ରଚାର ବିକାଶ କୁ ଚୋରି କରିଥିବା ନେତାଙ୍କୁ ନିର୍ବାଚନରେ ଜବାବ ଦିଅନ୍ତୁ ଲୋକେ - ସମରେନ୍ଦ୍ର   (24-Apr-2024)       ||      ବିଦ୍ୟାଳୟରେ ଗ୍ରୀଷ୍ମ ଅବକାଶକାଳୀନ ପ୍ରସ୍ତୁତି....   (24-Apr-2024)       ||      ବହଳପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ   (24-Apr-2024)       ||      ହଳଦୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ   (24-Apr-2024)       ||      ସିନ୍ଧେକେଲାର ଯୁବ ସାମ୍ବାଦିକ ତଥା ବଣିକ ସଂଘର ସହ ସମ୍ପାଦକ ଙ୍କ ପିତୃ ବିୟୋଗ    (24-Apr-2024)       ||      ମରଣ ଯନ୍ତା ପାଲଟିଛି ବାଇପାସ୍ ରାସ୍ତା ,  ବିଭାଗୀୟ ଅଧିକାରୀ ଅନ୍ୟ ବାଭାଗ ଅଧିକାରୀ ଙ୍କୁ ଦୋଷା ରୋପ କରିବାରେ ବ୍ୟସ୍ତ     (24-Apr-2024)       ||      ୫୫0 କୁଣହାଁ (କିସାନ ମିର୍ଦ୍ଧା ଓରାମ) ସମାଜର  ବାର୍ଷିକ ଉତ୍ସବ    (24-Apr-2024)       ||     

HOME   ମହାନଗର

ଟାଟା ପାୱାର ର ବକେୟା ଅସୁଲିରେ ଦାଦଗିରି ,ପଶ୍ଚିମାଞ୍ଚଳ ଏକତା ମଞ୍ଚର ପ୍ରତିବାଦ କୁ ଜନସମର୍ଥନ

14-Mar-2022



ସମ୍ବଲପୁର(ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ) - ଗତ ୭ ତାରିଖରେ ଟି.ପି.ଡବ୍ଲୁ.ଓ.ଡି.ଏଲ ର ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ସାକ୍ଷାତ କରି ଦାବୀପତ୍ର ଦେଲା ପରେ ମଧ୍ୟ ସ୍ଥିତି ସୁଧୀରିଲା ନାହିଁ । ଏହି ପ୍ରସଙ୍ଗ ରେ ଜିଲ୍ଲା ପ୍ରଶାସନ ର ହସ୍ତକ୍ଷେପ ଲୋଡିଲା ପଶ୍ଚିମାଞ୍ଚଳ ଏକତା ମଞ୍ଚ । ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ସମସ୍ତ ଦାବୀ ବିଷୟରେ ଅବଗତ କରେଇ ସେଗୁଡିକର ଶୀଘ୍ର ଓ ସ୍ଥାୟୀ ସମାଧାନ ପାଇଁ ଦାବିପତ୍ର ପ୍ରଦାନ କରିଛି । ପଶ୍ଚିମାଞ୍ଚଳ ଏକତା ମଂଚ ର ନେତୃତ୍ବ ରେ ଜନସାଧାରଣ ମହାନଗର ନିଗମ ଛକରେ ସମ୍ମିଳିତ ହୋଇ ଏକ ପଟୁଆରରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ପହଂଚି ଥିଲେ। ଏହାପରେ ଏକ ପ୍ରତିନିଧି ମଂଡଲି  ଜିଲ୍ଲାପାଳଙ୍କୁ ଯାଇ ଭେଟିବା ସହ ଟାଟା ପାଓ୍ବାର ର ଅତ୍ୟାଚାର ବିଷୟରେ ଆଲୋଚନା କରିଥିଲା। ବିଦ୍ୟୁତ ଶୁଳ୍କ ଆଦାୟ ସମୟରେ ଉପଭୋକ୍ତା ଙ୍କ ପ୍ରତି ବିଭାଗୀୟ କର୍ମଚାରୀ ଙ୍କ ଦୁର୍ବ୍ୟବହାର ଓ ଦୁଣ୍ଡାଗର୍ଦ୍ଦି ସମ୍ପୁର୍ଣ୍ଣ ବନ୍ଦ କରିବା ସହ ବିଶ୍ୱ ମହାମାରୀ କରୋନା ର କୁପ୍ରଭାବ କୁ ଦୃଷ୍ଟି ରେ ରଖି ସମସ୍ତ ବକେୟା ପାଉଣା କୁ ସମ୍ପୂର୍ଣ୍ଣ ଛାଡ଼ କରିବା ପାଇଁ ମଂଚ ପକ୍ଷରୁ ଦାବୀ କରାଯାଇ ଥିଲା। ଟାଟା ପାଓ୍ବାର   ସରକାରଂକ ସହ ଚୁକ୍ତି ସମୟରେ ବକେୟା ଅସୁଲି କରିବା ପାଇଁ ରାଜି ହେଉନଥିଲା। ଏବେ ଦାୟିତ୍ୱ ନେବା ପରେ ବକେୟା ଅସୁଲି କୁ  ପ୍ରମୁଖ କାମ ଭାବରେ ଲାଗିଛି।ଫଳ ସ୍ୱରୂପ ଲୋକଙ୍କର ବକେୟା ବିଦ୍ୟୁତ ପାଉଣା ର ପରିମାଣ ବୃଦ୍ଧି ପାଇଛି । ତତ୍ ସଙ୍ଗେ ସଙ୍ଗେ ବିଗତ ଦିନ ମାନଙ୍କରେ ତ୍ରୁଟିପୂର୍ଣ୍ଣ ବିଲିଙ୍ଗ ଯୋଗୁଁ ମଧ୍ୟ ଅନେକ ଉପଭୋକ୍ତା ଙ୍କର ବକେୟା ପାଉଣା ବୃଦ୍ଧି ପାଇଛି ଓ ବିବାଦ ଯୋଗୁଁ ସେମାନେ ପାଉଣା ପୈଠ କରି ନାହାଁନ୍ତି ।  ଏଭଳି ସମୟରେ ବିଦ୍ୟୁତ ବିଭାଗ ର ଅଧିକାରୀ ଓ କର୍ମଚାରୀ ମାନେ ଉପଭୋକ୍ତା ଙ୍କ ଘର ଘର ଯାଇ ବିଦ୍ୟୁତ ଶୁଳ୍କ ଆଦାୟ କରିବା ସଙ୍ଗେ ସଙ୍ଗେ ବକେୟା ପାଉଣା ପାଇଁ ମଧ୍ୟ ବାଧ୍ୟ କରୁଛନ୍ତି । ବିଦ୍ୟୁତ ଉପଭୋକ୍ତା ଙ୍କୁ କଠୋର ଶବ୍ଦ ରେ ଚେତାବନୀ ଦେଇ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଉଛି । କରୋନା  ପରିସ୍ଥିତି ରେ ଲୋକେ ଖାଇବା ପାଇଁ ପାଉନଥିବା ସମୟରେ ଟାଟା ପାଓ୍ବାର ବକେୟା ନଦେଲେ ସଂଯୋଗ ବିଛିନ୍ନ କରିଦେଉଛି। ଯାହାଦ୍ବାରା ବର୍ତ୍ତମାନ ଗରିବ ଲୋକେ ସବୁଠାରୁ ବେଶି ଅସୁବିଧାର ଶିକାର ହେଉଛନ୍ତି। ପିଲାମାନଙ୍କ ପରୀକ୍ଷା ଚାଲିଥିବା ବେଲେ ଟାଟା ପାଓ୍ବାର ର ବିଜୁଲି ସଂଯୋଗ ବିଛିନ୍ନ କରିବା ପିଲାମାନଙ୍କୁ ପାଠପଢା ରେ ଅନ୍ତରାୟ ସ୍ରୁଷ୍ଟି କରୁଛି। ସେଥିପାଇଁ ମହାମାରୀ କରୋନା ର କୁପ୍ରଭାବ କୁ ଦୃଷ୍ଟି ରେ ରଖି ସମସ୍ତ ଗରିବ ଲୋକଙ୍କ  ବକେୟା ପାଉଣା କୁ ମାସିକିଆ କିସ୍ତି ଆକାର ରେ ପୈଠ ବା ପରିଶୋଧ କରିବା ପାଇଁ ସୁଯୋଗ ଦିଆଯିବ ସହ ଗରିବ ଲୋକଙ୍କ ବକେୟା ପାଉଣା କୁ ସମ୍ପୂର୍ଣ୍ଣ

ଛାଡ଼ କରିବା  ଦିଗରେ ଜିଲ୍ଲାପାଳଙ୍କୁ ହସ୍ତକ୍ଷେପ କରିବା ପାଇଁ ପଶ୍ଚିମାଞ୍ଚଳ ଏକତା ମଂଚ ଅନୁରୋଧ କରିଥିଲା।  ପଶ୍ଚିମାଞ୍ଚଲ୍ ଏକ୍'ତା ମଞ୍ଚ  ଦାବୀ କରିଛି ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ବର୍ଷବ୍ୟାପୀ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଶିବିର ଆୟୋଜନ କରି ବିବାଦୀୟ ଓ ତ୍ରୁଟିପୂର୍ଣ୍ଣ ବିଲ ଗୁଡିକର ସମାଧାନ କରିବାକୁ ମଂଚ ଦାବି କରିଛି। ହୀରାକୁଦ ନଦୀବନ୍ଧ ଠୁଁ ଆରମ୍ଭ କରି ପରବର୍ତ୍ତୀ ସମୟରେ ରାଜ୍ୟରେ ପ୍ରତିଷ୍ଠା ହୋଇଥିବା ଅନ୍ୟାନ୍ୟ ଜଳବିଦ୍ୟୁତ ପ୍ରକଳ୍ପ ଓ ବର୍ତ୍ତମାନ ରାଜ୍ୟ ରେ ଗଢି ଉଠିଥିବା ଅନ୍ୟାନ୍ୟ ତାପଜ ବିଦ୍ୟୁତ ପ୍ରକଳ୍ପ ଗୁଡିକରେ ପଶ୍ଚିମାଞ୍ଚଳବାସୀ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ବିଭିନ୍ନ ବିଦ୍ୟୁତ ପ୍ରକଳ୍ପ ପାଇଁ ପଶ୍ଚିମାଞ୍ଚଳବାସୀ ଭୂମିହରା, ବାସହରା ହୋଇଛନ୍ତି । ପଶ୍ଚିମାଞ୍ଚଳ ର ଖଣି ରୁ ବାହାରୁଥିବା କୋଇଲା ରୁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଲକ୍ଷ ଲକ୍ଷ କୋଟି ଟଙ୍କା ର ରାଜସ୍ୱ ଆଦାୟ କରୁଛନ୍ତି । ପଶ୍ଚିମାଞ୍ଚଳବାସୀ ଧୂଆଁ, ଧୁଳି ଖାଇ ଗରମ ସହି ଜଳ ପ୍ରଦୂଷଣ, ବାୟୁ ପ୍ରଦୂଷଣ ର ଶିକାର ହେଉଛନ୍ତି । ସମସ୍ତ ପ୍ରକାର ତ୍ୟାଗ ଓ ବଳିଦାନ ସତ୍ତ୍ୱେ ଅଞ୍ଚଳବାସୀ ଙ୍କୁ ବିଭାଗୀୟ ନିଯୁକ୍ତି ରେ ମିଳୁନାହିଁ କୌଣସିବକେୟା ପାଉଣା କୁ ସମ୍ପୂର୍ଣ୍ଣ ଛାଡ଼ କରିବା  ଯୁବକ ଯୁବତୀ ରହିଛନ୍ତି । କିନ୍ତୁ, ବିଭାଗର କୌଣସି ନିଯୁକ୍ତି ରେ ପଶ୍ଚିମାଞ୍ଚଳ ର ଯୁବକ ଯୁବତୀ ମାନଙ୍କୁ କୌଣସି ପ୍ରକାର ଅଗ୍ରାଧିକାର ଦିଆ ଯାଉ ନାହିଁ ।ଏଣୁ, ପଶ୍ଚିମାଞ୍ଚଲ୍ ଏକ୍'ତା ମଞ୍ଚ ବିଭାଗର ସମସ୍ତ ପ୍ରକାର ନିଯୁକ୍ତି ରେ ସ୍ଥାନୀୟ ଯୁବକ ଯୁବତୀ ଙ୍କୁ ଅଗ୍ରାଧିକାର ଦିଆଯିବା ଦିଗରେ ପଦକ୍ଷେପ ନେବାକୁ ମଂଚ ଜିଲ୍ଲାପାଳଙ୍କ ଠାରେ ଦାବି କରିଛି। 
     ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ଙ୍କ ନେତୃତ୍ୱରେ ମୁଖ୍ୟ ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ ଡା.ପ୍ରମୋଦ କୁମାର ରଥ ଆବାହକ ଭବାନୀଶ ଭୋଇ, କାନ୍ତି ମେହେର, ଅନ୍ନପୂର୍ଣ୍ଣା ବାରିକ, ପୁଷ୍ପାଞ୍ଜଳି ଜେନା, ରୁନୁ ପ୍ରଧାନ, ଅରୁନ୍ଧତୀ ପାତ୍ର, ବିଦ୍ୟୁତପ୍ରଭା ଯୋଶୀ, ସଂଯୁକ୍ତା ଆଚାର୍ଯ୍ୟ, ସେଫାଲି ସେଠି, ବୀଣାପାଣି ଦାଶ, ପ୍ରଭାସିନୀ ଦାଶ, ସୁରମା ପୋଢ଼, ମୁକେଶ ଜରିୱାଲ, କୃଷ୍ଣ ଚନ୍ଦ୍ର ଦାସ, ପ୍ରସନ୍ନ କୁମାର ବିଶ୍ୱାଳ, ମନୋଜ କୁମାର ପଟ୍ଟନାୟକ, ଜିତେଶ ପାଣିଗ୍ରାହୀ, ଗିରିଧର ବାରିକ, ସନ୍ତୋଷ କୁମାର ସାମଲ, ଜ୍ୟୋତି ରଞ୍ଜନ ବେହେରା, ରାକେଶ ଓଝା,  ହୀରାକୁଦ ବିକାଶ ପରିଷଦ ର ଫିଲିପ୍ସ କୁମାର, ଆଦେଶ ରାଓଙ୍କ ସହିତ ଶତାଧିକ ଲୋକ  ଆନ୍ଦୋଳନ ରେ ସାମିଲ ହୋଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୟଣାଚୋରି ସାହିତ୍ୟ ଆସର -୨୦୨୪                             ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ଼ ସାରସ୍ୱତ ସମାରୋହ      25-Apr-2024
  ଜିଲ୍ଲା  
କାନ୍ଥରେ ସିମିତ ଗାଁ କଲ୍ୟାଣ ସମିତି - ସୁଧୁରୁନି ପରିମଳ ବ୍ୟବସ୍ଥା - ଗାଁ ଗଣ୍ଡାରେ କୁଢ଼ କୁଢ଼ ଆର୍ବଜନା   25-Apr-2024
  ଜିଲ୍ଲା  
ଖଣିଜ ସମ୍ପଦ ରେ ଓଡ଼ିଶା ଭରପୁର ହେଲେ ଗରିବୀ କେବେ ହେଉନି ଦୂର । ଷଷ୍ଠ ଥର ନୁହେଁ ଏଥର ଗଢ଼ିବ ଓଡ଼ିଶାରେ ବିଜେପି ସରକାର*   25-Apr-2024
  ରାଜନୀତି  
ଟିଟିଲାଗଡରେ ବିଜେପିନେତା ଅଶୋକ ଦୋରାଙ୍କୁ ଦୁର୍ବ୍ୟବହାର ଓ ହତ୍ୟାଧମକ,  ନିର୍ବାଚନକମିଶନଙ୍କ ପାଖରେ ଫେରାଦହେଲେ ବିଜେପି ପ୍ରାର୍ଥି   25-Apr-2024
  ଜିଲ୍ଲା  
ଵିଜୁଯୁବ  ଛାତ୍ର ଜନତାଦଳର  ସଭାରେ ବିରୋଧିଙ୍କ ପ୍ରଶ୍ନର ଉତ୍ତରଦେଲେ କଲିକେଶ।   25-Apr-2024
  ଜିଲ୍ଲା  
ବଲାଙ୍ଗୀରରେ ନିର୍ବାଚନୀପ୍ରଚାର, ଚା’ ଖଟିରେ ଅନଙ୍ଗଉଦୟ   25-Apr-2024
  ଜିଲ୍ଲା  
ଅଂଶୁଘାତ ପ୍ରତି ସଚେତନତା କାର୍ଯ୍ୟକ୍ରମ   24-Apr-2024
  ରାଜନୀତି  
ବିଜେପି ର ମିଶ୍ରଣ ପର୍ବ ଓ କାର୍ଯ୍ୟକର୍ତ୍ତା ସମ୍ମିଳନୀ   25-Apr-2024
  ଜିଲ୍ଲା  
କଣ୍ଟାମାଳ ଥାନାର ପାଢେଲ ଦ୍ୟାମ ନିକଟରେ ଯବାନ ମାଓବାଦୀ ଜବାନ ଙ୍କ ମଧ୍ୟରେ ଗୁଳି ବିନିମୟ ଜାରି   25-Apr-2024
  ଜିଲ୍ଲା  
ଅଂଶୁଘାତ ସଚେତନ କର୍ମଶାଳା   25-Apr-2024
  ଜିଲ୍ଲା  
ଦଳଛାଡିଲେ ପିସିସି ସାଧାରଣସଂପାଦକ ବିଧୁଭୂଷଣ.. ନରସିଂହ,ଶରତ ଓ ଭକ୍ତଙ୍କ ମନମାନୀ କାରଣରୁ କଂଗ୍ରେସ ତଳିତଳାନ୍ତ ହୋଇଛି-ବିଧୁ    25-Apr-2024
  ଜିଲ୍ଲା  
ଭିନ୍ନକ୍ଷମ ମହିଳାଙ୍କ ଭରସାରେ ତିନି ଝିଅ   25-Apr-2024

You Might Also Like