-+91-9937148622 |
prerana_bgr@rediffmail.com |
Thursday 28th March 2024 |
R.N.I. Regd No. ODIODI/2010/46693
Breaking News
14-Mar-2022
ପଦ୍ମପୁର //ସମୁଦାୟ ୧୧ ଟି ୱାର୍ଡ କୁ ନେଇ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠିତ । ନିର୍ବାଚନ ଯେତିକି ପାଖେଇ ଆସୁଛି ଜନସାଧାରଣ ଙ୍କ ଉତ୍କଣ୍ଠା ସେତେ ବଢ଼ିବାରେ ଲାଗିଛି ।ଆଜି ଥିଲା ନାମାଙ୍କନ ପତ୍ର ପ୍ରତ୍ୟାହାର ର ଶେଷ ଦିବସ ।ଏପରିପ୍ରେକ୍ଷୀରେ ଆଜି ୧ ନଂ ୱାର୍ଡ ର ବିଜେପି ଦଳ ର ପ୍ରାର୍ଥୀ ତାଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଥିବାବେଳେ,୪ ନଂ ୱାର୍ଡ ର ବିଜେପି ପ୍ରାର୍ଥୀ ମଧ୍ୟ ତାଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଛନ୍ତି । ୨ ନଂ ୱାର୍ଡ ରେ ତିନି ଜଣ ସ୍ୱାଧିନ ପ୍ରାର୍ଥୀ ଭାବେ ୱାର୍ଡ଼ ମେମ୍ବର ପଦବୀ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ।ହେଲେ ଆଜି ତାଙ୍କ ମଧ୍ୟରୁ ଜଣେ ସ୍ୱାଧିନ ପ୍ରାର୍ଥୀ ମଧ୍ୟ ତାଙ୍କ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଛନ୍ତି ବୋଲି ସୂଚନା ମିଳିଛି