-+91-9937148622 |

prerana_bgr@rediffmail.com |

  Friday 29th March 2024 |

| | | |

R.N.I. Regd No. ODIODI/2010/46693

Breaking News

ଛତିକୁଡ଼ା ରୁ ନର୍ଲା ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ର ଅଭିଯୋଗ ତଦନ୍ତ ଦାବି   (29-Mar-2024)       ||      ନର୍ଲା କଂଗ୍ରେସ କୁ ଭକ୍ତ କରିବେ କି ବିଭକ୍ତ ?   (29-Mar-2024)       ||      ନିଖୋଜ ନାବାଳକ କୁ ରେଲୱେ ଟ୍ରାକ ରୁ ଉଦ୍ଧାର କଲା ସୋନପୁର ପୋଲିସ୍   (29-Mar-2024)       ||      ୧୯୭୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ    (29-Mar-2024)       ||      ଖଟଖଟିଆ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକୋତ୍ସବ,   (29-Mar-2024)       ||      ସ୍ବାମୀର ଠେଙ୍ଗା ମାଡରେ ପତ୍ନୀ ମୃତ, ସ୍ବାମୀ ଅଟକ    (28-Mar-2024)       ||      ହାତ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂଭୋଇ    (28-Mar-2024)       ||      ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଙ୍କୁ ସୁବର୍ଣ୍ଣପୁର ଠାରେ ବିପୁଳ ସମ୍ବର୍ଦ୍ଧନା*- ମା ସୁରେଶ୍ଵରୀ ଙ୍କ ଆଶୀର୍ବାଦ ନେଇ ଆରମ୍ଭ କଲେ ପରିବାର ସମ୍ପର୍କ ଅଭିଯାନ   (28-Mar-2024)       ||      ପୋଲିଂ ଅଧିକାରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଜନିତ ସତ୍ୟତା ସମ୍ବନ୍ଧେ ଡାକ୍ତରୀ ପରୀକ୍ଷା   (28-Mar-2024)       ||      ନିର୍ବାଚନ ଉପଲକ୍ଷେ ଗଠନ ହୋଇଛି ଏମସିଏମସି ସେଲ    (28-Mar-2024)       ||      ବୌଦ୍ଧ : କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗାଁ ପରିଦର୍ଶନ କଲେ ବୌଦ୍ଧ ଜିଲାପାଳ    (28-Mar-2024)       ||      ଭାଲୁ ଆକ୍ରମଣ ରେ ଯୁବକ ଗୁରୁତ୍ୱର   (28-Mar-2024)       ||      ଚିକିଲି ଗ୍ରାମରେ ସମ୍ପୂର୍ଣ ଆଦିବାସୀ ପରମ୍ପରାରେ ନିଆରା ଢଙ୍ଗରେ ଶିବରାତ୍ରି ପାଳିତ   (28-Mar-2024)       ||      କଣ୍ଟାମାଳରେ ୧୦୮ ହନୁମାନ ଚାଳିଶା ଓ ଶୁଭସ୍ତମ୍ଭ ସ୍ଥାପନ    (27-Mar-2024)       ||      ନାଟ୍ୟ ଅନୁଷ୍ଠାନ ଅନ୍ୱେଷଣ ତରଫରୁ ବିଶ୍ଵ ନାଟ୍ୟ ଦିବସ ପାଳିତ , ନାଟକ ଆଜିର ସମୟର ଅପରିହାର୍ଯ୍ଯ ଆବଶ୍ୟକତା।   (27-Mar-2024)       ||      କଣ୍ଟାମାଳ ପାଇଁ ମହୀଧର ରଣା ବିଜେଡି ପ୍ରାର୍ଥୀ ଘୋଷିତ   (27-Mar-2024)       ||      ଇଣ୍ଟରନ୍ୟାସନାଲ ଥିଏଟର କଣ୍ଟାମାଳ ଶାଖାର ବିଶ୍ୱନାଟ୍ୟ ଦିବସ   (27-Mar-2024)       ||      ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ - ଆସନ୍ତା ସାଧାରଣ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା I   (27-Mar-2024)       ||      ପଞ୍ଚସଖା ଗଳି ରେ ହରିହର ଭେଟ ଓ ହୋଲି ଉତ୍ସବ ପାଳନ    (27-Mar-2024)       ||      ମର୍ମନ୍ତୁଦ ସଡ଼କ ଦୃଘଟଣା,  ସରକାରୀ ବସ ଚକା ତଳେ ୨ ବନ୍ଧୁ ଙ୍କ ମୃତ୍ୟୁ      (27-Mar-2024)       ||     

HOME   ରାଜନୀତି

ପୌର ନିର୍ବାଚନ ସଂପର୍କିତ ଆଦର୍ଶ ଆଚରଣ ବିଧିର ଅନୁପାଳନ ଉପରେ ରାଜନୈତିକ ଦଳମାନଙ୍କ ସହ ବଲାଙ୍ଗୀର ଜିଲ୍ଲାପାଳ ଙ୍କ ବୈଠକ

10-Mar-2022



ବଲାଙ୍ଗିର //ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷଠାରେ ବଲାଙ୍ଗିର ଜିଲ୍ଲାରେ ପୌର ନିର୍ବାଚନ ସଂପର୍କିତ ଆଦର୍ଶ ଆଚରଣ ବିଧିର ଅନୁପାଳନ ଉପରେ ରାଜନୈତିକ ଦଳମାନଙ୍କ ସହ ଜିଲ୍ଲାପାଳ ଚଂଚଳ ରାଣାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା  । ଏହି ବୈଠକରେ ପୌର ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ଏବଂ ନିର୍ବାଚନ ସଂପର୍କିତ ଆଦର୍ଶ ଆଚରଣ ବିଧିର ସଠିକ୍‌ ଅନୁପାଳନ ଉପରେ ସମସ୍ତ ରାଜନୈତିକ ଦଳ ତଥା ପ୍ରାର୍ଥୀମାନେ ଉପଯୁକ୍ତ ଧ୍ୟାନ ଦେବାକୁ ଜିଲ୍ଲାପାଳ ଶ୍ରୀ ରାଣା ପରାମର୍ଶ ଦେଇଥିଲେ । ପ୍ରଚାର ତଥା ଶୋଭାଯାତ୍ରା ସମୟରେ ହସପିଟାଲ କିମ୍ବା ସ୍ୱାସ୍ଥ୍ୟକେନ୍ଦ୍ର, ପାଠପଢ଼ା କିମ୍ବା ପରୀକ୍ଷା ସମୟରେ ବିଦ୍ୟାଳୟ ଗୁଡ଼ିକରେ ଯେପରି ବ୍ୟାଘାତ ନହୁଏ ସେଥିପ୍ରତି ରାଜନୈତିକ ଦଳମାନେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ।

ସାଧାରଣ ପର୍ୟ୍ୟବେକ୍ଷକ ଶ୍ରୀ ଗଂଗାଧର ନାୟକ ପୌର ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ଦିଗରେ ସମସ୍ତ ରାଜନୈତିକ ଦଳ ଗୁଡ଼ିକ ସହଯୋଗ କରିବା ସହ ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରଦତ୍ତ ଆଦର୍ଶ ଆଚରଣ ବିଧିର ସଠିକ୍‌ ଅନୁପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ । ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର ଆଦର୍ଶ ଆଚରଣ ବିଧିକୁ ପାଳନ କରିବା ତଥା ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ଦିଗରେ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଅତିରିକ୍ତ ପିଡ଼ି (ପ୍ରଶାସନ) ଡ.ଗୁଣନିଧି ନାୟକ ବଲାଙ୍ଗିର ଜିଲ୍ଲାରେ ପୌର ନିର୍ବାଚନ ସଂପର୍କିତ ସମସ୍ତ ତଥ୍ୟ ଉପସ୍ଥାପନ କରିବା ସହ ପୌର ନିର୍ବାଚନ ସଂପର୍କିତ ଆଦର୍ଶ ଆଚରଣ ବିଧିର ସମସ୍ତ ଦିଗ ଉପରେ ଉପସ୍ଥିତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଅବଗତ କରିଥିଲେ । ସଭା ଓ ଶୋଭାଯାତ୍ରା, ପ୍ରଚାର ଭୋଟଗ୍ରହଣ ଦିନ ଭୋଟ ଗ୍ରହଣ କେନ୍ଦ୍ର ପାଇଁ ରହିଥିବା ନିୟମାବଳୀ, ଲାଉଡ଼୍‌ ସ୍ପିକର୍‌ର ବ୍ୟବହାର ପାଇଁ ଥିବା ନିୟମାବଳୀ, ଯାନବାହାନ ବ୍ୟବହାର, ନିର୍ବାଚନ ଖର୍ଚ୍ଚ ଆଦି ସଂପର୍କରେ ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରଦତ୍ତ ନିୟମାବଳୀ ସଂପର୍କରେ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ବୈଠକରେ ଅବଗତ କରାଇଥିଲେ ।

ଏହି ବୈଠକରେ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ସାଧାରଣ ପର୍ୟ୍ୟବେକ୍ଷକ ଗଂଗାଧର ନାୟକ, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର, ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ପିଡ଼ି ଡିଆର୍‌ଡିଏ ସୁଶାନ୍ତ କୁମାର ସିଂ, ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦର୍ଶନ ସାଏ, ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ବଲାଙ୍ଗିର ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ, ପାଟଣାଗଡ଼ ଉପଜିଲ୍ଲାପାଳ ଡ.ବିଜୟାନନ୍ଦ ସେଠୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲୀପ କୁମାର ପଟେଲ, ସମସ୍ତ ନିର୍ବାଚନ ଅଧିକାରୀ, ପୌର ପରିଷଦ ଓ ଏନ୍‌ଏସି.ର ନିର୍ବାହୀ ଅଧିକାରୀଙ୍କ ସମେତ ଭାରତୀୟ ଜାତୀୟ କଂଗ୍ରେସ, ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି, ଆମ୍‌ ଆଦମୀ ପାର୍ଟି, ବହୁଜନ ସମାଜ ପାର୍ଟି ଓ ଭିଲେଜର୍ସ ଇଣ୍ଡିଆ ପାର୍ଟି ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଛତିକୁଡ଼ା ରୁ ନର୍ଲା ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ର ଅଭିଯୋଗ ତଦନ୍ତ ଦାବି   29-Mar-2024
  ଜିଲ୍ଲା  
ନର୍ଲା କଂଗ୍ରେସ କୁ ଭକ୍ତ କରିବେ କି ବିଭକ୍ତ ?   29-Mar-2024
  ଜିଲ୍ଲା  
ନିଖୋଜ ନାବାଳକ କୁ ରେଲୱେ ଟ୍ରାକ ରୁ ଉଦ୍ଧାର କଲା ସୋନପୁର ପୋଲିସ୍   29-Mar-2024
  ଜିଲ୍ଲା  
୧୯୭୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ   29-Mar-2024
  ଜିଲ୍ଲା  
ଖଟଖଟିଆ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକୋତ୍ସବ,   29-Mar-2024
  ଜିଲ୍ଲା  
ସ୍ବାମୀର ଠେଙ୍ଗା ମାଡରେ ପତ୍ନୀ ମୃତ, ସ୍ବାମୀ ଅଟକ    28-Mar-2024
  ରାଜନୀତି  
ହାତ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂଭୋଇ   28-Mar-2024
  ଜିଲ୍ଲା  
ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଙ୍କୁ ସୁବର୍ଣ୍ଣପୁର ଠାରେ ବିପୁଳ ସମ୍ବର୍ଦ୍ଧନା*- ମା ସୁରେଶ୍ଵରୀ ଙ୍କ ଆଶୀର୍ବାଦ ନେଇ ଆରମ୍ଭ କଲେ ପରିବାର ସମ୍ପର୍କ ଅଭିଯାନ   28-Mar-2024
  ଜିଲ୍ଲା  
ପୋଲିଂ ଅଧିକାରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଜନିତ ସତ୍ୟତା ସମ୍ବନ୍ଧେ ଡାକ୍ତରୀ ପରୀକ୍ଷା   28-Mar-2024
  ରାଜନୀତି  
ନିର୍ବାଚନ ଉପଲକ୍ଷେ ଗଠନ ହୋଇଛି ଏମସିଏମସି ସେଲ   28-Mar-2024
  ଜିଲ୍ଲା  
ବୌଦ୍ଧ : କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗାଁ ପରିଦର୍ଶନ କଲେ ବୌଦ୍ଧ ଜିଲାପାଳ   28-Mar-2024
  ଜିଲ୍ଲା  
ଭାଲୁ ଆକ୍ରମଣ ରେ ଯୁବକ ଗୁରୁତ୍ୱର   28-Mar-2024

You Might Also Like