-+91-9937148622 |

prerana_bgr@rediffmail.com |

  Thursday 25th April 2024 |

| | | |

R.N.I. Regd No. ODIODI/2010/46693

Breaking News

ଭିନ୍ୟକ୍ଷମ ମହିଳା ଙ୍କ ଭରସାରେ ତିନି ଝିଅ   (25-Apr-2024)       ||      ହାଇମାଷ୍ଟ ଲାଇଟ ଅଚଳ, ମରାମତି ପାଇଁ ଦାବି - ବୀରମହାରାଜପୁର ମୁଖ୍ୟ ଛକ ଅନ୍ଧାର   (25-Apr-2024)       ||      ପୌରାଞ୍ଚଳରେ ସମରେନ୍ଦ୍ର - ନରସିଂହଙ୍କ ଜୋରଦାର ନିର୍ବାଚନ ପ୍ରଚାର ବିକାଶ କୁ ଚୋରି କରିଥିବା ନେତାଙ୍କୁ ନିର୍ବାଚନରେ ଜବାବ ଦିଅନ୍ତୁ ଲୋକେ - ସମରେନ୍ଦ୍ର   (24-Apr-2024)       ||      ବିଦ୍ୟାଳୟରେ ଗ୍ରୀଷ୍ମ ଅବକାଶକାଳୀନ ପ୍ରସ୍ତୁତି....   (24-Apr-2024)       ||      ବହଳପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ   (24-Apr-2024)       ||      ହଳଦୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ   (24-Apr-2024)       ||      ସିନ୍ଧେକେଲାର ଯୁବ ସାମ୍ବାଦିକ ତଥା ବଣିକ ସଂଘର ସହ ସମ୍ପାଦକ ଙ୍କ ପିତୃ ବିୟୋଗ    (24-Apr-2024)       ||      ମରଣ ଯନ୍ତା ପାଲଟିଛି ବାଇପାସ୍ ରାସ୍ତା ,  ବିଭାଗୀୟ ଅଧିକାରୀ ଅନ୍ୟ ବାଭାଗ ଅଧିକାରୀ ଙ୍କୁ ଦୋଷା ରୋପ କରିବାରେ ବ୍ୟସ୍ତ     (24-Apr-2024)       ||      ୫୫0 କୁଣହାଁ (କିସାନ ମିର୍ଦ୍ଧା ଓରାମ) ସମାଜର  ବାର୍ଷିକ ଉତ୍ସବ    (24-Apr-2024)       ||      ବିଜେଡ଼ି ଦଳୀୟ ପ୍ରାର୍ଥୀ ରୂପେ ଆଧିରାଜ ମୋହନ ପାଣିଗ୍ରାହୀଙ୍କ ନାମାଙ୍କନ ପାତ୍ର ଦାଖଲ,   (24-Apr-2024)       ||      ଦାଦନ ଶ୍ରମିକ ଙ୍କ ଅଂଶୁଘାତ ରେ ଶୋଚନୀୟ ମୃତ୍ୟୁ,ଚାରୋଟି ଅସହାୟ ଛୋଟ ସନ୍ତାନ ଙ୍କୁ ସହାୟତା ଦାବି   (24-Apr-2024)       ||      ନୂଆପଡ଼ା ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ସଚେତନ ପଦଯାତ୍ରା, ନିର୍ବାଚନ ମହା ପର୍ବ ରେ ସାମିଲ ହୋଇ ନିଜ ମତ ସାବ୍ୟସ୍ତ ପାଇଁ ଆହ୍ବାନ   (24-Apr-2024)       ||      ପଲଶାଗୋରା କଲେଜ ରେ ଭୋଟର ସଚେତନତା ଶିବିର   (24-Apr-2024)       ||      ଓଡିଶା ରାଜ୍ୟ ଉଷୁ  କ୍ୟାମ୍ପ ଅନୁଷ୍ଠିତ ହଇଯାଇଛି    (24-Apr-2024)       ||      କାମରେ ଆସୁନି ୩୮ କୋଟି ର ମେଗା ପାନୀୟଜଳ ପ୍ରୋଜେକ୍ଟ   ପିଇବା ପାଣି ପାଇଁ ୨୫ ଖଣ୍ଡ ଗାଁ ର ଲୋକେ ହନ୍ତସନ୍ତ    (24-Apr-2024)       ||      ଚିଲିକା ନିର୍ବାଚନ ମଣ୍ଡଳୀରେ ଵି ଜେ ଡି ର ଶୋଭାଯାତ୍ରା   (24-Apr-2024)       ||      ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ ପଟ୍ଟନାୟକ । ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ କରିବେ ସମାବେଶ ।   (24-Apr-2024)       ||      ତରଭା ଏନ ଏ ସି କୁ ମୁନସିପାଲଟିକରିବା ମୋର ନିର୍ବାଚନୀ ପ୍ରତିଶୃତି : ନିରଞ୍ଜନ ପୂଜାରୀ    (24-Apr-2024)       ||      ଦ୍ବିତୀୟ ପର୍ଯ୍ୟାୟ ବୃତ୍ତିଗତ ବିକାଶ ତାଲିମ ଶିବିର ଅନୁଷ୍ଠିତ,୧୦୦ରୁ ଉର୍ଦ୍ଧ ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ଙ୍କ ଅଂଶ ଗ୍ରହଣ   (24-Apr-2024)       ||      ରୁଷୁଡା ଓ ଚିଞ୍ଜେଡ ଗ୍ରାମପଞ୍ଚାୟତରେ ବିଜେଡିର ଜୋରଦାର ପ୍ରଚାର, ମିଶ୍ରଣ ପର୍ବ ଅନୁଷ୍ଠିତ   (24-Apr-2024)       ||     

HOME   ଅପରାଧ

ମମିତା ମର୍ଡର ରହସ୍ୟ : ହତ୍ୟାର କାରଣ ଏବେ ବି ଅସ୍ପଷ୍ଟ, ନଦୀ ମଝିରେ ଘର କରି କୁମ୍ଭୀର ସଙ୍ଗରେ ବାଦ ର କାରଣ କଣ ?

27-Feb-2022



ବଲାଙ୍ଗିର / ଗତକାଲି ବଙ୍ଗୋମୁଣ୍ଡା ଜେଏମଏଫସିଙ୍କ କୋର୍ଟରେ ମମିତାମେହେର ହତ୍ୟା ମାମଲାର ଦୁଇ ଅଭିଯୁକ୍ତଙ୍କୁ ଚାର୍ଜସିଟ୍ ଦାଖଲ ପରେ କମିଟମେଣ୍ଟ୍ ପାଇଁ ହାଜର କରାଯାଇଥିଲା । ଏହାପରେ କଣ୍ଟାବାଞ୍ଜି ଜେଏମଏଫସିଙ୍କ କୋର୍ଟରେ ଏହାର ବିଚାର ଆରମ୍ଭ ହେବ । ପ୍ରାୟ ୨୦୦୦ ଫର୍ଦ୍ଦର ଏହି ପୁଲିସ୍ ପେପର୍ ର ପାଖାପାଖି ୩୦୦ ଫର୍ଦ୍ଦ ଅଭିଯୁକ୍ତର ଓକିଲଙ୍କୁ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି । ତେବେ ଏହି ଅଭିଯୋଗଫର୍ଦ୍ଦରେ ଥିବା କେତେକ ସାକ୍ଷୀଙ୍କ ବୟାନ ଓ ବିଷୟ ଆଜି ମିଡିଆରେ ପ୍ରକାଶ ପାଇଛି । ତେଣୁ ରାଜ୍ୟବ୍ୟାପି ପ୍ରବଳ ଆଲୋଡନ ଓ ରାଜନୈତିକ  ପ୍ରତିକ୍ରିୟା ପ୍ରକାଶ ପାଇଥିବା ଏହି ବହୁଚର୍ଚ୍ଚିତ ଜଘନ୍ୟ ହତ୍ୟାକାଣ୍ଡଟି ପୁଣିଥରେ ଚର୍ଚ୍ଚାର ବିଷୟ ହୋଇଛି । 

ଆଉଥରେ ଉଲ୍ଲେଖ ନିଷ୍ପ୍ରୟୋଜନ ଯେ , ବଲାଙ୍ଗୀର ଜିଲ୍ଲାର ତୁରେକେଲା ଥାନାନ୍ତର୍ଗତ ଝରଣୀ ଗ୍ରାମର ମମିତା ମେହେର ପଡୋଶୀ କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ କଲେଜ ସଂଲଗ୍ନ ସନସାଇନ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ଥିଲେ । ସେ ଏହି ସ୍କୁଲର ଉଆଡେନ୍ ଭାବେ ମଧ୍ୟ ରହିଥିଲେ  । ସେ ସେଠାରେ ହଷ୍ଟେଲରେ କଲେଜର ଛାତ୍ରୀ ଓ କର୍ମଚାରୀଙ୍କ ସହ ରହୁଥିଲେ । ତେବେ ଏହି ମହାଲିଙ୍ଗ ସାଇନସ କଲେଜର ମୁଖ୍ୟ ଉଦ୍ୟୋକ୍ତା ତଥା ପରିଚାଳନା କମିଟି ସଭାପତି ଏବଂ ସନସାଇନ ସ୍କୁଲ ମାଲିକ ମହାଲିଙ୍ଗର ଜଣେ ଶିକ୍ଷାବେପାରୀ ଓ ଠିକାଦାର ଗୋବିନ୍ଦ ସାହୁଙ୍କ ସହ ତାଙ୍କର ପରେ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା ।  ଅଭିଯୋଗ ଅନୁଯାୟୀ , ଗୋବିନ୍ଦ ସାହୁର ଏହି ସ୍କୁଲ ବା କଲେଜର କେତେକ ଛାତ୍ରୀ , ଶିକ୍ଷୟିତ୍ରୀ ଓ ମହିଳା କର୍ମଚାରୀଙ୍କ ସହ ଅବୈଧ ସମ୍ପର୍କ ରହିଥିବା କଥାକୁ ମମିତା ଘୋର ବିରୋଧ କରିଥିଲେ । ଏପରିକି ତାଙ୍କ ପାଖରେ ଜଣେ ଛାତ୍ରୀଙ୍କ ସହ ଗୋବିନ୍ଦର ଅନ୍ତରଙ୍ଗ ସମ୍ପର୍କର ଭିଡିଓକୁ ସେ ଭାଇରାଲ୍ କରିଦେବାକୁ ଧମକ ଦେବା ସହ କେତେକଙ୍କ ନିକଟକୁ ପଠାଇ ଦେଇଥିଲେ । ଏହାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଝଗଡା ତୀବ୍ର ହୋଇଉଠିଲା । ଉଭୟେ ଉଭୟଙ୍କୁ ଖୋଲା ଧମକ ଦେଇଥିଲେ । ମମିତା ଗୋବିନ୍ଦକୁ ' ତୋତେ ବରବାଦ୍ କରିଦେବି ' କହିଥିଲାବେଳେ , ଗୋବିନ୍ଦ ମମିତାଙ୍କୁ ' ତୋତେ ହଜାଇ ଦେବି ' ଇତ୍ୟାଦି କହିଥିବା ଉକ୍ତ ଚାର୍ଜସିଟ୍ ରେ ରହିଥିବା ପ୍ରକାଶ । ଏହାପରେ ଗତବର୍ଷ ସେପ୍ଟେମ୍ବର ୨୨ ତାରିଖରେ ଗୋବିନ୍ଦ ଏକ ଗାଡିରେ ମମିତାଙ୍କୁ ତାଙ୍କ ଘରକୁ ପଠେଇଦେଇଥିଲେ । ମମିତା ଘରଲୋକଙ୍କୁ ଆଉ ମହାଲିଙ୍ଗ ଯିବିନାହିଁ ବୋଲି ବି କହୁଥିଲେ । କିନ୍ତୁ ଗତ ଅକ୍ଟୋବର ୮ ତାରିଖରେ ଗୋବିନ୍ଦର ଫୋନ୍ ପାଇ ମିଟିଂ ଥିବା କହି ମମିତା ଘରୁ ବସ୍ ଯୋଗେ ମହାଲିଙ୍ଗ ଯାଉଛି କହି ଯାଇ ଆଉ ଫେରିନଥିଲେ । ଚାନ୍ଦୋତରା ନିକଟରୁ ଗୋବିନ୍ଦ ତାଙ୍କୁ ନିଜ କାର୍ ରେ ବସାଇ ଭବାନୀପାଟଣାକୁ ନେବାପରେ ମହାଲିଙ୍ଗ ଫେରିବା ବାଟରେ କାର୍ ଭିତରେ ତଣ୍ଟିଚିପିଦେଇ ହତ୍ୟା କରି ମହାଲିଙ୍ଗ ହାଇସ୍କୁଲର ନିର୍ମାଣାଧୀନ ଷ୍ଟାଡିୟମ୍ ରେ ଜେସିବି ଲଗାଇ ଗାତ ଖୋଳି ପୋଡି ପୋତିଦେଇଥିଲା ।

 ମମିତା ନ ଫେରିବାରୁ ଓ ତାଙ୍କର କୌଣସି ଖୋଜ୍ ଖବର ନମିଳିବାରୁ ଘରଲୋକେ ବିଭିନ୍ନ ଥାନା ବୁଲି ଶେଷରେ ସିନ୍ଧେକେଲା ଥାନାରେ ଏତଲା ଦେଇଥିଲେ । ପୁଲିସ୍ ଗୋବିନ୍ଦକୁ ଥାନାକୁ ନେଇ ଟିଟିଲାଗଡ ନେଇ ଯାଇ ଥାନା ବାରାକ୍ ରେ ରଖିଲେ । ଗୋବିନ୍ଦ ଫେରାର୍ ହୋଇଯାଇଥିଲା । ଦୁଇଦିନପରେ ପୁଲିସ୍ ତାକୁ ଧରିଥିଲା । ହେଲେ ଇତିମଧ୍ୟରେ ସେ ମହାଲିଙ୍ଗ କଲେଜକୁ ଯାଇ ସନ୍ଦିଗ୍ଧ କୁହାଯାଉଥିବା ରୁମ୍ ନ୦ ୨୦ରେ ଲଗାଯାଇଥିବା ସିସିଟିଭି କଣ୍ଟ୍ରୋଲ୍ ସିଷ୍ଟମ୍ କୁ ଭାଙ୍ଗିଦେଇଥିବା ପ୍ରକାଶ । ଶେଷରେ ବଲାଙ୍ଗୀର ପୁଲିସ୍ ର ଜେରାରେ ଗୋବିନ୍ଦ ଅପରାଧ ସ୍ବୀକାର କରିଥିଲା । ପୁଲିସ୍ ମହାଲିଙ୍ଗ ଯାଇ ମମିତାଙ୍କର ପୋଡିଯାଇଥିବା ଶବର ଅବଶିଷ୍ଟାଂଶ ସହ କେତେକ ପ୍ରମାଣ ଜବତ କରିଥିଲେ । ସେ ମଧ୍ୟ ପୁଲିସ୍ କୁ  କେମିତି କେଉଁଠି ହତ୍ୟା କରି ପୋଡି ପୋତିଦେଇଥିଲା ଡେମୋନଷ୍ଟ୍ରେସନ୍ ଦେଖାଇଥିଲା । ପରେ ପୁଲିସ୍ ତାର କାର୍ ଡ୍ରାଇଭର ରାଧେଶ୍ଯାମ ଚଣ୍ଡୀକୁ ମଧ୍ୟ ସହଯୋଗୀ ଭାବରେ ଗିରଫ କରିଥିଲା  । ଗୋବିନ୍ଦ  ସ୍ଥାନୀୟ ବିଧାୟକ ତଥା ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କର ଘନିଷ୍ଠଲୋକଥିବାରୁ ଓ ମନ୍ତ୍ରୀଙ୍କର ଏହି କଲେଜ ପ୍ରତି ଅତ୍ୟନ୍ତ ଅନୁକମ୍ପା ରହିଥିବା ସହ ସେ ସେଠାକୁ ଘନଘନ ଯାଆଆସ କରୁଥିବାରୁ ସେ ମଧ୍ୟ ଏଠାରେ ଚାଲିଥିବା ସେକ୍ସରାକେଟ୍ ଓ ହତ୍ୟାକାଣ୍ଡରେ ଜଡିତ ଥିବା ଏବଂ ତାଙ୍କରି ପ୍ରଭାବରେ ପୁଲିସ୍ ଅଭିଯୁକ୍ତକୁ ଥାନାରୁ ତଥ୍ୟପ୍ରମାଣ ନଷ୍ଟ କରିବାକୁ ଜାଣିଶୁଣି ଫେରାର୍ କରାଇଥିବା ଇତ୍ୟାଦି ଅଭିଯୋଗ ପ୍ରକାଶ ପାଇ ରାଜ୍ୟର ରାଜନୀତିରେ ନିଆଁ ଲାଗିଯାଇଥିଲା ।

ତେବେ ଏହି ଚାର୍ଜସିଟ୍ ରେ ପୁଲିସ୍ ବହୁ ତଥ୍ୟପ୍ରମାଣ ଉଲ୍ଲେଖ କରି ନଥିବା ସହ କେବଳ ଗୋବିନ୍ଦ ସାହୁକୁ ଅଭିଯୁକ୍ତ କରି ଅନ୍ୟାନ୍ୟ କେତେକ ପ୍ରଭାବଶାଳୀ ବଡବଡିଆଙ୍କୁ ସୁରକ୍ଷା ଦେବାକୁ ଅପଚେଷ୍ଟା କରିଥିବା କୁହାଯାଉଛି ।ତେବେ ମିଡିଆ ଟ୍ରାଏଲ୍ ଘଟଣା ବଲାଙ୍ଗୀର ଜିଲ୍ଲାରେ ନୂଆ ନୁହେଁ । ଏହି ବହୁଚର୍ଚ୍ଚିତ ଜଘନ୍ୟ ହତ୍ୟାକାଣ୍ଡ ସହ କିଛିଦିନତଳର ସର୍ଗିପାଲି ଦଳିତ ଯୁବତୀ ସ୍ନେହଲତା ଛତ୍ରିଆ ଗଣଦୁଷ୍କର୍ମ ଓ ହତ୍ୟାମାମଲା ସହ ପାଟଣାଗଡ ପାର୍ଶଲବୋମା ଡବଲମର୍ଡର ମାମଲାରେ ମଧ୍ୟ ତଦନ୍ତକାରୀ କ୍ରାଇମବ୍ରାଞ୍ଚର ତଥ୍ୟ ଲିକ୍ ର ଫାଇଦାନେଇ ଅତିରଞ୍ଜିତ ଚିତ୍ରଣ କରି ପ୍ରକୃତଦୋଷୀଙ୍କୁ ଜନମାନସରୁ ଦୂରେଇ ରଖାଯାଇଆସିଛି । ଏଯାବତ୍ ବର୍ଷ ବର୍ଷ ଧରି ଏହି ବହୁଚର୍ଚ୍ଚିତ ଚାଞ୍ଚଲ୍ୟକର ନରହତ୍ୟାମାମଲାର ନା ଚାର୍ଜଫ୍ରେମ୍ ହେଲାଣି ନା ବିଚାର ପ୍ରକ୍ରିୟା ଆଗେଇ ପାରିଛି  !  ଏପରିକି ଏହି ମାମଲାରେ ମିଡିଆଟ୍ରାଏଲ୍ ବିରୋଧରେ ଅଦାଲତରେ ପ୍ରତିବାଦ ଆବେଦନ  ମଧ୍ୟ କରାଯାଇଛି । 

ତେବେ ଏଥିପାଇଁ କିଏ ଦାୟୀ ? ଖବର ପରିବେଷଣ ନିମନ୍ତେ ପ୍ରତିଯୋଗିତା ଚଳାଇଥିବା ଅତ୍ୟୁତ୍ସାହୀ ମିଡିଆ ପ୍ରତିନିଧିବନ୍ଧୁମାନେ ନା ବାହାବା' ନେବାକୁ ଅପାରଗ ତଦନ୍ତକାରୀ ପୁଲିସ୍ , କ୍ରାଇମବ୍ରାଞ୍ଚ , ଏପରିକି ସିବିଆଇ ବନାମ ରାଜନୈତିକ ପତିଆରା ପାଇଁ ସରକାର ନିଜେ  ? ରାଜ୍ୟର ନୟାଗଡ ପରୀକାଣ୍ଡ ପରି ଏହି ତିନୋଟି ବଡ ବଡ ଅପରାଧଘଟଣାରେ ଉଭୟ ତଦନ୍ତକାରୀ ଓ  ଗଣମାଧ୍ୟମର ତରବରିଆ ଆଇନ ବହିର୍ଭୂତ  ପରିବେଷଣ ମଧ୍ୟ ଦାୟୀ ହେବେ କି  ?

ସର୍ବୋପରି ମମିତା ମାମଲାରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ , ଗୋବିନ୍ଦ ସାହୁପରି ଜଣେ ବୁଢା ଗ୍ରାମୀଣ ଶିକ୍ଷା ବେପାରୀର ଚାରିତ୍ରିକ ଦୁର୍ବଳତାକୁ ତା'ରି ପାଖରେ ରହି , ଏକାକିନୀ ତା'ରି ସାଙ୍ଗରେ କାର୍ ରେ ଯାଇ କେଉଁ ଅଧିକାର ବା ସାହସବଳରେ ସେ ପ୍ରତ୍ୟକ୍ଷ ପ୍ରତିରୋଧ କରୁଥିଲେ  ? ଏଥିରେ ତାଙ୍କର କୌଣସି ବ୍ୟକ୍ତିଗତ ଆଗ୍ରହ ବା ସ୍ବାର୍ଥ ନିହିତ ଥିଲା କି  ? 

ଏବଂ ଅଭିଯୁକ୍ତ ଗୋବିନ୍ଦ ସାହୁର ଏହି ଅପରାଧର ଆମୂଳଚୂଳ ତଦନ୍ତ ନକରି  ତଦନ୍ତରିପୋର୍ଟକୁ ତିନିଭାଗ କରି କାହା ଚାପରେ ଓ କାହାକୁ ବଞ୍ଚାଇବାକୁ ପୁଲିସ୍ ଏଭଳି ଦୁର୍ବଳ ଅଭିଯୋଗଫର୍ଦ୍ଦ ପ୍ରସ୍ତୁତ କରି ଦାଖଲ କରିଛି ବୋଲି ଆଇନଜ୍ଞ ମହଲରେ ତର୍ଜମା କରାଯାଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭିନ୍ୟକ୍ଷମ ମହିଳା ଙ୍କ ଭରସାରେ ତିନି ଝିଅ   25-Apr-2024
  ଜିଲ୍ଲା  
ହାଇମାଷ୍ଟ ଲାଇଟ ଅଚଳ, ମରାମତି ପାଇଁ ଦାବି - ବୀରମହାରାଜପୁର ମୁଖ୍ୟ ଛକ ଅନ୍ଧାର   25-Apr-2024
  ଜିଲ୍ଲା  
ପୌରାଞ୍ଚଳରେ ସମରେନ୍ଦ୍ର - ନରସିଂହଙ୍କ ଜୋରଦାର ନିର୍ବାଚନ ପ୍ରଚାର ବିକାଶ କୁ ଚୋରି କରିଥିବା ନେତାଙ୍କୁ ନିର୍ବାଚନରେ ଜବାବ ଦିଅନ୍ତୁ ଲୋକେ - ସମରେନ୍ଦ୍ର   24-Apr-2024
  ଜିଲ୍ଲା  
ବିଦ୍ୟାଳୟରେ ଗ୍ରୀଷ୍ମ ଅବକାଶକାଳୀନ ପ୍ରସ୍ତୁତି....   24-Apr-2024
  ଜିଲ୍ଲା  
ବହଳପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ   24-Apr-2024
  ଜିଲ୍ଲା  
ହଳଦୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ   24-Apr-2024
  ଜିଲ୍ଲା  
ସିନ୍ଧେକେଲାର ଯୁବ ସାମ୍ବାଦିକ ତଥା ବଣିକ ସଂଘର ସହ ସମ୍ପାଦକ ଙ୍କ ପିତୃ ବିୟୋଗ   24-Apr-2024
  ଜିଲ୍ଲା  
ମରଣ ଯନ୍ତା ପାଲଟିଛି ବାଇପାସ୍ ରାସ୍ତା ,  ବିଭାଗୀୟ ଅଧିକାରୀ ଅନ୍ୟ ବାଭାଗ ଅଧିକାରୀ ଙ୍କୁ ଦୋଷା ରୋପ କରିବାରେ ବ୍ୟସ୍ତ     24-Apr-2024
  ଜିଲ୍ଲା  
୫୫0 କୁଣହାଁ (କିସାନ ମିର୍ଦ୍ଧା ଓରାମ) ସମାଜର  ବାର୍ଷିକ ଉତ୍ସବ    24-Apr-2024
  ଜିଲ୍ଲା  
ବିଜେଡ଼ି ଦଳୀୟ ପ୍ରାର୍ଥୀ ରୂପେ ଆଧିରାଜ ମୋହନ ପାଣିଗ୍ରାହୀଙ୍କ ନାମାଙ୍କନ ପାତ୍ର ଦାଖଲ,   24-Apr-2024
  ଜିଲ୍ଲା  
ଦାଦନ ଶ୍ରମିକ ଙ୍କ ଅଂଶୁଘାତ ରେ ଶୋଚନୀୟ ମୃତ୍ୟୁ,ଚାରୋଟି ଅସହାୟ ଛୋଟ ସନ୍ତାନ ଙ୍କୁ ସହାୟତା ଦାବି   24-Apr-2024
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ସଚେତନ ପଦଯାତ୍ରା, ନିର୍ବାଚନ ମହା ପର୍ବ ରେ ସାମିଲ ହୋଇ ନିଜ ମତ ସାବ୍ୟସ୍ତ ପାଇଁ ଆହ୍ବାନ   24-Apr-2024

You Might Also Like