-+91-9937148622 |
prerana_bgr@rediffmail.com |
Friday 19th April 2024 |
R.N.I. Regd No. ODIODI/2010/46693
Breaking News
25-Feb-2022
ଭୁବନେଶ୍ୱର, ସିଦ୍ଧା ମ୍ୟୁଜିକ୍ ର ପ୍ରଥମ ଅବଦାନ ହଁ ପ୍ରେମ ହେଲା ର ସଫଳତା ପରେ ଆଉ ଏକ ମନଛୁଆଁ ମ୍ୟୁଜିକ୍ ଭିଡ଼ିଓ “ପ୍ରିୟତମା" ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି | ସଂଗୀତ ନିର୍ଦେଶକ ତଥା ଗୀତିକାର ସନ୍ଦୀପ ପଣ୍ଡା ଏହାର ସଂଗୀତ ନିର୍ଦେଶନା ଦେଇଥିବା ବେଳେ ବହୁ ଚର୍ଚ୍ଚାରେ ଥିବା ହଁ ପ୍ରେମ ହେଲା ଓ ସମ୍ବଲପୁରୀ ଭାଷାରେ ଗୀତ ଗାଇଥିବା ନବାଗତା ଗାୟିକା ସନ୍ଧ୍ୟାରାଣୀ ଏବଂ ବହୁ ଲୋକପ୍ରିୟତା ହାସଲ କରିଥିବା ଓଡିଶାର ଆଗ ଧାଡ଼ିର ଗାୟକ ହ୍ୟୁମାନ ସାଗର ଙ୍କ ମିଳିତ କଣ୍ଠରେ ଏହି ଗୀତଟି ପ୍ରସ୍ତୁତ ହୋଇଛି | ଓଡ଼ିଆ ଚଳଚିତ୍ର ଜଗତରେ ବହୁ ଖ୍ୟାତ ଅର୍ଜନ କରିଥିବା
ନିର୍ଦେଶକ ରାଜେନ୍ଦ୍ର ମହନ୍ତ ଏହି ମ୍ୟୁଜିକ୍ ଭିଡ଼ିଓଟିକୁ ଅତି ସୁନ୍ଦର ଭାବରେ ନିର୍ଦେଶନା ଦେଇଛନ୍ତି ଓ ରିପୋର୍ଟ ଦେଇଛନ୍ତି ଅମୃତ ନନ୍ଦ | ଓଡ଼ିଆ ଆଲବମ ଜଗତରେ ସୁନାମ ଅର୍ଜନ କରିଥିବା ଅତିସୁନ୍ଦର କଳା ପଦର୍ଶନ କରୁଥିବା ଆପଣଙ୍କ ଅତି ପ୍ରିୟର ନାୟିକା ଶ୍ରଦ୍ଧା ପାଣିଗ୍ରାହୀ ଏଥ୍ରେ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିବେ | ତାଙ୍କ ସହ ଚର୍ଚ୍ଚାରେ ଥିବା ସିରିଏଲ ଦୁନିଆର ନାୟକ ଜ୍ୟୋତି ପ୍ରକାଶ ପଣ୍ଡା ମଧ୍ୟ ଏଥିରେ ନଜର ଆସିବେ | ତାଙ୍କ ଯୋଡିକୁ ଦର୍ଶକମାନେ ଖୁବ ପସନ୍ଦ କରନ୍ତି | ଅତି ସୁନ୍ଦର ଗୀତ ସାଙ୍ଗକୁ ଏକ ନିଆରା କାହାଣୀ ନେଇ ସିଦ୍ଧା ମ୍ୟୁଜିକ୍ ଓ ଟିମ ଦ୍ବାରା ପ୍ରସ୍ତୁତୁ ଏହି ମ୍ୟୁଜିକ୍ ଭିଡ଼ିଓଟି ନିଶ୍ଚିତ ଭାବେ ପୂର୍ଣ୍ଣ ସଫଳତା ହାସଲ କରିବ ବୋଲି ଚର୍ଚ୍ଚାରେ ଆସୁଛି |