-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
03-Feb-2022
ରାଜ୍ୟରେ ଆସନ୍ତା ୭ ତାରିଖରୁ ଅର୍ଥାତ ସୋମବାରରୁ ସମସ୍ତ ସ୍କୁଲ ଓ କଲେଜ ସ୍କୁଲ ଖୋଲିବ। ଏନେଇ ପ୍ରେସବାର୍ତ୍ତାରେ ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ସୂଚନା ଦେଇଛନ୍ତି। ସୋମବାରରୁ ରାଜ୍ୟରେ ଅଷ୍ଟମ ଉପରକୁ ସମସ୍ତ କ୍ଲାସ ପାଇଁ ପିଲାମାନେ ସ୍କୁଲ ଯିବେ। ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ସରକାରଙ୍କ ବଡ ନିଷ୍ପତ୍ତି ନେଇଛନ୍ତି।
ଆଜି ଏନେଇ ପ୍ରେସବାର୍ତ୍ତାରେ ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ କହିଛନ୍ତି ଯେ ରାଜ୍ୟ ସରକାର ଆସନ୍ତା ସୋମବାରରୁ ଅଷ୍ଟମ ଶ୍ରେଣୀରୁ ଉପରକୁ ସମସ୍ତ ସ୍କୁଲ ଖୋଲିବ। କଲେଜ, ୟୁନିଭର୍ସିଟି, ଟେକ୍ନିକାଲ, ପ୍ରଫେସନାଲ ଶିକ୍ଷାନୁଷ୍ଠାନ ମଧ୍ୟ ଖୋଲିବ। ଏଥି ସହିତ ସମସ୍ତ ହଷ୍ଟେଲ ମଧ୍ୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଛାତ୍ରଛାତ୍ରୀମାନେ ଉଭୟ ଅନଲାଇନ୍ ଏବଂ ଅଫଲାଇନରେ କ୍ଲାସ କରିପାରିବେ ।
ଏଥି ସହିତ ଫେବୃଆରୀ ୧୪ ତାରିଖରୁ ଖୋଲିବ କେଜିରୁ ସପ୍ତମ ଯାଏଁ ସ୍କୁଲ । କେଜିରୁ ୯ମ ଯାଏଁ କ୍ଲାସ ପ୍ରମୋସନ୍ ପରୀକ୍ଷା ହେବ । ଏହି ପରୀକ୍ଷା କ୍ଲାସରୁମ ଆସେସମେଣ୍ଟ ଆଧାରରେ ହେବ । ଦଶମ, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନେଇ ବୋର୍ଡ ବ୍ୟବସ୍ଥା କରିବ । ଏଥି ସହିତ ସମସ୍ତ ବିଭାଗ ପକ୍ଷରୁ କରୋନା କଟକଣାରେ କିପରି କ୍ଲାସ ହେବ ସେ ନେଇ ଗାଇଡଲାଇନ ଜାରି କରାଯିବ। ପାଠପଢା ତ୍ୱରାନ୍ୱିତ ପାଇଁ ବିଭିନ୍ନ ବ୍ରିଜ କୋର୍ସ କରିବାକୁ ପରାମର୍ଶ ଦିଆଯାଇଛି । ଆବଶ୍ୟକ ହେଲେ ଖରାଛୁଟି ଅବଧି କମାଇପାରିବେ ବିଭିନ୍ନ ବିଭାଗ । ଖରାଛୁଟି ସମୟରେ ମଧ୍ୟ କ୍ଲାସ କରାଯିବାର ବ୍ୟବସ୍ଥା କରାଯିବ।
ସୂଚନାଯୋଗ୍ୟ ସ୍କୁଲ ଖୋଲିବା ନେଇ ମଧ୍ୟ ଆଜି ନୂଆ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ସ୍କୁଲ ଆସିବାକୁ ଅଭିଭାବକଙ୍କ ଅନୁମତି ଲୋଡା କି ନାହିଁ ରାଜ୍ୟ ସ୍ଥିର କରିବ । ସାମାଜିକ ଦୂରତ୍ୱ ଜାଗାରେ ଶାରୀରିକ ଦୂରତ୍ୱ ଶବ୍ଦ ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି । ଶାରୀରିକଦୂରତ୍ୱ ବଜାୟ ପାଇଁ ସ୍କୁଲ ପରିସରରେ ମାର୍କିଂ କରାଯିବ । ସ୍କୁଲରେ କ୍ରୀଡା ଉତ୍ସବ, ସାଂସ୍କୃତିକ କାର୍ୟ୍ୟକ୍ରମ ସଂପର୍କରେ ରାଜ୍ୟ ସ୍ଥିର କରିବ । ବହୁବିଧ ରୋଗାକ୍ରାନ୍ତ ଥିବା ଛାତ୍ରଛାତ୍ରୀଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବ । କଣ୍ଟେନମେଣ୍ଟ ଜୋନରେ ରହୁଥିବା ସ୍କୁଲ ବସ ଡ୍ରାଇଭରଙ୍କୁ ଆସିବା ମନା । ଏବେ ୧୧ଟି ରାଜ୍ୟରେ ପୂଣ୍ଣ କ୍ଷମତାରେ ସ୍କୁଲ ଖୋଲିଥିବା କେନ୍ଦ୍ର କହିଛି । ୧୬ଟି ରାଜ୍ୟରେ କେବଳ ବଡ କ୍ଲାସ ପିଲାଙ୍କ ପାଇଁ ସ୍କୁଲ ଖୋଲାଯାଇଛି । ବାକି ୯ଟି ରାଜ୍ୟରେ ସ୍କୁଲ ଆଦୌ ଖୋଲାଯାଇ ନାହିଁ । ଟିକାକରଣ ତ୍ୱରାନ୍ୱିତ ସହ କୋଭିଡ ଗାଇଡଲାଇନ ମାନି ଖୋଲାଯାଇପାରିବ ।