-+91-9937148622 |
prerana_bgr@rediffmail.com |
Saturday 20th April 2024 |
R.N.I. Regd No. ODIODI/2010/46693
Breaking News
01-Feb-2022
ଝିଲିକ ମୋସନ୍ ପିକଚର୍ସ ର ପ୍ରଥମ ଅବଦାନ " ରୁଦ୍ରାଣୀ" ସୁଟିଂ ଶେଷ ପରେ କ୍ୟାମ୍ପ ଫେୟାର ଭୁବନେଶ୍ୱର ପଟିଆସ୍ଥିତ ଲା ଲନ୍ ଗାର୍ଡେନ ଠାରେ ଅନୁଷ୍ଠିତ ହୋଇଯାଇଅଛି।
ଅଭିନେତ୍ରୀ ରୁ ପ୍ରଯୋଜିକା ସାଜିଥିବା ଝିଲିକ୍ କ୍ୟାମ୍ପ ଫେୟାର ରେ ଭାବ ବିହ୍ୱଳ ହୋଇ ସ୍ପଷ୍ଟ ବୟରୁ ନିର୍ଦ୍ଦେଶକ ସମସ୍ତଙ୍କ ର ସହଯୋଗ ନିଜ ଘରର ସଦସ୍ୟ ଙ୍କ ସହ କାମ କଲା ଭଳି ଲାଗୁଥିଲା ବୋଲି କହିଥିଲେ।
ବହୁଦିନ ପରେ ଓଡ଼ିଆ ଚଳଚ୍ଚିତ୍ର ଇତିହାସ ରେ କ୍ୟାମ୍ପ ଫେୟାର କରାଯାଇ ସମସ୍ତଙ୍କ କାର୍ଯ୍ୟ ପାଇଁ ଧନ୍ୟବାଦ ଦେଇଥିବା ରୁ ଅଭିନେତ୍ରୀ ଝିଲିକ୍ କୁ ପ୍ରଯୋଜକ ଟୁଟୁ ନାୟକ ସାଧୁବାଦ ଜଣାଇବା ସହ ଉତ୍ତୋରତର ଉନ୍ନତି କାମନା କରିଥିଲେ।
ଏହି ଅବସରରେ ଚଳଚ୍ଚିତ୍ର ର ନିର୍ଦ୍ଦେଶକ ମୂରଲୀ କ୍ରିଷ୍ଣା, କ୍ୟାମେରା ମ୍ୟାନ୍ ଇଶ୍ଵର ବାରିକ, ଅଭିନେତା ମଣ୍ଟୁ,ଲୋହିତାକ୍ଷ, ଶକ୍ତି ବରାଳ,ବାପି ବାବୁ,ବିକି ମିଶ୍ର, ଧରିତ୍ରୀ, ଶୁଭଙ୍କରୀ, ପ୍ରଡକ୍ସନ ମ୍ୟାନେଜର ଋତୁରାଜ, ପ୍ରମୁଖ ଉପସ୍ଥିତ ଥିଲେ।
ଚଳଚ୍ଚିତ୍ର ଅତିଶିଘ୍ର ପ୍ରେକ୍ଷାଳରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ସୂଚନା ଦିଆଯାଇଛି।