-+91-9937148622 |
prerana_bgr@rediffmail.com |
Friday 19th April 2024 |
R.N.I. Regd No. ODIODI/2010/46693
Breaking News
31-Jan-2022
ବଲାଙ୍ଗିର, (ପ୍ରେରଣା ଖବର) ବଲାଙ୍ଗିରର ଜଣାଶୁଣା କ୍ରିଡା ସଂଗଠକ ସମାଜସେବୀ ସ୍ୱର୍ଗତ ସୁମନ୍ତ ଭୋଇଙ୍କ ହୃତଘାତ ଯୋଗୁଁ ଗତ କାଲି ଆକାଳ ବିୟୋଗ ଘଟିଥିଲା । ଏ ଖବର ଶୁଣି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ତାଙ୍କ ରୁଗୁଡିପଡା ସ୍ଥିତ ବାସଭବନକୁ ଯାଇ ତାଙ୍କର ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଆଜି ସନ୍ଧ୍ୟା ଘ.୫.୩୦ମି. ସମୟରେ ସ୍ୱର୍ଗତ ଭୋଇଙ୍କ ବାସଗୃହ ପହଞ୍ôଚ ତାଙ୍କ ପରିବାରବର୍ଗଙ୍କୁ ଭେଟି ଗଭିର ସମବେଦନା ଜଣାଇଛନ୍ତି । ସ୍ୱର୍ଗତ ଭୋଇଙ୍କ ପତ୍ନୀ, ପୁଅ, ବଡ ଭାଇଙ୍କ ସହ ଏହି ଦୁଃଖଦ ଘଟଣା ସମ୍ପର୍କରେ ଶ୍ରୀ ମିଶ୍ର ଆଲୋଚନା କରିଥିଲେ । ଆଲୋଚନା ସମୟରେ ସ୍ୱର୍ଗତ ଭୋଇଙ୍କ ପିତା ସ୍ୱର୍ଗତ ରଜନି ଭୋଇଙ୍କ ସହ ତାଙ୍କର ପାରିବାରିକ ସମ୍ପର୍କ ନିବିଡତା ସମ୍ପର୍କରେ ଅନେକ ଆଲୋଚନା ହେବା ସହ ପରିବାରବର୍ଗଙ୍କୁ ଧର୍ଯ୍ୟ ସହ ଏପରି ଏକ ଦୁଃଖର ମୁହୁର୍ତ୍ତକୁ ମୁକାବିଲା କରିବା ପାଇଁ ପରାମର୍ଶ ଦେଇଥିଲେ । ।