-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
27-Jan-2022
ପାଇକମାଳ:-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ବ୍ଳକ ଅଧିନସ୍ଥ ବୁକୁରାମୁଣ୍ଡା ଠାରେ ୨୨ତମ ଚାନ୍ଦିନୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପବିତ୍ର ସାଧାରଣତନ୍ତ୍ର ଦିବସରେ ପ୍ରତିବର୍ଷ ଭଳି ଅନୁଷ୍ଠିତ ହୋଇଯାଇଛି ।ଏହି ଟୁର୍ଣ୍ଣାମେଣ୍ଟ କୁ ମୁଖ୍ୟଅତିଥି ଭାବେ ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମାନ ଅଭିମନ୍ୟୁ ବରିହା, ସମ୍ମାନିତ ଅତିଥି ଭାବେ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଫାର୍ମାସିଷ୍ଟ ଶ୍ରୀମାନ ସଞ୍ଜୟ କୁମାର ସେଠୀ,ଗ୍ରାମର ଭଦ୍ରବ୍ୟକ୍ତି ଶ୍ରୀମାନ ଛବିଳ ବାରିକ ଏବଂ ଗୁଣନିଧି ପ୍ରଧାନ ଯୋଗଦାନ କରି ଉଦଘାଟନ କଲାପରେ ବିଭିନ୍ନ ଅଞ୍ଚଳ ରୁ ଆସିଥିବା କ୍ରିକେଟ ଟିମ୍ ତାଙ୍କ ପାରିଦର୍ଶିତା ଦେଖାଇବାକୁ ଅଣ୍ଟା ଭିଡିଥିଲେ lଆଜି ୬ ଟି ଦଳକୁ ନେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳ ହୋଇ ଶେଷରେ ବିଜାଡିହି ଏବଂ ନେହେରୁ ସ୍ପୋଟିଙ୍ଗ ପଦ୍ମପୁର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇ ନେହେରୁ ସ୍ପୋଟିଙ୍ଗ କ୍ଳବ ଦଳ ବିଜାଡିହି ଦଳକୁ ୨୪ରନ ରେ ପରାସ୍ତ କରି ପ୍ରଥମ ଦଳ ଭାବେ ପ୍ରଥମ ସେମିଫାଇନାଲ କୁ ପ୍ରବେଶ କରିଛି । ଦ୍ୱିତୀୟ ଦିବସ ରେ ଖେଳ ପଡିଆ ରେ ଅନୁଷ୍ଠିତ ଚାନ୍ଦିନୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ମୁଖ୍ୟଅତିଥି ଭାବେ ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ରେ ସମିତିସଭ୍ୟା ଭାବେ ପ୍ରାର୍ଥୀ ହୋଇଥିବା ଶ୍ରୀମତୀ ଚନ୍ଦ୍ରକାନ୍ତି ଭୋଇ ଯୋଗଦାନ କରି ଖେଳାଳି ତଥା ଆୟୋଜନ ମାନଙ୍କୁ ଉତ୍ସାହିତ କରିବା ପରେ ସମୁଦାୟ ସାତୋଟି ଦଳ କୁ ନେଇ କ୍ରମାନୟ ଭାବେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରାଯାଇଥିଲା । ଶେଷରେ ଲୁହାରପାଲି କ୍ରିକେଟ ଦଳ ଏବଂ ପାଇକମାଳ କ୍ରିକେଟ ଦଳ ମଧ୍ୟରେ ସଂଘର୍ଷମୟ ଖେଳ ଅନୁଷ୍ଠିତ ହୋଇ ୭ ୟୁକେଟ୍ ରେ ଲୁହରପାଲି ଦଳ ଦ୍ୱିତୀୟ ସେମିଫାଇନାଲ କୁ ପ୍ରବେଶ କରିଛି ବୋଲି ଆରସିଏ କର୍ମକର୍ତ୍ତା ମାନଙ୍କ ଠାରୁ ପ୍ରକାଶ