-+91-9937148622 |
prerana_bgr@rediffmail.com |
Friday 29th March 2024 |
R.N.I. Regd No. ODIODI/2010/46693
Breaking News
26-Jan-2022
ପଦ୍ମପୁର:-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ବ୍ଳକ ଅଧିନସ୍ଥ ବୁକୁରାମୁଣ୍ଡା ଠାରେ ୨୨ତମ ଚାନ୍ଦିନୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ର ଦିବସରେ ପ୍ରତିବର୍ଷ ଭଳି ଅନୁଷ୍ଠିତ ହୋଇଛି ।ଏହି ଟୁର୍ଣ୍ଣାମେଣ୍ଟ କୁ ମୁଖ୍ୟଅତିଥି ଭାବେ ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମାନ ଅଭିମନ୍ୟୁ ବରିହା, ସମ୍ମାନିତ ଅତିଥି ଭାବେ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଫାର୍ମାସିଷ୍ଟ ଶ୍ରୀମାନ ସଞ୍ଜୟ କୁମାର ସେଠୀ,ଗ୍ରାମର ଭଦ୍ରବ୍ୟକ୍ତି ଶ୍ରୀମାନ ଛବିଳ ବାରିକ ଏବଂ ଗୁଣନିଧି ପ୍ରଧାନ ଯୋଗଦାନ କରି ଉଦଘାଟନ କଲାପରେ ବିଭିନ୍ନ ଅଞ୍ଚଳ ରୁ ଆସିଥିବା କ୍ରିକେଟ ଟିମ୍ ତାଙ୍କ ପାରିଦର୍ଶିତା ଦେଖାଇବାକୁ ଅଣ୍ଟା ଭିଡିଥିଲେ lଆଜି ୬ ଟି ଦଳକୁ ନେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳ ହୋଇ ଶେଷରେ ବିଜାଡିହି ଏବଂ ନେହେରୁ ସ୍ପୋଟିଙ୍ଗ ପଦ୍ମପୁର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇ ନେହେରୁ ସ୍ପୋଟିଙ୍ଗ କ୍ଳବ ଦଳ ବିଜାଡିହି ଦଳକୁ ୨୪ରନ ରେ ପରାସ୍ତ କରି ପ୍ରଥମ ଦଳ ଭାବେ ପ୍ରଥମ ଫାଇନାଲ କୁ ପ୍ରବେଶ କରିଛି ବୋଲି ଆମ ସମ୍ବାଦଦାତା ଙ୍କୁ ଆୟୋଜକ ମାନେ ଫୋନ ମାଧ୍ୟମରେ ଜଣାଇଛନ୍ତି l