-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
26-Jan-2022
ପଦ୍ମପୁର:-ବରଗଡ ଜିଲ୍ଲା ମେଲଛାମୁଣ୍ଡା ଜୟହନୁମାନ କ୍ଲବ ଯୁବକ ସଂଘ ଦ୍ବାରା ଆୟୋଜିତ ୧୨ତମ ଚେଲେଞ୍ଜର କପ ଉଦଯାପିତ ହୋଇଯାଇଛି।ଏହି ଟୁଣ୍ଣାମେଣ୍ଟରେ ୧୬ଟି ଦଳ ଅଂଶ ଗ୍ରହଣ କରିଥିଲେ।ପ୍ରଥମ ସେମିଫାଇନାଲ କୁଚିପାଲି ସହ ବେଲମୁଣ୍ଡା ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ଏଥିରେ କୁଚିପାଲି ଦଳ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଥିଲା।ଦ୍ବିତିୟ ସେମିଫାଇନାଲ ମହୁଲପାଲି ସହ ଟୁଙ୍ଗିବନ୍ଧଲି ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ଏଥିରେ ମହୁଲପାଲି ଦଳ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଥିଲା।ଫାଇନାଲ ମ୍ୟାଚ କୁଚିପାଲି ଦଳ ସହ ମହୁଲପାଲି ଦଳ ସହ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ଏହି ମ୍ୟାଚ ୧୦ ଓଭର ଲେଖାଏଁ ଖେଳ ଖେଳାଯାଇଥିଲା।ମହୁଲପାଲି ଦଳ ଟସ ଜିଣି ପ୍ରଥମେ ଫିଲଡିଙ୍ଗ ନେଇଥିଲା।କୁଚିପାଲି ଦଳ ପ୍ରଥମେ ବ୍ୟାଟିଂଗ କରି ୧୦ ଓଭରରେ ୮୭ରନ କରିଥିଲା ତା ଜବାବରେ ମହୁଲପାଲି ଦଳ ୧୦ ଓଭରରେ ସମସ୍ତ ଉଇକେଟ ହରାଇ ୪୬ରନ କରି ପରାଜିତ ହେଲା।
ଅନୁଷ୍ଠିତ ଉଦଯାପିତ ଅବସରରେ ଅନୁଷ୍ଠାନର ସଭାପତି ଅଜିତ ରଏ ଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ଅଧ୍ୟାପକ ସୁଶାନ୍ତ ନାୟକ,ସମ୍ମାନୀତ ଅତିଥି ଭାବେ ଡ.ଡମ୍ବରୁଧର ଦେବତା,ଡ.ଦିଲ୍ଲିପ ଭୋଇ, ପ୍ରତ୍ୟୁଷ ରଞ୍ଜନ ଭୋଇ,ସଂଜିବ ବାରିକ,ଡ.ତାରାକାନ୍ତ ସାହୁ,ସୁବ୍ରତ ନାୟକ,ସୁରେନ୍ଦ୍ର ବାରିକ,ପ୍ରଶାନ୍ତ ଦେବତା,ଲୋକନାଥ ଦେବତା,ହରେକୃଷ୍ଣ ଦେବତା,ମନୋଜ ପଣ୍ଡା,ଉପେନ୍ଦ୍ର ତାଣ୍ଡି,ସତ୍ୟବାଦୀ ପଧାନ ପ୍ରମୁଖ ଯୋଗ ଦେଇଥିଲେ।ମ୍ୟାନ ଅପଦିଫାଇନାଲ ମ୍ୟାଚ କୁଚିପାଲି ଦଳର ପରେଶ ରଣା ଖେଲାଳି କୁ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ମେନ ଅପ ଦ ସିରିଜ ମହୁଲପାଲି ଦଳର ପ୍ରଶାନ୍ତ ସାହୁ ଖେଲାଳିକୁ ଟ୍ରଫି ପୁରସ୍କୃତ କରାଯାଇଥିଲା।ଶେଷରେ ବିଜୟୀ ଦଳକୁ ନଗଦ ଟଙ୍କା ସହ ସୁନ୍ଦର ଟ୍ରଫି ମୁଖ୍ୟଅତିଥି ପୁରସ୍କୃତ କରିଥିଲେ।
ସ୍କୋରର ଦାୟୀତ୍ବରେ ଆଶିଷ ବନଛୋର,ପ୍ରଦୀପ ସାହୁ,ଧାରାବିବରଣୀ କୁମାର ଆନନ୍ଦ ଦେଇଥିବା ବେଳେ ଖେଳପରିଚାଲନା କରିଥିଲେ ଦିଲ୍ଲିପ ଭୋଇ,ହନୁ ଅଗ୍ରଓ୍ବାଲ,ଆନନ୍ଦ ମହାନନ୍ଦ,ଅର୍ନ୍ତଯ୍ୟାମୀ ପଧାନ କରିଥିଲେ ।ଜୟହନୁମାନ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।ଶେଷରେ ସିବୁନ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।