-+91-9937148622 |
prerana_bgr@rediffmail.com |
Friday 29th March 2024 |
R.N.I. Regd No. ODIODI/2010/46693
Breaking News
26-Jan-2022
ପଦ୍ମପୁର: ୧୪ତମ ଷ୍ଟାର କ୍ରିକେଟ କପ୍ ଲଖମରା ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି lଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ୧୩ନଂ ଜୋନ ରୁ ବିଜୁଜନତା ଦଳ ପକ୍ଷରୁ ଜିଲ୍ଲାପରିଷଦ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଥିବା ପ୍ରାର୍ଥୀନୀ ଶ୍ରୀମତୀ ବାସନ୍ତୀ ବାଲମ ଯୋଗଦାନ କରି କ୍ରିକେଟ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିଥିଲେ lସମ୍ମାନୀତ ଅତିଥି ଭାବେ ସାଇବାନୀ ଲୁହାର,ଅମରେଶ ଭୋଇ, ପୂର୍ବତନ ଲଖମରା ଗ୍ରାମପଞ୍ଚାୟତ ସରପଞ୍ଚ ନାରାୟଣ ବେହେରା ଯୋଗଦାନ କରି ଖେଳାଳି ତଥା ଆୟୋଜନ ମାନଙ୍କୁ ଉତ୍ସାହିତ କରିଥିଲେ lପ୍ରାରମ୍ଭେ ଚର୍ଦାପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗସ୍ତିଡିହି କ୍ରିକେଟ ଦଳ ସହ ସରେଇକେଲା ଗ୍ରାମପଞ୍ଚାୟତ ଅଧିନସ୍ଥ ବୈତାଲଭଟା କ୍ରିକେଟ ଟିମ୍ ସହ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା lଉକ୍ତ ସଙ୍ଘର୍ଷମୟ ଖେଳ ରେ ଗସ୍ତିଡିହି ସେମିଫାଇନାଲ କୁ ପ୍ରବେଶ କରିବାରେ ସକ୍ଷମ ହୋଇଛି । ଆସନ୍ତାକାଲି ଅନେକ କ୍ରିକେଟ ଟିମ୍ ଲଖମରା ଖେଳ ପଡିଆ ରେ ତାଙ୍କ ପାରିଦର୍ଶିତା ଦେଖାଇବାର କାର୍ଯ୍ୟକ୍ରମ ରହିଛି ବୋଲି ଆୟୋଜନ ମାନଙ୍କ ଠାରୁ ପ୍ରକାଶ ।