-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
23-Jan-2022
ପଦ୍ମପୁର:-ବରଗଡ ଜିଲ୍ଲା ମେଲଛାମୁଣ୍ଡା ଥାନା ଅର୍ନଗତ ତେଲମହୁଲ ଯୁବକ ସଂଘ ଦ୍ବାରା ଆୟୋଜିତ ୧୨ତମ ଆଦିବାସୀ ଏଥେଲେଟିକ ଚେଲେଞ୍ଜ କପ ଉଦଯାପିତ ହୋଇଯାଇଛି।ଏହି ଟୁଣ୍ଣାମେଣ୍ଟରେ ୧୬ଟି ଦଳ ଅଂଶ ଗ୍ରହଣ କରିଥିଲେ।ପ୍ରଥମ ସେମିଫାଇନାଲ ବୁଢିମାଲ ସହ ତେଲମହୁଲ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ଏଥିରେ ବୁଢିମାଲ ଦଳ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଥିଲା।ଦ୍ବିତିୟ ସେମିଫାଇନାଲ ସିଧିରା ସହ ବାଟର୍ତେମା ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ଏଥିରେ ବାଟର୍ତେମା ଦଳ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଥିଲା।ଫାଇନାଲ ମ୍ୟାଚ ବୁଢିମାଲ ଦଳ ସହ ବାଟର୍ତେମା ଦଳ ସହ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ଏହି ମ୍ୟାଚ ୮ଓଭର ଲେଖାଏଁ ଖେଳ ଖେଳାଯାଇଥିଲା।ବୁଢିମାଲ ଦଳ ଟସ ଜିଣି ପ୍ରଥମେ ଫିଲଡିଙ୍ଗ ନେଇଥିଲା।ବାଟର୍ତେମା ଦଳ ପ୍ରଥମେ ବ୍ୟାଟିଂଗ କରି ୮ ଓଭରରେ ୧୦୦ରନ କରିଥିଲା ତାଜବାବରେ ବୁଢିମାଲ ଦଳ ୮ ଓଭରରେ ୭ଉଇକେଟ ହରାଇ ୧୦୧ରନ କରି ବିଜୟୀ ହୋଇଥିଲା।
ଅନୁଷ୍ଠିତ ଉଦଯାପିତ ଅବସରରେ ଅନୁଷ୍ଠାନର ସଭାପତି ସୁଦାମ ପଣ୍ଡାଙ୍କ ସଭାପତିତ୍ବରେ ମୁଖ୍ୟଅତିଥୀ ଭାବେ ଗାଁର ଗୌତିଆ ସଦ୍ଦାର ସିଂ ବରିହା,ସମ୍ମାନୀତ ଅତିଥୀ ଭାବେ ପ୍ରତ୍ୟୁଷ ରଞ୍ଜନ ଭୋଇ,ସଂଜିବ ବାରିକ, ନରେନ୍ଦ୍ର ଜାଲ,ବିଶ୍ବଜୀତ ସୁନା,ମନେକର ବାଗ, ଗୋପାଳ ନାଏକ,ସଂଜିବ ପଧାନ,ବିଜୟାନନ୍ଦ ପଧାନ,ବିପିନ କୁମୁରିଆ,ଅମର ବେହେରା,ପ୍ରକାଶ ବେହେରା,ଫକିର କୁମ୍ଭାର ପ୍ରମୁଖ ଯୋଗ ଦେଇଥିଲେ।ମ୍ୟାନ ଅପ ଦି ଫାଇନାଲ ମ୍ୟାଚ ବୁଢିମାଲ ଦଳର ଲିଙ୍ଗରାଜ ପଟେଲ ଖେଲାଳି କୁ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ମେନଅପ ଦ ସିରିଜ ବାଟର୍ତେମା ଦଳର ଜିଲେନ ସାହୁ ଖେଲାଳିକୁ ଟ୍ରଫି ପୁରସ୍କୃତ କରାଯାଇଥିଲା।ଶେଷରେ ବିଜୟୀ ଦଳକୁ ନଗଦ ଟଙ୍କା ସହ ସୁନ୍ଦର ଟ୍ରଫି ମୁଖ୍ୟଅତିଥି ପୁରସ୍କୃତ କରିଥିଲେ।
ସ୍କୋରର ଦାୟୀତ୍ବରେ ବିନେଶ ସେଠ ମନୋଜ ନାଏକ ଧାରାବିବରଣୀ ଦେଇଥିବା ବେଳେ ଖେଳପରିଚାଲନା କରିଥିଲେ ଭଗବାନ ବାଗ ଓ ସିବିରଞ୍ଜନ ପାଣ୍ଡେ ।ତେଲମହୁଲ ଗ୍ରାମବାସୀ ଓ ଆଦିବାସୀ ଏଥେଲେଟିକ କ୍ରିକେଟ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।