-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
05-Jan-2022
ପଦ୍ମପୁର:-ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ କୃଷି କାର୍ଯ୍ୟାଳୟରେ ଚାଷୀମାନେ ଆଜି ତାଲା ପକାଇଥିଲେ । ଆଞ୍ଚଳିକ କୃଷି ମହା ସଂଘର ଶତାଧିକ ଚାଷୀମାନେ କୃଷି କାର୍ଯ୍ୟାଳୟରେ ଆସି ପ୍ରଥମେ ଘେରାଉ କରିଥିଲେ ଏବଂ ଇନ୍ସସୁରେନ୍ସ ରିଜେକ୍ଟ କେଉଁ କାରଣରୁ ହେଲା ବୋଲି ବ୍ଳକ କୋଡିନେଟର ଗୋବିନ୍ଦ ସାହୁଙ୍କୁ ପଚାରିଥିଲେ ସେ ସନ୍ତୋଷଜନକ ଉତ୍ତର ଦେଇ ନଥିବାରୁ ମହାସଂଘ ସଭାପତି ବିଶ୍ବନାଥ ରଣାଙ୍କ ସଭାପତିତ୍ବରେ ଏକ ଆଲୋଚନା କରାଯାଇଥିଲା । ସର୍ବସମ୍ମତିକ୍ରମେ ଶ୍ରୀରଣା କୃଷି କାର୍ଯ୍ୟାଳୟରେ ତାଲା ପକାଇଥିଲେ। ଏହାର କାରଣ
ପଚାରିବାରୁ ସେ କହିଥିଲେ ଯେ ଚାଷୀମାନେ ଜୁଲାଇ ୩୧ ସୁଦ୍ଧା କୃଷି ବୀମା ଟଙ୍କା ଜମା କରିଥିଲେ। ଋଣ ନେଇଥିବା ଚାଷୀମାନେ ୧୫ ଦିନ ଓ ଅଣ ଋଣୀମାନଙ୍କର ଇନ୍ସସୁରେନ୍ସ ୩୦ ଦିନରେ ତଦାରକ ହୋଇଥାଏ । କିନ୍ତୁ ପାଇକମାଲ ବ୍ଳକର ୯୫୮ ଜଣଙ୍କ ନଭେମ୍ବର ମାସରେ ରିଜେକ୍ଟ ହୋଇଥିବା ଜଣାପଡିଛି। ଏନେଇ ଆମେ ସଂଘ ତରଫରୁ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ଜଣାଇଥିଲୁ। ଉପଜିଲ୍ଲାପାଳ ବୀମା କମ୍ପାନୀଙ୍କୁ ଇନକ୍ବାରୀ ପାଇଁ ଜଣାଇଥିଲେ । କିନ୍ତୁ କେହି ନ ଶୁଣିବାରୁ ଆଜି ପାଇକମାଲ କୃଷି ଅଫିସରେ ତାଲା ପକାଇଛୁ ବୋଲି ବିଶ୍ବନାଥ ରଣା ମତବ୍ୟକ୍ତ କରିଛନ୍ତି। ଏ ପରିପ୍ରେକ୍ଷୀରେ ସର୍ବଶ୍ରୀ:- ଚାଷୀନେତା ରୋହିତ ସାହୁ, ରାହାସ ବିହାରୀ ସାହୁ, ବାଳକୃଷ୍ଣ ବନଛୋର,ଗୁପତରାମ ବାରିକ,ଦହିତ ସାହୁ ସହ ଶତାଧିକ ଚାଷୀ ଉପସ୍ଥିତ ଥିଲେ।